March 10, 2026

ଆରମ୍ଭ ହେଲା ଭାର୍ଗବୀ ଆଳତି ମହୋତ୍ସବ 

IMG-20250513-WA0012
Share

       ଏଇ ଭାର୍ଗବୀ ଠାକୁର ପାତାଳି ହେବାର ସାକ୍ଷୀ। ବିଧର୍ମୀମାନଙ୍କ ଅଠର ଥର ଆକ୍ରମଣ ରୁ ଥରେ ଠାକୁର ପାତାଳି ହୋଇଥିଲେ ସୋନପୁର ର ମହାନଦୀ ପଠାରେ ଆଉଥରେ ତାଙ୍କୁ କଳାପାହାଡ଼ ନେଇଥିଲା କଲିକତା ଘାଟ।ଏଇ ଦୁଇଥର ଛାଡିଦେଲେ ପ୍ରାୟ ପ୍ରତିଥର ଠାକୁର ଭାର୍ଗବୀ ନଦୀ ଦେଇ ଯାଇଛନ୍ତି ଚିଲିକା। ଏପରିକି ପାତାଳି ଠାକୁର, ଅତିବଡ଼ି ଜଗନ୍ନାଥ ଦାସଙ୍କ ଜନ୍ମ ପୀଠ କପିଳେଶ୍ୱରପୁର ର ଭାର୍ଗବୀ ନିକଟ ପ୍ରସିଦ୍ଧ ମାଆ ପଞ୍ଚମୁଖୀଙ୍କ ପାଖରେ ରହିଛନ୍ତି। ସେହି ଇତୀହାସ ତଥା ଶ୍ରୀଜଗନ୍ନାଥ ସଂସ୍କୃତି କୁ ଜନମାନସ ରେ ସଜାଗ ରଖିବା ଓ ମାଆ ଭାର୍ଗବୀ ଏବଂ ପଞ୍ଚମୁଖୀଙ୍କ ନିକଟରେ ଏହି ଜାତିର କୃତଜ୍ଞତା ଜଣାଇବା ପାଇଁ ପ୍ରଶାନ୍ତ କୁମାର ତ୍ରିପାଠୀଙ୍କ ନେତୃତ୍ବ ରେ ପଣ୍ଡିତ,ବ୍ରାହ୍ମଣ, ଗ୍ରାମବାସୀ, ଶିକ୍ଷାବିତ୍ ଓ ସଂସ୍କୃତି ସଂଗଠକମାନେ ଆଜି ପବିତ୍ର ଭାର୍ଗବୀ ନଦୀପଠାରେ ଆରମ୍ଭ ହୋଇଛି “ଭାର୍ଗବୀ ଆଳତି ମହୋତ୍ସବ”। ପଞ୍ଚମୁଖୀଙ୍କ ଠାରେ ଶ୍ରୀଜଗନ୍ନାଥଙ୍କ ମାଳ-ମାହାର୍ଦ୍ଦ ସମର୍ପଣ ପରେ ଏକ ଭବ୍ୟ ଶୋଭାଯାତ୍ରାରେ ସମସ୍ତେ ଯମୁନା ରୂପୀ ଭାର୍ଗବୀଙ୍କ ଆଳତି କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଶିକ୍ଷାବିତ୍ ଦ୍ବାରିକାନାଥ ବିଶ୍ଵାଳ,ଭାଗବତ ସଂଗଠକ ଅନ୍ତର୍ଯ୍ୟାମୀ ପଟ୍ଟନାୟକ, ଶ୍ରୀଜଗନ୍ନାଥ ଧର୍ମ ସଂସ୍କୃତି ସୁରକ୍ଷା ସଂଗଠନ ଓଡ଼ିଶା ର ରାଜ୍ୟ ସଭାପତି ବଦ୍ରି ମିଶ୍ର, ଶିକ୍ଷାବିତ୍ ପ୍ରମୋଦ ଆଚାର୍ଯ୍ୟ,ଶିକ୍ଷାବିତ୍ ଅନ୍ତର୍ଯ୍ୟାମୀ ମିଶ୍ର, କାଶୀନାଥ ନାୟକ,ଦାମୋଦର ପରିଡା,ସରପଞ୍ଚ ବବିତା ବିଶ୍ଵାଳ, ଦୁର୍ଗାମାଧବ କର, ଲଲାଟେନ୍ଦୁ ମହାନ୍ତି, ପୂର୍ଣ୍ଣଚନ୍ଦ୍ର ସାହୁ,ଗଙ୍ଗାଧର କର, ପ୍ରକାଶ ତ୍ରିପାଠୀ, ସଭାପତି ଶ୍ରୀଧର କର, ପ୍ରଭାକର ସାହୁ, ଭବାନୀ ଶଙ୍କର ତ୍ରିପାଠୀ,ବାପିନା ପତି, ବିରଞ୍ଚି ମିଶ୍ର ଷଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ, ଆଳତି କରିଥିଲେ ପଣ୍ଡିତ ଶୁଭାଶିଷ କର।। ବୈଶାଖ ପୂର୍ଣ୍ଣିମା ରେ ଆରମ୍ଭ ହୋଇଥିବା ଏହି ଆଳତି, ପ୍ରତି ପୂର୍ଣ୍ଣିମାରେ ଅନୁଷ୍ଠିତ ହେବ ବୋଲି ଆବାହକ ପ୍ରଶାନ୍ତ କୁମାର ତ୍ରିପାଠୀ ଘୋଷଣା କରିଥିବା ସମୟରେ ଓଡ଼ିଶା ଯୁବ ଚେତନା ସଂଗଠନ ର ରାଜ୍ୟ ସଭାପତି ଵଦ୍ରି ମିଶ୍ର ଜଳସେଚନ ଓ ଜଳଯୋଗାଣ ର ସୁବ୍ୟବସ୍ଥା ପାଇଁ ସରକାର ଯୁଦ୍ଧକାଳୀନ ଭିତ୍ତିରେ ଭାର୍ଗବୀ ର ପୁନଃ ଖନନ ଓ ବିନ୍ଧେଇବସ୍ତ ବ୍ରିଜ ନିର୍ମାଣ ପାଇଁ ସରକାରଙ୍କ ଠାରେ ଦାବୀ ରଖିଛନ୍ତି।ଅଶ୍ୱିନି କୁମାର କର ଓ ଶିବ ପ୍ରସାଦ ପତି ଏହି କାର୍ଯ୍ୟକ୍ରମ ପାଇଁ ସମ୍ପୂର୍ଣ୍ଣଭାବେ ଉତ୍ସାହିତ କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ