November 18, 2024

ଉତ୍କଳ ସଂଗ୍ରାମୀ ସ୍ମୃତି ସମିତିର ପ୍ରସ୍ତୁତି ବୈଠକ

Share

ଉତ୍କଳ ସଂଗ୍ରାମୀ ସ୍ମୃତି ସମିତିର ପ୍ରସ୍ତୁତି ବୈଠକ
ଅସ୍ତରଙ୍ଗ,,ଆସନ୍ତା ମଇ ୨୧ତାରିଖ ଦିନ ଅସ୍ତରଙ୍ଗ ର କୁହୁଡି ଠାରେ ଉତ୍କଳ ସଂଗ୍ରାମୀ ସ୍ମୃତି ତରଫରୁ ,ଲବଣ ସତ୍ୟା ଗ୍ରହୀ ସହିଦି ସ୍ମାରକୀ ଦିବସ ପାଳନ ହେବାକୁ ଥିବା, ଅବସରରେ ଏକ ପ୍ରସ୍ତୁତି ବୈଠକ ଶନିବାର ଦିନ ସମିତିର କାର୍ଯ୍ୟକାରୀ ସଭାପତି, ଶ୍ରୀ ଅମିୟ କୁମାର ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ,କୁହୁଡି ସ୍ଥିତ ଲବଣ ସତ୍ୟାଗ୍ରହ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇ ଅଛି । ଏହି ବୈଠକରେ,ତହସିଲଦାର ରାଜଲକ୍ଷ୍ମୀ ନାୟକ,ବ୍ଲକ ଶିକ୍ଷାଧିକାରୀ ଚିତ୍ତରଞ୍ଜନ ସ୍ବାଇଁ,ସରପଞ୍ଚ ରାମଚନ୍ଦ୍ର କଣ୍ଡୀ,ମେଡିକାଲ ଅଫିସର ସୁବାସ ନାୟକ,ଜିଲ୍ଲାପରିଷଦ ସଭ୍ୟା,ସରସ୍ଵତୀ ସ୍ବାଇଁ, ପୋଲିସି ଅଧିକାରୀ ସଂଗ୍ରାମ ସ୍ୱାଇଁ,ପ୍ରମୁଖ ଅତିଥି ଭାବେ ଯୋଗ ଦେଇ,ଆସନ୍ତା ୨୧ତାରିଖରେ ହେବାକୁ ଥିବା ସହିଦ ସ୍ମାରକୀ ଦିବସ ପାଳନ ଉପରେ ନିଜ ନିଜ ମତ ରଖିଥିଲେ । ମୁଖ୍ୟତଃ,ମଞ୍ଚ,ଅତିଥି ଙ୍କ ଆଗମନ, ବ୍ଲକ ଓ କୁହୁଡି ଲବଣ ପୀଠରେ ଥିବା ସ୍ମୃତିସ୍ଥମ୍ୱ ଗୁଡ଼ିକର ନବୀକରଣ,ପ୍ରଚାର ଓ ପ୍ରସାର,ପାନୀୟ ଜଳ,ରାସ୍ତା ସମ୍ପ୍ରସାରଣ, ଶପତ ପାଠ,ସକାଳେ ରାମ୍ ଧୁନ, ଆଇନ ଶଙ୍ଖଳା , ଆଦି ଉପରେ ଆଲୋଚନା କରାଯାଇ ଉପସ୍ଥିତ ଥିବା ସମିତିର ସଭ୍ୟ ମାନଙ୍କୁ ଦାୟିତ୍ଵ ଦିଆଯାଇଥିଲା । ବିଶେଷ କରି ଅସ୍ତରଙ୍ଗ ହାଇସ୍କୁଲ ର ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ଦ୍ବାରା ,ଲବଣ ସତ୍ୟାଗ୍ରହ ରେ କୁହୁଡି ର ଭୂମିକା,( ରଚନା ) ଲବଣ ସତ୍ୟାଗ୍ରହରେ କୁହୁଡି ଓ ମଧୁସୂଦନ ମିଶ୍ର(,ତର୍କ), ଲବଣ ସତ୍ୟାଗ୍ରହ କୁହୁଡି(ଚିତ୍ରାଙ୍କନ), ରେ ଭାଗ ନେଇଥିବା ପିଲାମାନଙ୍କୁ ତାଙ୍କର କୃତିତ୍ୟୋ ଅନୁଯାୟୀ ପୁରସ୍କୃତ କରାଯିବା ପାଇଁ ନିଷ୍ପତି ହୋଇ ଅଛି । ଚକିତ ବର୍ଷ ଜଣେ ଅତିଥି ,ପ୍ରଫେସର ନିହାର ରଞ୍ଜନ ପଟ୍ଟନାୟକ ଲବଣ ସତ୍ୟାଗ୍ରହି ଉପରେ ତାଙ୍କର ଅଭିଭାଷଣ ରଖିବେ ବୋଲି ନିଷ୍ପତି ମଧ୍ୟ ହୋଇଅଛି । ସରକାର ଙ୍କର ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ବାରା ଆୟୋଜିତ ହେବାକୁ ଥିବା ଏହି ଦିବସ କୁ ପୁରୀ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶରେ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ସେଠୀ,ଓ ଅସ୍ତରଙ୍ଗ ତହସିଲ ଦାର ଶ୍ରୀମତୀ ନାୟକ ଙ୍କ ମିଳିତ ସହଯୋଗ ରେ ଏହି ମହାନ ଦିବସ ପାଳନ କରାଯିବ ବୋଲି ଜିଲ୍ଲା ପ୍ରଶାସନ ତରଫରୁ ଜଣା ପଡ଼ି ଅଛି । ଏହି ବୈଠକ ରେ, ସଭ୍ୟ ଗୋଳେଖ ମହାନ୍ତି,ଦେଶବନ୍ଧୁ ସ୍ବାଇଁ,କାଳନ୍ଦୀ ଛାଟୋଇ,ଦୁଃଶାସନ ନାୟକ, ଭଗବାନ ଲେଙ୍କା,ଟୁଲୁ ସ୍ବାଇଁ,ଙ୍କ ସମେତ କୁହୁଡି ଗ୍ରାମ ର ଯୁବକ ସଂଘ, ର ସଦସ୍ୟ ଆଦି ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ ଲବଣ ସତ୍ୟାଗ୍ରହ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ତରୁଣ କୁମାର ସ୍ବାଇଁ ।