ଗଜପତି:- ସି.ଏମ୍.ଟ୍ରଫି ଜିଲ୍ଲାସ୍ତରୀୟ ଫୁଟବଲ ଚମ୍ପିୟାନସିପ୍ ପ୍ରତିଯୋଗିତା କାର୍ଯ୍ୟକ୍ରମ ଉଦଯାପିତ ..

ସି.ଏମ୍.ଟ୍ରଫି ନିମନ୍ତେ ଆଜି ଗଜପତି ଜିଲ୍ଲା ସ୍ତରୀୟ ଫୁଟବଲ ଚମ୍ପିୟାନସିପ୍ ପ୍ରତିଯୋଗିତାର ଉଦଯାପନ ହୋଇଯାଇଛି।
ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ୍ ଠାରେ ସି.ଏମ. ଟ୍ରଫି ହାସଲ ନିମନ୍ତେ ୭ ଏପ୍ରିଲ ଠାରୁ ୧୩ ଏପ୍ରିଲ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ଫୁଟବଲ୍ ପ୍ରତିଯୋଗିତାର ଆଜି ଉଦଯାପିତ ହୋଇଯାଇଛି ।
ଆଜିର ଉଦଯାପନି ପ୍ରତିଯୋଗିତାରେ ମାନ୍ୟବର ବିଧାୟକ ପାରଳାଖେମୁଣ୍ଡି ଶ୍ରୀ ରୁପେଶ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଆରକ୍ଷୀ ଅଧିକ୍ଷକ ଗଜପତି ଶ୍ରୀ ଯତୀନ୍ଦ୍ର କୁମାର ପଣ୍ଡା , ଓଡ଼ିଶା ତୃତୀୟ ବାଟାଲିୟନ ଦୁର୍ଗପତୀ ଶ୍ରୀ ଅଶୋକ କୁମାର ମହାନ୍ତି , ଡେପୁଟି କଲେକ୍ଟର ତଥା ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ କମଳ କାନ୍ତ ପଣ୍ଡା , ଜିଲ୍ଲା ଶିକ୍ଷା ଅଧିକାରୀ ଡ଼.ମାୟାଧର ସାହୁ , ଶ୍ରୀ ଏସ.ବାଲାରାଜୁ ଜିଲ୍ଲାପରିଷଦ ସଭ୍ୟା ଗୋସାଣୀ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରମୁଖ ମଞ୍ଚାସିନ ଥିଲେ।
ଏହି ପ୍ରତିଯୋଗିତା ସାତ ଦିନ ଧରି ସୂଚାରୁ ରୁପେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାର ୮ଟି କ୍ଲବର ୧୫ ବର୍ଷରୁ କମ ବୟସର ଛାତ୍ରମାନେ ୧୭୬ରୁ ଉର୍ଦ୍ଧ୍ବ ଯୋଗ ଦେଇଥିଲେ ।
ଆଜିର ଏହି ପ୍ରତିଯୋଗିତାରେ ଯିବା ଟାଇଗର ଗୁମ୍ମା ଦଳ ବିଜେତା ହୋଇଥିବା ବେଳେ ନୂଆଗଡ ଫାଇଟର ରନର୍ସ ହୋଇଥିଲେ। ଦୁଇ ଦଳକୁ ସି.ଏମ. ଟ୍ରଫି ମୁଖ୍ୟ ଅତିଥିଙ୍କ ଦ୍ୱାରା ପ୍ରଦାନ କରା ଯାଇଥିଲା । ସେହିପରି ସମସ୍ତ କ୍ରୀଡ଼ା ଶିକ୍ଷକ ଶିକ୍ଷୟତ୍ରୀ ଓ କୋଚ୍ ମାନଙ୍କୁ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧନା ପ୍ରଦାନ କରା ଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶାରିରୀକ କ୍ରୀଡ଼ା ଅଧିକାରୀ ଶ୍ରୀ ସୁରେନ୍ଦ୍ର କୁମାର ପାତ୍ରଙ୍କ ସମେତ ବିଭିନ୍ନ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଶ୍ରୀ ଧୀରେନ୍ଦ୍ର ସାମଲ , ଶ୍ରୀ ସନ୍ତୋଷ ପଟ୍ଟନାୟକ , ଶ୍ରୀ ଶିବରାମ ଭୂୟାଁ , ଜ୍ୟୋସ୍ନା ରଇତ , ରେଖାରାଣୀ ଦେଓ , ବର୍ଷିତା ପଟ୍ଟନାୟକ , ପ୍ରିୟ ଦର୍ଶୀ ମିଶ୍ର , କେବି ରେଡ୍ଡୀ ଓ କିଶୋର ସାମଲ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
—————————————;——
ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି (ଗଜପତି)
———————————————