April 25, 2026

କୃଷ୍ଣପୁର ମୌଜାରେ ଥିବା ଅବହେଳିତ ଆଦିବାସୀ ସାହିର ବିକାଶ ର ପାଦଚିହ୍ନ ପଡିବ କେବେ.. 

IMG-20250513-WA0008
Share

ବୋଲଗଡ଼,୧୩/୦୫(ସୁଶାନ୍ତ କୁମାର ପ୍ରଧାନ): ରାଜ୍ୟ ଏବଂ କେନ୍ଦ୍ର ସରକାର ଦୁର୍ଗମ ଅଞ୍ଚଳରେ ବାସ କରୁଥିବା ଲୋକଙ୍କ ଉନ୍ନତି ନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ସ୍ବାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ସାଧାରଣ ମୌଳିକ ସୁବିଧା ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁନାହାନ୍ତି। ସ୍ଥାନୀୟ ସରକାରୀ ଅଧିକାରୀ ମାନେ। ତେଣୁ ଲୋକଙ୍କ ଯାତାୟାତ ପାଇଁ ଗୋଟିଏ ରାସ୍ତା ତିଆରି କରି ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି ପାଞ୍ଚଗୋଛିଆ ଆଦିବାସୀ ସାହିର ବାସିନ୍ଦା ମାନେ। ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ସାଗରଗୁଆଁ ଗ୍ରାମ ପଞ୍ଚାୟତର କୃଷ୍ଣପୁର ମୌଜାର ପାଞ୍ଚଗୋଛିଆ ପାହାଡ ପାଦଦେଶରେ ଥିବା ଆଦିବାସୀ ସାହି, ସାଗରଗୁଆଁ ଗ୍ରାମ ପଞ୍ଚାୟତ ଠାରୁ ମାତ୍ର ତିନି କିଲୋମିଟର ଦୂରରେ ଏହି ସାହିଟି ଅବସ୍ଥିତ। ଯାହାକି ପ୍ରଧାନମନ୍ତ୍ରୀ ସଡ଼କ ଠାରୁ ଡୁମୁଣି ପୀଠକୁ ଯାଇଥିବା ଦିର୍ଘ ୩କିମି ରାସ୍ତା ଖାଲ ଖମା ହୋଇ ଦିର୍ଘଦିନ ଧରି ପଡିରହିଛି,ଏପରିକି ମୃତ୍ୟୁ ର ଯନ୍ତା କହିଲେ ଅତ୍ୟୁକ୍ତି ହେବନାହିଁ। ଏହି ସାହିରେ ଏକତିରିଶିଟି ପରିବାର ବାସକରନ୍ତି। ଦୀପ ତଳ ଅନ୍ଧାର ପରି ଆଜିଯାଏ ବିକାଶ ର ସ୍ୱାଦ ଚାଖିହାନ୍ତି।ଏପରିକି ପାନୀୟଜଳର ସୁବିଧା ମଧ୍ୟ ନାହିଁ। ସ୍ୱାସ୍ଥ୍ୟ ସମସ୍ୟା ହେଲେ ଆମ୍ବୁଲାନ୍ସ ମଧ୍ୟ ଆସିପାରେ ନାହିଁ। ଖରାଦିନେ ମଧ୍ୟ ପାଦରେ ଜିବା ଆସିବା କରିବା କଷ୍ଟକର ହୋଇପଡୁଛି, ବର୍ଷା ଦିନ କଥା ନକହିବା ସବୁଠାରୁ ଭଲ। ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟ କୁ ଜିବାପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ। ଏହି ସବୁ ସମସ୍ୟାର ସମାଧାନ ପାଇଁ ସରକାରଙ୍କୁ ସାହିର ବାସିନ୍ଦା ମାନେ ଅନୁରୋଧ କରିଅଛନ୍ତି।