April 15, 2025

କୋରାପୁଟ ଜ଼ିଲ୍ଲା କୋଟପାଡ଼ ଅଞ୍ଚଳର ଆଦିବାସୀ ସମ୍ପ୍ରଦାୟର ବହୁ ପୁରାତନ ପରମ୍ପୋରା ଅନୁଷ୍ଠିତ ହେଇଆସୁଥିବା ବାଲିଯାତ୍ରା ସମାପନ ହେଇଯାଇଛି I 

Share

 

 

 

 

 

କୋଟପାଡ଼ ଅଞ୍ଚଳରେ ଦୀର୍ଘ 16 ବର୍ଷ ପରେ ବାଲିଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ସହର ବାହାରଗୋଡ଼ ସାହି ମା ଶୀତଳା ଠାକୁରାଣୀ ମନ୍ଦିର ପରିସର ଗତ ଫେପୃଆରି 2 ତାରିଖ ରୁ ଅନୁଷ୍ଠିତ ହେଇ ଆସୁଥିବା ଏହି ବାଲିଯାତ୍ରା ଦୀର୍ଘ 45 ଦିନ ଧରି ଆୟଜନ ହେଇଥିଲା l ଉକ୍ତ ବାଲିଯାତ୍ରା ସକାଶେ ସହରର ଅଧିଷ୍ଠିତା ମା ଶୀତଳା ଠାକୁରାଣୀ ଙ୍କୁ ଆଜ୍ଞା ମାଳ ନେଇ ଶୁଭ ଖୁଣ୍ଟି ସ୍ଥାପନ କରି  ଗୁରୁ ମାଇନି ଙ୍କୁ ନିକଟସ୍ତ ଆସନା ଗ୍ରାମରୁ ଆମୋନ୍ତ୍ରିତ କରାଯାଇ ପୂଜାପାଠ ଅନୁଷ୍ଠିତ କରାଯାଇଥିବା ବେଳେ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ର ଆଦିବାସୀ ସମ୍ପ୍ରଦାୟର ଶତାଧିକ  ଯୁବକ ଯୁବତୀ, କୁନି କୁନି ପିଲା  ମାନେ ଏହି ବାଲିଯାତ୍ରା ରେ ଅଂଶଗ୍ରହଣ କରିଥିଲେ l  ଗୁରୁ ମାଇନିଙ୍କ ଆୱାବାନ କ୍ରମେ ଗ୍ରାମାଞ୍ଚଳ ଓ ସୋହରାଞ୍ଚଳ ର ଦେବା ଦେବି ମାନଙ୍କୁ ନୀତି ନିୟମ ଅନୁଯାଇ ପୂଜାପାଠ କରି  ଯୁବତୀ ଯୁବକ ମାନଙ୍କୁ ଅଭିମନ୍ତ୍ରିତ ଚାଉଳ ଫୁଲ ଆଜ୍ଞାମାଳ ଦେଇ ଥିବା ବେଳେ ସେମାନଙ୍କୁ କାଳିସୀ ଲାଗିଥାଏ l ଯେଉଁ ଯେଉଁ ଯୁବକ ଯୁବତୀ ମାନଙ୍କୁ କାଳସୀ ଲାଗିଥିଲା ସେମାନେ ବିବିନ୍ୟ ଦେବା ଦେବି ଙ୍କ ନାମରେ ନାମିତ କରାଯାଇ ଶୀତଳା ଠାକୁରାଣୀ ମନ୍ଦିର ପ୍ରାଣଙ୍ଗ ପରିସର ରେ ଅସ୍ଥାୟୀ ରୂପେ ନିର୍ମାଣ ହେଇଥିବା ବାଲି ଚାମୁଡ଼ିଆ ନିକଟରେ ନୁର୍ତ୍ୟ ପରିବେଷଣ କରିଥାନ୍ତି l ବାଲିଯାତ୍ରା ଆରମ୍ଭ ଦିନ ଠାରୁ ପ୍ରତ୍ୟକ ଦିନସନ୍ଧ୍ୟା 8 ଘଣ୍ଟା ରୁ ବିଳମ୍ୱବିତ ରାତ୍ର ପର୍ଯ୍ୟନ୍ତ  ଉକ୍ତ ସ୍ଥାନରେ ମହୁରି, ନାଗରାବାଜା, ଘଣ୍ଟ, ଟାମକ ଇତ୍ୟାଦି ରେ ମନମୁଗ୍ଧ ହେଇ ବିବିନ୍ୟ ଡଙ୍ଗ ରେ ନୁର୍ତ୍ୟ କରୁଥିଲେ l ଚଳିତ ବର୍ଷ ଏହି ଅଞ୍ଚଳ ଚାଷ ଠିକ ହେବା ନେଇ ପୂର୍ବରୁ ଅମଳ ହେଇଥିବା ଶସ୍ୟ ଏଥି ମଧ୍ୟରେ ସହରାଞ୍ଚଳ ର ବିବିନ୍ୟ ସାହି ପରିକ୍ରମା କରି ସଂଗ୍ରହ କରାଯାଇଥିଲା, ଶେଷ ଦିନ ଯାତ୍ରା ନିମନ୍ତେ ଇନ୍ଦ୍ରାବତୀ ନଦୀ କୂଳରେ ପୂଜା ପାଠ କରି ବାଲି ସଂଗ୍ରହ କରାଯାଇ  ବାଲି ଚାଙ୍ଗୁଡ଼ି ମାନଙ୍କରେ ସ୍ଥାପନ କରାଯାଇଥିଲା ଏବଂ ନିକଟସ୍ତ ନୁଆଁଗୁଡା ଗ୍ରାମରେ ମହୁଲ ଗଛ ଚିହ୍ନିଟ କରି ଗଛ ର ମୂଳ ଗଣ୍ଡି ଦ୍ୱାରା ଗଛର  ଭିମା ଭୀମଣୀ ଦୁଇଟି ପ୍ରତିମୂର୍ତ୍ତି ନିର୍ମାଣ କରି ସିରା ଦିଶାରୀ ମାନଙ୍କ ଦ୍ୱାରା ପୂଜାପାଠ ହୋମଯୋଗ୍ୟ ଅନୁଷ୍ଠିତ କରାଯାଇ ଅଣାଯାଇଥିଲା l ଶେଷ ଦିନ ରେ ଶୀତଳା ଠାକୁରାଣୀ ମନ୍ଦିର ର ଯେଉଁ ବାଲି ଚାଙ୍ଗୁଡ଼ି ଓ କାଳିସୀ ଲାଗିଥିବା ଯୁବକ ଯୁବତୀ ମାନେ ବିରାଟ ଶୋଭାଯାତ୍ରା ଅନୁଷ୍ଠିତ କରି ଜାତୀୟ ରାଜପଥ ପରିକ୍ରମା କରି କେନ୍ଦୁଗୁଡା, କୁଞ୍ଜଗୁଡା ଦେଇ ସହର ଠାରୁ ଏକ କି :ମି ଦୂର ବାସୁଲି ନୁଆଁଗୁଡା ନିକଟସ୍ତ ବାଲିଯାତ୍ରା ପଡ଼ିଆ ରେ ପହଂଚି ଥିଲେ l ଉକ୍ତ ସମୟରେ ପରମ୍ପରା ଅନୁଯାଇ ପୌରାଣିକ ନାଟକ, ଦୁରୁଆ ନାଚ, ନାଗରା, ମହୁରି ବିବିନ୍ୟ ଗ୍ରାମାଞ୍ଚଳ ର ଦେବା ଦେବୀଙ୍ଗ ଲାଠି, କୃଚି, ସିରା, ଦିଶାରୀ ମାନଙ୍କ ଦ୍ୱାରା ନୁର୍ତ୍ୟ ପରିବେଷଣ କରାଯାଇଥିଲା l ଉକ୍ତ ବାଲିଯାତ୍ରା ଦୀର୍ଘ ୧୬ ବର୍ଷ ପରେ ଏହି କୋଟପାଡ଼ ସହରେ ଅନୁଷ୍ଠିତ ହେଉଥିବାରୁ ଆଖ ପାଖ ସହରଞ୍ଚଳ, ଗ୍ରାମାଞ୍ଚଳ, ପଡୋଶୀ ରାଜ୍ୟ ଛତିଶ ଗଡ଼ ବସ୍ତର ଅଞ୍ଚଳ ହଜାର ହଜାର ମହିଳା ପୁରୁଷ ଆଦିବାସୀ ସମ୍ପ୍ରଦାୟ ଜନ ସମୁଦ୍ର ପାଲଟିଥିଲା l ଦୀର୍ଘ ବର୍ଷ ପରେ ଏହି ବାଲିଯାତ୍ରା ଅନୁଷ୍ଠିତ ହେଉଥିବାରୁ ବିବିନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ରାତ୍ର ସମୟରେ ଅନୁଷ୍ଠିତ ହେଇଥିବା ବେଳେ ସ୍ଥାନୀୟ ପ୍ରଶାସନ, ପୋଲିସ ପ୍ରଶାସନ ସହର ର ବିବିନ୍ୟ ଅନୁଷ୍ଠାନ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ନିମନ୍ତେ ବିଶେଷ ସହଯୋଗ କରିଥିଲେ l ଶୁକ୍ରବାର ସମାପନ ଦିବସ ବିଳମ୍ୱବିତ ରାତ୍ର ପର୍ଯ୍ୟନ୍ତ ବାଲି ପଡିଆରେ ପୂଜାପାଠ ଅନୁଷ୍ଠିତ ହେଇଥିବା ବେଳେ ଶନିବାର ଦିନ ଭିମା ଭିମାଣିଙ୍କ ବାହାଘର ଅନୁଷ୍ଠିତ ହେବା ସହ କଣ୍ଟା ଦୋଳିରେ କାଳସୀ ଲାଗିଥିବା ଯୁବକ ଯୁବତୀ  ସିରା, ଦିଶାରୀ ଝୁଲିବାର କାର୍ଯ୍ୟକ୍ରମ ରହିଛି l ଏହି ବାଲିଯାତ୍ରା ରେ 50 ହଜାର ରୁ ଉର୍ଦ୍ଧ ଜନ ସମାଗୋମ ହେଇଥିଲା lଓକିଲ ସଂଘର ସଭାପତି ଶ୍ରୀ ମଣି ପ୍ରସାଦ ପଟ୍ଟନାୟକ. ପୂର୍ବତନ କାଉନ ସିଲର ଦେବି ପ୍ରସାଦ ନାଇକ. ନରେନ୍ଦ୍ର ମାଝୀ. ଉପେନ୍ଦ୍ର ପୂଜାରୀ.ଡା. ଗଣେଶ ଚନ୍ଦ୍ର ପଣ୍ଡା. ଟଙ୍କଧର ନାଇକ. ବାବୁଲା ପୂଜାରୀ. ମନୋଜ କୁମାର ବିଶୋଇ ଙ୍କ ସମେତ ବାଲିଯାତ୍ରା କମିଟି ବାଲିଯାତ୍ରା ପରିଚାଳନା କରିଥିବାର ଜଣାଯାଇଛି. କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର ଓଡିଶା I