June 29, 2024

ଖନ୍ତାପଡା ରେ ପ୍ରତ୍ୟକ୍ଷ ଆରାଧ୍ୟ ଦେବୀ ମା ଦାଣ୍ଡକାଳୀ ଙ୍କ‌ ବାର୍ଷିକ ଉତ୍ସବ ଅନୁଷ୍ଠିତ….

Share

ବାଲେଶ୍ଵର,, ଖନ୍ତାପଡା

ବାଲେଶ୍ଵର ଜିଲ୍ଲା ବାହାନଗା ବ୍ଲକ ଅନ୍ତର୍ଗତ ଖନ୍ତାପଡା ରେ ମାଁ ଆରାଧ୍ୟ ଦେବୀ ଦାଣ୍ଡକାଳୀ ଙ୍କ‌ ବାର୍ଷିକ ଉତ୍ସବ ବେସ୍ ଧୁମ୍ ଧାମରେ ଅନୁଷ୍ଠିତ ହୋଇଯାଇଛି । ରଙ୍ଗୀନ୍ ଆଲୋକ ମାଳା ସାଜସଜ୍ଜା ସାଙ୍ଗକୁ ଝଲସୁଛି ସୁନ୍ଦର ମା ଙ୍କ ମନ୍ଦିର,
ରିତି ନିତି ଓ ପରମ୍ପରା ଅନୁସାରେ ମା ଦାଣ୍ଡକାଳୀ ଙ୍କ ପୂଜାର୍ଚ୍ଚନା ବି ଚାଲିଛି,

ଓଡିଆ ସଂସ୍କୃତି ର ପର୍ବ ତଥା
ଅକ୍ଷୟ ତୃତୀୟା ‌ଦିନ ଘଟ ଉତ୍ତୋଳନ କରି ୩ ଦିନ ଧରି ମା ଦାଣ୍ଡକାଳୀ ଙ୍କ‌ ପାଖରେ ନାମ ସଂକୀର୍ତ୍ତନ ଓ ହଜାର‌ ହଜାର ଦେବ ଦେବୀ ଙ୍କ ନାମରେ ହୋମ ହୋଇ ଚଣ୍ଡି ପାଠ ପଢାଯାଏ,,

ଆଜି‌ ମା ଆରାଧ୍ୟ ଦେବୀ ଦାଣ୍ଡକାଳୀ ଙ୍କ‌ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ଏହି ବିଶାଳ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ରେ ରିତି ନିତି ଅନୁସାରେ ଅନୁଷ୍ଠିତ ହୋଇଥିବା ବେଳେ ୩ ହଜାର ରୁ ଉର୍ଦ୍ଧ୍ବ ଲୋକଙ୍କ ପାଇଁ ପ୍ରସାଦ ସେବନର ଆୟୋଜନ ମଧ୍ୟ କରାଯାଇଥିବା ର ଦେଖିବାକୁ ମିଳିଛି।
ଏହି ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ରେ ମନ୍ଦିରର ମୁଖ୍ୟ ପୂଜକ ଏବଂ ନାମୀଦାମୀ ପଣ୍ଡିତ ଏବଂ ସମସ୍ତ ମେମ୍ବର ଓ ମା ଦାଣ୍ଡକାଳୀ ଯୁବ ପରିଷଦ ର ସମସ୍ତ ସଦସ୍ୟ ଉପସ୍ଥିତ ରହି ସବୁ ପ୍ରକାର ର ସହଯୋଗ କରିଥିବା ଦେଖିବାକୁ ମିଳିଛି।

୩ ହଜାର ରୁ ଉର୍ଦ୍ଧ୍ବ ଲୋକ ମାନଙ୍କୁ ଖାଇବା ଦେବା ପାଇଁ ମା ଦାଣ୍ଡକାଳୀ ଯୁବ ପରିଷଦ ର ସମସ୍ତ ସଦସ୍ୟ ଆସି ନିଃସ୍ୱାର୍ଥ ପର ଭାବେ ସେବା କରିଆସୁଛନ୍ତି,,

 

 

ସବୁବେଳେ,,ସବୁସମୟରେ,,
ସମସ୍ତ ଙ୍କ ପାଖରେ, ସବୁଠାରୁ ଆଗରେ,,

ମା ଦାଣ୍ଡକାଳୀ ଯୁବ ପରିଷଦ, ଲୋକଙ୍କ ସେବାରେ,,,

 

(ଦେବାଶିଷ ଦାଶ୍ କ୍କ ରିପୋର୍ଟ)