June 29, 2024

ଗଜପତି ଜିଲ୍ଲାର ୨ ଟି ନିର୍ବାଚନ ମଣ୍ଡଳୀରେ ମତଦାନ ଶାନ୍ତିପୂର୍ଣ୍ଣ ,ମତଦାନ ହାର ୬୩.୭୧ ପ୍ରତିଶତ ….

Share

ଗଜପତି ଜିଲ୍ଲାର ୨ ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାରଳାଖେମୁଣ୍ଡି ଏବଂ ମୋହନା ଠାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଆଜି ମତଦାନ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି । ଏହି ନିର୍ବାଚନ ଅବସରରେ ଅନୁଷ୍ଠିତ ମତଦାନ ପୂର୍ବରୁ ଜିଲ୍ଲାର ସମସ୍ତ ମତଦାନ କେନ୍ଦ୍ର ଠାରେ ଆଜି ପ୍ରଥମେ ମକପୋଲ କାର୍ଯ୍ୟକ୍ରମ ପୋଲିଂ ଅଫିସର ଓ ସମସ୍ତ ଏଜେଣ୍ଟ ମାନଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା । ପରେ ସକାଳ ୭ଟା ଠାରୁ ସମସ୍ତ ମତଦାନ କେନ୍ଦ୍ର ମାନଙ୍କରେ ମତଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଗ୍ରୀଷ୍ମ ପ୍ରବାହର ପ୍ରକୋପ ପ୍ରତି ଦୃଷ୍ଟିରେ ରଖି ଭୋଟର ମାନେ ସକାଳ ୭ ଟା ଠାରୁ ସ୍ଵ ଇଚ୍ଛାରେ ଆସି ଲମ୍ବା ଧାଡ଼ିରେ ଠିଆ ହୋଇ ଭୋଟ ନିଜର ମନ ପସନ୍ଦ ପ୍ରାର୍ଥୀଙ୍କୁ ବାଛି ଭୋଟ ଦେଇଥିଲେ । ଆଜି ଗଜପତି ଜିଲ୍ଲାର ୨ ଗୋଟି ନିର୍ବାଚନ ମଣ୍ଡଳୀ ପାରଳାଖେମୁଣ୍ଡି ଓ ମୋହନା ରେ ଥିବା ମୋଟ ୪ ଲକ୍ଷ ୫୮ ହଜାର ୨୨୮ ଜଣ ଭୋଟର ଉଭୟ ନିର୍ବାଚନ ମଣ୍ଡଳୀରେ ବିଧାୟକ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦ୍ବିତା କରୁଥିବା ୧୭ ଜଣଙ୍କ ଭାଗ୍ୟ ନିର୍ଦ୍ଧାରଣ ପୂର୍ବକ ବେଲୋଟ ବକ୍ସ ତଥା ଭୋଟିଂ ମେଶିନରେ ଭର୍ତ୍ତି ହୋଇ ରହିଛି । ଯାହାକି ଆସନ୍ତା ମାସ ଜୁନ ୪ ତାରିଖ ଦିନ ଗଣତି ବେଳେ ଜଣା ପଡ଼ିବ । ଜିଲ୍ଲାର ୨ ଟି ନିର୍ବାଚନ ମଣ୍ଡଳୀରେ ମୋଟ ୫୭୩ ଟି ମତଦାନ କେନ୍ଦ୍ର ରହିଥିବା ବେଳେ କେବଳ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ପାରଳାଖେମୁଣ୍ଡି ପୌର ପରିଷଦ ଅଞ୍ଚଳ ରେ ୪୭ ଟି ଏବଂ କାଶୀନଗର ଏନଏସି ଅଞ୍ଚଳରେ ୧୦ ଟି ସଖୀ ମତଦାନ କେନ୍ଦ୍ର ରହିଛି । ଏହି ମତଦାନ କେନ୍ଦ୍ର ମାନଙ୍କରେ କେବଳ ମହିଳା ମାନେ ମତଦାନ କାର୍ଯ୍ୟ ପରିଚାଳନା କରିଥିଲେ । ସମସ୍ତ ମତଦାନ କେନ୍ଦ୍ର ମାନଙ୍କରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପାନୀୟ ଜଳ , ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମ ମାନଙ୍କ ପାଇଁ ହୂଇଲ ଚେୟାର ବ୍ୟବସ୍ଥା , ସିସି କେମେରା ବିଦ୍ୟୁତ୍ , ସ୍ୱେଚ୍ଛାସେବୀ ଓ ଏନସିସି କେଡେଟ ପ୍ରଭୃତି ଆନୁସଙ୍ଗିକ ସମସ୍ତ ବ୍ୟବସ୍ଥା କରା ଯାଇଥିଲା । । ମତଦାନ ସମୟରେ ପ୍ରାୟତଃ ସମସ୍ତ ବୁଥମାନଙ୍କରେ ମହିଳା ଭୋଟର ମାନଙ୍କ ଲମ୍ବା ଧାଡ଼ି ରହିଥିଲା । ଏଥିସହ ବହୁ ନୂତନ ଭୋଟର ଏହି ନିର୍ବାଚନ ପର୍ବରେ ସାମିଲ ହୋଇ ଉତ୍ସାହିତ ଥିବା ସହ ପ୍ରଥମ କରି ଭୋଟ ଦେଉଥିବା ଯୋଗୁଁ ସେମାନେ ବହୁତ୍ ଖୁସିଥିବା କହିଥିଲେ । ଏହି ନିର୍ବାଚନ ମତଦାନ ସମୟ ମୋହନା ନିର୍ବାଚନ ମଣ୍ଡଳୀରେ ଏହା ସକାଳ ୭ଟା ଠାରୁ ଆରମ୍ଭ ହୋଇ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଏବଂ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ଏହା ସକାଳ ୭ଟା ରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ନିର୍ଦ୍ଧାରିତ ସମୟ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ମୋହନା ନିର୍ବାଚନ ମଣ୍ଡଳୀରେ ଅପରାହ୍ନ ୪ ଟା ବେଳେ ମତଦାନ କାର୍ଯ୍ୟ ସମ୍ପନ୍ନ ହୋଇ ମତଦାନ ହାର ସେଠାରେ ୬୩.୨୫ ପ୍ରତିଶତ ରହିଥିବା ବେଳେ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ସନ୍ଧ୍ୟା ୫ ଟା ସୁଦ୍ଧା ମତଦାନ ହାର ୬୪.୨୩ ପ୍ରତିଶତ ହୋଇଥିବା ଜିଲ୍ଲା ପ୍ରଶାସନ ସୂତ୍ରରୁ ଜଣାଯାଇଛି । ( ଗଣେଶ କୁମାର ରାଜୁ। ପାରଳାଖେମୁଣ୍ଡି ଗଜପତି )