September 18, 2026

ଉଇଲକିଶନନଗର ଅଁଳାଇ ପୀଠ ରେ ମହାବୀର ଙ୍କ ୨୩ ତମ ବାର୍ଷିକ ବିଶ୍ୱଶାନ୍ତି ଯଜ୍ଞ ଓ କଳସ ଶୋଭାଯାତ୍ରା

IMG-20250413-WA0003
Share

ଖୋର୍ଦ୍ଧା-(ପ୍ରିୟଙ୍କା ମହାପାତ୍ର)ଖୋର୍ଦ୍ଧା ବ୍ଲକ ଟାଙ୍ଗିଆପଡା ପଞ୍ଚାୟତ ଅନ୍ତର୍ଗତ ଉଇଲକିଶନ ନଗର (ସାହେବ ନୂଆଗାଁ) ମା ଅଁଳାଇ ଦେବୀ ପିଠରେ ଶ୍ରୀ ଶ୍ରୀ ମହାବୀର ଙ୍କ ୨୩ ତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ନିମନ୍ତେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।ଏହି ଯଜ୍ଞ ରେ ମୁଖ୍ୟ ପୁରୋହିତ ବିଶ୍ୱନାଥ ନନ୍ଦ ଙ୍କ ସଂଯୋଜନା ରେ କର୍ତ୍ତା ରୂପେ ହିମାଂଶୁ ବରାଳ ଗ୍ରାମ୍ୟ କମିଟି ର ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ,ସନାତନ ବିଶ୍ୱାଳ ପ୍ରତ୍ୟେକ୍ଷ ତତ୍ୱାବଧାନ ରେ ଆଜି ଗ୍ରାମର ଝାରିଆ ପୋଖରୀ ଠାରୁ ଶୁଭ କଳସ ଉଠାଯାଇ ଶତାଧିକ ମାନସିକ ଶ୍ରଦ୍ଧାଳୁ ଙ୍କ ଭକ୍ତ ମାନେ ଗ୍ରାମ୍ୟ ପରିକ୍ରମା କରିଥିଲେ।ପରେ ଅଁଳାଇ ଦେବୀଙ୍କ ପୀଠରେ ଥିବା ମହାବୀର ଙ୍କ ଯଜ୍ଞ ସ୍ଥଳ କୁ କଳସ ନେବା ପରେ ସୂର୍ଯ୍ୟପୂଜା,ଗୀତାପାଠ,ଅଗ୍ନି ସ୍ଥାପନ କରାଯାଇ ଯଜ୍ଞ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ୧୩ ତାରିଖ ଅପରାହ୍ନରେ ଧେନୁପୁଜା, ଗୁରୁପୂଜା,ମଣ୍ଡଳ ପୂଜା,ଗୀତା ପାଠ,ଚଣ୍ଡୀପାଠ,ପରେ ପୂର୍ଣ୍ଣାହୁତି କରାଯିବ।ଆଜିର ଏହି କଳସ ଯାତ୍ରାରେ ଆଖପାଖ ଅଞ୍ଚଳର ସଂଖ୍ୟାଧିକ ଭକ୍ତ ଙ୍କ ସମାଗମ ହୋଇଥିଲା।ଏହି ଅବସରେ ଢୋଲ,ମହୁରୀ,ପୁରୁଣା ପରମ୍ପରା ଘୋଡା ନୃତ୍ୟ,ଘଣ୍ଟ ଘଣ୍ଟା ରେ ସ୍ଥାନୀୟ ଅଂଚଳ ପ୍ରକମ୍ପିତ ହୋଇ ଉଠିଥିଲା।।କାର୍ଯ୍ୟକ୍ରମ ରେ ମହାବୀର କମିଟି ଓ ଉଇଲକିଶନ ନଗର ଗ୍ରାମବାସି,ସହଯୋଗ କରିଥିଲେ।ସେହିପରି ୧୪ ତାରିଖ ସଂକ୍ରାନ୍ତି ଦିନ ସେହି ମା ଅଁଳାଇ ପିଠରେ ଅପରାହ୍ଣ ୪ ଟା ରେ ମା ଅଁଳାଇ ଦେବୀ ଙ୍କ ଝାମୁଯାତ୍ରା ଅନୁଷ୍ଠିତ ହେବ।ବହୁ ସଂଖ୍ୟାରେ ଯୋଗ ଦେବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି