September 29, 2024

୧୨ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ ରେ ସିଲ

Share

 

ଗୁଣୁପୁର,-ରାୟଗଡା ଜିଲ୍ଲା ଗୁଣୁପୁର ନିର୍ବାଚନ ମଣ୍ଡଳୀ ରେ ଶାନ୍ତି ଶୃଙ୍ଖଳା ର ସହ ସରିଛି ଭୋଟ୍ ଗ୍ରହଣ । ଆଜି ସକାଳ ୭ ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଥିଲା । ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୋଟିଂ ଚାଲୁ ରହିଥିଲା । ଗୁଣୁପୁର ନିର୍ବାଚନ ମଣ୍ଡଳୀ ରେ ମୋଟ ୨୮୯ ଟି ବୁଥ କରାଯାଇଥିଲା । ଗୋଟିଏ ଦୁଇଟି ବୁଥ ରେ ଇଭିଏମ ଅଚଳ ହୋଇଥିବା ବେଳେ ତୁରନ୍ତ ବଦଳାଇ ଭୋଟ୍ ଗ୍ରହଣ କରାଯାଇ ଥିଲା । ଗୁଣୁପୁର ନିର୍ବାଚନ ମଣ୍ଡଳୀ ରେ ମୋଟ ୫୭.୪୪ ପ୍ରତିଶତ ଭୋଟ୍ ପଡିଥିଲା । ଏହି ଆସନ ପାଇଁ ମୋଟ ୧୨ ଜଣ ବିଧାୟକ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ ରେ ସିଲ ହୋଇ ସାରିଛି । କଡା ସୁରକ୍ଷା ବଳୟ ମଧ୍ୟରେ ବୁଥ ଗୁଡିକରୁ ଇଭିଏମ ମେସିନ ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଷ୍ଟ୍ରଙ୍ଗ ରୁମ ରେ ଆଣି ରଖାଯାଇଛି । ସିସିଟିଭି ସହ ପୁଲିସ ସୁରକ୍ଷା କଡାକଡି କରାଯାଇଛି । ଆସନ୍ତା ଜୁନ ୪ ରେ ଭୋଟ୍ ଗଣତି ହେବ ।(ସୁରେନ୍ଦ୍ର ମହାନ୍ତି )