April 24, 2026

ଉମରକୋଟ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘତରଫରୁ ସଂବର୍ଦ୍ଧନା ସମାରୋହ ଅନୁଷ୍ଠିତ…….

IMG-20260413-WA0018
Share

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ, ଉମରକୋଟ ଶାଖା ତରଫରୁ ଶିକ୍ଷକ ସମ୍ମେଳନ ଓ ସଂବର୍ଦ୍ଧନା ସମାରୋହର ଆୟୋଜନ କରା ଯାଇଥିଲା । ଉକ୍ତ ସମାବେଶରେ  ମୁଖ୍ୟ ଅତିଥି ଭାବେ ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ, ମୁଖ୍ୟ ବକ୍ତା ଭାବେ ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଶ୍ରୀଯୁକ୍ତ ରମଣୀ ରଞ୍ଜନ ତ୍ରିପାଠୀ, ବରେଣ୍ୟ ଅତିଥି ଭାବେ ରାଜ୍ୟ ବିଜେପି ଉପସଭାପତି ରମେଶ ଚନ୍ଦ୍ର ସାହୁ, ଉମରକୋଟ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଈଶ୍ୱର ଚନ୍ଦ୍ର ମାଝୀ, ଉମରକୋଟ ମ୍ୟୁନ୍ସିପାଲଟି କାର୍ଯ୍ୟ ନିର୍ବାହୀ ଅଧିକାରୀ  ଶ୍ରୀଯୁକ୍ତ ଆଲୋକ କୁମାର ଅନୁଗୁଳିଆ, ସମ୍ମାନିତ ଅତିଥି ଭାବେ , ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ସନତ୍ କୁମାର ପ୍ରହରାଜ, ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ କ୍ଷେତ୍ର ମୋହନ ବିଷୋୟୀ, ସହ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପୁରୁଷୋତ୍ତମ ମାଝୀ, ଶ୍ରୀଯୁକ୍ତ ଦେବେନ୍ଦ୍ର କୁମାର ବାଗ, ମାନ୍ୟବର ମନ୍ତ୍ରୀ ପ୍ରତିନିଧି ଶ୍ରୀଯୁକ୍ତ ଅଶୋକ କୁମାର ପାଢ଼ୀ, ମାନ୍ୟବର ସାଂସଦ ପ୍ରତିନିଧି ଶ୍ରୀଯୁକ୍ତ ରାମକୃଷ୍ଣ ନାୟକ ପ୍ରମୁଖ ଯୋଗ ଦେଇଥିଲେ । ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଶ୍ରୀଯୁକ୍ତ ସ୍ବପନ କୁମାର ସରକାର ଏବଂ କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ହେମନ୍ତ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୨୦୨୫ ମସିହାରେ ସରକାରୀ ସେବାରୁ ଅବସର ଗ୍ରହଣ କରିଥିବା ୨୧ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଜିଲ୍ଲା ସଂଯୋଜକ ଶ୍ରୀଯୁକ୍ତ ଫନିନ୍ଦ୍ର ଗାଇନ୍ ଏବଂ ଜିଲ୍ଲା ଉପସଭାପତି ଶ୍ରୀଯୁକ୍ତ ସପନ କୁମାର ରାୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ସଂବର୍ଦ୍ଧନା ସମାରୋହରେ ବ୍ଲକ ରେ କାର୍ଯ୍ୟରତ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ସମେତ ଉମରକୋଟ ବ୍ଲକ ଶିକ୍ଷକ ସଂଘର କର୍ମକର୍ତ୍ତା ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ଆଲଟିଆ, ଦିବ୍ୟ ଜୀବନ କୁମାର ସୁନାନୀ, ଶ୍ରୀଯୁକ୍ତ ଶୁଭଙ୍କର ମାଝୀ, ଶ୍ରୀମତୀ ନମିତା ବିଶ୍ବାସ, ଶ୍ରୀମତୀ ନମିତା କୁମାରୀ ସାହୁ, ବଙ୍କିମ ଚନ୍ଦ୍ର ମଣ୍ଡଲ, ବିମଲ୍ ବାରୋଇ, ରତିକାନ୍ତ ପୂଜାରୀ, ବିକାଶ ବେଦଜ୍ଞ, ଇନ୍ଦ୍ରନୀଲ କର ପ୍ରମୁଖ ସହଯୋଗ କରିଥିଲେ । ସଂଘର ବରିଷ୍ଠ ଉପଦେଷ୍ଟା ଶ୍ରୀଯୁକ୍ତ ହିମାଂଶୁ ଆଚାରୀ ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।