September 29, 2024

୧୬ କେଜି ଗଞ୍ଜେଇ ଜବତ , ଜଣେ ଗିରଫ

Share


ବୁଗୁଡା : ତା ୧୨/୦୫/୨୪ : ସ୍ଥାନୀୟ ଅବକାରୀ ବିଭାଗର ଉଦାସୀନତା ଯୋଗୁଁ ବୁଗୁଡା ଅଞ୍ଚଳ ଗଞ୍ଜେଇ କାରବାରର ପେଣ୍ଠସ୍ଥଳୀ ପାଲଟିଥିବା ନେଇ ସାଧାରଣରେ ଅଭିଯୋଗ ହୋଇଆସୁଥିବା ବେଳେ ଆଜି ଏକ ବସ୍ତା ଗଞ୍ଜେଇ ଜବତ ସହ ଜଣେ ଗିରଫ ହେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଗିରଫ ଅଭିଯୁକ୍ତ ଜଣକ ନିମପଦର ଗ୍ରାମର ସରୋଜ ଘଡେଇ । ଏ ନେଇ କେସ୍ ନଂ ୧୯/୨୪-୨୫ରେ ଏକ ମାମଲା ରୁଜୁ କରାଯାଇଥିବା ଅବକାରୀ ଥାନା ଅଧିକାରୀ ମୋଜି ଶବରଙ୍କ ଠାରୁ ପ୍ରକାଶ ପାଇଛି । ଘଟଣାରୁ ପ୍ରକାଶ ଯେ , ଆଜି ପୂର୍ବାହ୍ନ ୧୧ଟା ବେଳେ ବୁଗୁଡା ସହର ଉପକଣ୍ଠସ୍ଥ ବଡଶଙ୍ଖ ନିକଟରେ ସରୋଜ ଏକ ବସ୍ତାରେ ଗଞ୍ଜେଇ ଧରି ଭୁବନେଶ୍ଵର ଅଭିମୁଖେ ଯିବାକୁ ଅପେକ୍ଷା କରିଥିଲା । ଏ ନେଇ କୌଣସି ସୂତ୍ରରୁ ଖବର ପାଇ ବୁଗୁଡା ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଗଞ୍ଜେଇ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରାଯାଇଥିଲା । ଜବତ ହୋଇଥିବା ଗଞ୍ଜେଇର ପରିମାଣ ୧୬ କିଲୋଗ୍ରାମ ହୋଇଥିବା ବେଳେ ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଜଣାଯାଇଛି ।