September 29, 2024

ରାୟଗଡା ଜ଼ିଲ୍ଲା ରେ ଶାନ୍ତିଶୃଙ୍ଖଳତାର ସହ ମତଦାନ

Share

ରାୟଗଡା : ରାୟଗଡା ଜ଼ିଲ୍ଲା ର ଗୁଣୁପୁର, ବିଷମକଟକ ଓ ରାୟଗଡା ବିଧାନସଭା କ୍ଷେତ୍ର ଓ କୋରାପୁଟ ଲୋକସଭା ନିମନ୍ତେ ମତଦାନ ଅତି ଶାନ୍ତିଶୃଙ୍ଖଳତା ର ସହିତ ସମ୍ପୂର୍ଣ୍ଣ ହୋଇଯାଇଥିବା ଜ଼ିଲ୍ଲା ନିର୍ବାଚନ ଅଧିକାରୀ ଜଣାଇଛନ୍ତି l ନିର୍ଦ୍ଧାରିତ ସଖାଳ 7 ଘଂଟିକା ସମୟରେ ମତଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଥିଲା l ପ୍ରତ୍ୟକ ମତଦା ନ କେନ୍ଦ୍ର ସମୁଖ ରେ ଉଭୟେ ପୁରୁଷ ମହିଳା ଭୋଟର ମାନେ ବଡି ଭୋର ଲମ୍ବା ଧାଡିରେ ଚିଡ଼ହେବାର ଦେଖିବାକୁ ମିଳିଥିଲା l ଠିକ 7 ଘଂଟିକା ସମୟ ରେ ମତଦାନ କାର୍ଯ୍ୟ ଆରମ୍ଭ ହୋଇଥିଲା l ବିଷମକଟକ ବିଧାନସଭା ର ଝିଗିଡି ପଂଚାୟତ ର ନିର୍ଗୁଣ୍ଡି ମତଦାନ କେନ୍ଦ୍ରରେ ମାନ୍ୟବର ଆଦିବାସୀ ହରିଜନ ତଥା ପଛୁଆ ବର୍ଗ ଉନୟନ ଓ ଆଇନ ବିଭାଗ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ନିଜ ପରିବାର ଙ୍କ ସହିତ ଆସି ଭୋଟର ଙ୍କ ସହିତ ଧାଡିରେ ଛିଡା ହୋଇ ନିଜର ମତ ସାବ୍ୟସ୍ତ କରିଥିଲେ l ନିର୍ଗୁଣ୍ଡି ମତଦାନ କେନ୍ଦ୍ର ରେ ପୋଲିଙ୍ଗ ଅଧିକାରୀଙ୍କ ଦ୍ୱାରା ଭୋଟର ପରିଚୟ ପତ୍ର ଯାଞ୍ଚ ପରେ ମନ୍ତ୍ରୀ ସାରକା ପ୍ରଥମ ଭୋଟର ଭାବେ ପ୍ରଥମେ କୋରାପୁଟ ଲୋକସଭା ନିମନ୍ତେ ମତଦାନ ନିମନ୍ତେ ମେସିନ ପାଖକୁ ଯାଇଥିଲେ କିନ୍ତୁ କୌଣସି ଯାନ୍ତ୍ରିକ ତ୍ରୁଟି ପାଇଁ 30 ମିନିଟ ବିଳମ୍ବ ରର ନିଜର ମତ ସାବ୍ୟସ୍ତ କରିଥିଲେ l ମତଦାନ କରି ଫେରିବା ପରେ ମନ୍ତ୍ରୀ ଅତି ଆନନ୍ଦ ଥିବା ର ଦେଖିବାକୁ ମିଳିଥିଲା l ଜନସାଧାରଣ ବହୁ ସଂଖ୍ୟାରେ ଉପସ୍ଥିତ ରହି ନିର୍ବାଚନ କାର୍ଯ୍ୟ ରେ ନିୟୋଜିତ କର୍ମଚାରୀ ଙ୍କୁ ସହଯୋଗ କରିବା ସହିତ ନିଜର ମତଦାନ ସାବ୍ୟସ୍ତ ନିମନ୍ତେ ଅନୁରୋଧ କରିଥିଲେ l ନିର୍ବାଚନ ଜାରି ରହିଥିବା ସମୟରେ ଭାକୁରୁଗୁଡା ମତଦାନ କେନ୍ଦ୍ର ର ଭୋଟର ମେସିନ ଖରାପ ହୋଇପଡ଼ିବାରୁ କିଛି ସମୟ ପାଇଁ ଭୋଟର ଙ୍କ ମଧ୍ୟରେ ଅସନ୍ତୁଷ୍ଟ ଦେଖିବାକୁମିଳିଥିଲା l
(ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ)