ଆଜର ଖବର
*ଖବର ଆଜିର*
ତାରିଖ ୧୩/୦୫/୨୦୨୩ ଶନି ବାର ।
ଗୁଜୁରାଟକୁ ୨୭ ରନ୍ ହରାଇ ୩ ନମ୍ବରକୁ ଉଠିଲା ମୁମ୍ବାଇ: ସୁର୍ଯ୍ୟକୁମାର ଓ ରସିଦ ଖାନଙ୍କ ବିସ୍ଫୋରକ ପାଳି ।
ବଢ଼ିଲା ରାଜ୍ୟ ମନ୍ତ୍ରିମଣ୍ଡଳ ଅଦଳ ବଦଳ ଚର୍ଚ୍ଚା । ଇସ୍ତଫା ଦେଲେ ବାଚସ୍ପତି ବିକ୍ରମ ଆରୁଖ। ବାଚସ୍ପତି ପଦରୁ ଇସ୍ତଫା ଦେଲେ ବିକ୍ରମ କେଶରୀ ଆରୁଖ ।
ସେପଟେ ବାଚସ୍ପତିଙ୍କ ପରେ ଇସ୍ତଫା ଦେଲେ ଦୁଇ ମନ୍ତ୍ରୀ । ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଓ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଇସ୍ତଫା ଦେଇଛନ୍ତି ।
ଶୁକ୍ରବାର ଗୋଟିଏ ଦିନରେ ପ୍ରକାଶ ପାଇଛି ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ । ପ୍ରଥମେ ଦ୍ୱାଦଶ ଓ ପରେ ପରେ ଦଶମ ପରୀକ୍ଷା ଫଳ ପ୍ରକାଶ କରିଛି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ।ଦଶମରେ ପାସ ହାର- ୯୩.୧୨%
ଦ୍ୱାଦଶରେ ପାସ ହାର- ୮୭.୩୩% ରହିଛି ।
ଇସଲାମାବାଦ ହାଇକୋର୍ଟରୁ ଇମ୍ରାନ ଖାନଙ୍କୁ ଆଶ୍ୱସ୍ତି । ଦେଶରେ ଏମରଜେନ୍ସି ଲଗାଇବାକୁ ପ୍ରଧାନମନ୍ତ୍ରୀଙ୍କୁ କ୍ୟାବିନେଟର ପରାମର୍ଶ ।
ଏନସିବିର ପୂର୍ବତନ ଅଫିସର ସମୀର ୱାଙ୍ଖେଡେଙ୍କ ନାଁରେ ସିବିଆଇ ମାମଲା ।
ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲା: ଜୁନ ୨ ଯାଏ ବଢ଼ିଲା ସିସୋଦିଆଙ୍କ ବିଚାର ବିଭାଗୀୟ ହାଜତ ଅବଧି ।
ଜ୍ଞାନବାପି ମସଜିଦ ମଧ୍ୟରେ ଥିବା ‘ଶିବଲିଙ୍ଗ’ର ବୈଜ୍ଞାନିକ ସର୍ଭେ ହେବ, ଆହ୍ଲାବାଦ ହାଇକୋର୍ଟ ଦେଲେ ଅନୁମତି ।
ଦୁବାଇରୁ ଦିଲ୍ଲୀ ଯାଉଥିବା ବିମାନରେ ଜଣେ ମହିଳା ବନ୍ଧୁଙ୍କୁ ସୁରକ୍ଷା ନିୟମ ଉଲ୍ଲଂଘନ କରି କକପିଟ୍ ରେ ପ୍ରବେଶ ଓ ରହିବାକୁ ଅନୁମତି ଦେଇଥିବାରୁ ଏୟାର ଇଣ୍ଡିଆର ଜଣେ ପାଇଲଟଙ୍କୁ ୩ ମାସ ପାଇଁ ନିଲମ୍ବିତ କରାଯାଇଛି ଏବଂ ଏୟାରଲାଇନ୍ସକୁ ୩୦ ଲକ୍ଷ ଟଙ୍କା ଜରିମାନା କରାଯାଇଛି।
ପଞ୍ଜିକରଣ ହୋଇନି ପ୍ରାୟ ୫ହଜାର ଆପାର୍ଟମେଣ୍ଟ: ବର୍ଷେ ହେଲା ଗ୍ରାହକଙ୍କୁ ମିଳୁନି ଘର, କ୍ଷତି ସହୁଛି ରିଅଲ ଇଷ୍ଟେଟ୍ ।
ଏଗଜିଟ ପୋଲ ଆସିବା ପରେ କର୍ଣ୍ଣାଟକରେ ସରକାର ଗଠନ ପାଇଁ ବଢିଲା କସରତ, ନିଜ ନିଜର ରଣନୀତି ଆରମ୍ଭ କଲେଣି ବିଜେପି–କଂଗ୍ରେସ ।
ଟ୍ୱିଟରର ନୂଆ ସିଇଓ ହେଲେ ଲିଣ୍ଡା ୟାକ୍କାରିନୋ(Linda Yaccarino ) । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଖୋଦ୍ ଏଲନ୍ ମସ୍କ । ।
୭.୨ ବିଲିୟନ ଡଲାର ବଢି ୫୯୬ ବିଲିୟନ ଡଲାରରେ ଦେଶର ବିଦେଶୀ ମୁଦ୍ରା ଭଣ୍ଡାର, ୧୧ ମାସର ସର୍ବୋଚ୍ଚ ସ୍ତରରେ ।
ଅର୍ଚ୍ଚନା ନାଗ ମାମଲାରେ ଅନ୍ୟତମ ଅଭିଯୁକ୍ତ ଖଗେଶ୍ବର ପାତ୍ରଙ୍କ ଜାମିନ ଆବେଦନ ହାଇକୋର୍ଟରେ ଖାରଜ ।
ଆଦାନି-ହିଣ୍ତେନବର୍ଗ ବିବାଦ: ତଦନ୍ତ ପାଇଁ ଆଉ ୬ ମାଗିଲା ସେବି, ୧୫ରେ ଶୁଣାଣି ।
କେନ୍ଦ୍ର ନିକଟରେ ପଡ଼ିରହିଥିବା ପ୍ରସ୍ତାବ ଓ ଦାବିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ।
ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ଲାଇନ୍ କଟିବା ପ୍ରସଙ୍ଗ: ରାଜ୍ୟପାଳଙ୍କୁ ରିପୋର୍ଟ ଦେଲା ବିଶ୍ବବିଦ୍ୟାଳୟ ।
ବର୍ଷା ଅନୁଭବ ପାରିବାରିକ ବିବାଦ: ଜେରା ପ୍ରକ୍ରିୟା ଶେଷ; ଆସନ୍ତା ମେ ୧୫ରେ ପରବର୍ତ୍ତୀ ଶୁଣାଣି ।
ମମତା ସରକାରଙ୍କୁ ବଡ଼ ଝଟକା; ୩୬,୦୦୦ ଶିକ୍ଷକଙ୍କ ନିଯୁକ୍ତି ରଦ୍ଦ କଲେ କଲିକତା ହାଇକୋର୍ଟ ।
ସୁପ୍ରଭାତ ,ଶୁଭ ସକାଳ ।