September 29, 2024

ପୁରୀ ଶ୍ରୀମନ୍ଦିରରୁ ଆସିଲେ ସେବାୟତ,ଆଶିର୍ବାଦ କଲେ ଧର୍ମେନ୍ଦ୍ରଙ୍କୁ

Share

ସମ୍ବଲପୁର:ପୁରୀ ଶ୍ରୀ ମନ୍ଦିରରୁ ମହାପ୍ରଭୁ ଜଗନ୍ନାଥଙ୍କ ସେବାୟତ ମାନେ ସମ୍ୱଲପୁର ଆସି କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆଶିର୍ବାଦ କରିଛନ୍ତି ।
ଆଜି ସନ୍ଧ୍ୟାରେ ମନ୍ତ୍ର ଉଚ୍ଚାରଣ କରି ପ୍ରଥମେ ପ୍ରାର୍ଥନା କରିଥଲେ ଓ ତାଙ୍କୁ ଆଶିର୍ବାଦ ପ୍ରଦାନ କରିଥିଲେ । ପରେ ଠାକୁରଙ୍କର କରପଲ୍ଲବ, ଶ୍ରିଅଙ୍ଗ ଖଣ୍ଡୁଆ, ଆଜ୍ଞମାଳ, ନୀଳଚକ୍ର ଧ୍ଵଜା କେନ୍ଦ୍ରମନ୍ତ୍ରୀଙ୍କ କାନ୍ଧରେ ଦେଇଥିଲେ ଓ ପ୍ରସାଦ ପ୍ରଦାନ କରିଥିଲେ ।
ସେବାୟତଙ୍କ କହିବାନୁସାରେ ଶ୍ରୀମନ୍ଦିରରେ ମଙ୍ଗଳ ଆଳତି ପରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ର ଆଶିର୍ବାଦ ନେଇ ସେମାନେ ସମ୍ବଲପୁର ଆସିଥିଲେ । ସମ୍ବଲପୁରରୁ କେନ୍ଦ୍ରମନ୍ତ୍ରୀ ନିର୍ବାଚନରେ ବିଜୟ ଲାଭ କରନ୍ତୁ ଓ ପ୍ରଧାମନ୍ତ୍ରୀଙ୍କର ମୋଦୀଙ୍କ ହାତମୁଠା ମଜବୁତ କରନ୍ତୁ । ଶ୍ରୀ ପ୍ରଧାନ ବିଜୟ ଲାଭ କରି କେନ୍ଦ୍ରରେ ମନ୍ତ୍ରୀ ପଦ ଅଳଙ୍କୃତ କଲେ ଓଡ଼ିଶାର ସାମଗ୍ରୀକ ବିକାଶ ହେବା ସଙ୍ଗେ ସଙ୍ଗେ ଶ୍ରୀ ଜଗନ୍ନାଥ ସଂସ୍କୃତିର ସୁରକ୍ଷା ହୋଇପାରିବ।
ସେବାୟତ ଦଳ ରେ କେଦାର ନାଥ ଖୁଣ୍ଟିଆ, ରଘୁନାଥ ଗୁଜ୍ଜିକର, , ଦୁର୍ଗା ମାଧବ ପଣ୍ଡା , ହପି ହଜୁରୀ ,
ଟୁକୁନ ପଣ୍ଡା ପ୍ରମୁଖ ସାମିଲ ଥିଲେ ଥିବା ନେଇ ବିଜେପି ମିଡିଆସେଲରୁ ସୂଚନା ଦିଆଯାଇଛି।