April 14, 2025
Share

 

 

୧-ଆଜି ଭୁବନେଶ୍ୱର ପାଳିବ ୭୭ତମ ପ୍ରତିଷ୍ଠା ଦିବସ।ସମସ୍ତ ସରକାରୀ ବିଭାଗ ସମେତ ବିଏମସି ଓ ୬୭ଟି ୱାର୍ଡରେ କାର୍ଯ୍ୟକ୍ରମ ଆୟୋଜିତ ହେବ।

 

୨-ପଣା ସଂକ୍ରାନ୍ତି ଏବଂ ହନୁମାନ ଜୟନ୍ତୀ ପାଇଁ କଟକରେ କମିଶନରେଟ ପୋଲିସ ପକ୍ଷରୁ ଗାଇଡଲାଇନ ଜାରି।

 

୩-୨୦୨୫-୨୬ ଶିକ୍ଷା ବର୍ଷରେ ବିଦ୍ୟାଳୟରେ ୪ଥର ହେବ ଅଭିଭାବକ -ଶିକ୍ଷକ ବୈଠକ।

 

୪-ବଲାଙ୍ଗିର:ଗେମିଂ ଆପ୍ଲିକେସନରେ ଲୋକଙ୍କୁ ଖେଳାଇ ଟଙ୍କା ହଡ଼ପ, ବ୍ୟାଙ୍କ ଆକାଉଣ୍ଟରେ ୨୫ ଲକ୍ଷ ଫ୍ରିଜ, ଜଣେ ଗିରଫ।

 

୫-ପୁରୀ:ପାଠ ପଢିଲେ ସାଂସଦ ଓ ବିଧାୟକ, ଶିଖିଲେ ‘୩-ସ’ ସରକାର, ସଂଗଠନ ଓ ସୁସମ୍ପର୍କ।

 

୬-ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ।

 

୭-ଭୁବନେଶ୍ୱର:ବିଲ୍‌ଡର ସସ୍ମିତ ବିଶ୍ବାଳ ହତ୍ୟା ମାମଲା : ୩ ଅଭିଯୁକ୍ତ ଗିରଫ, ମୁଖ୍ୟ ଅଭିଯୁକ୍ତ ସମେତ ଏବେବି ୪ ଫେରାର।

 

୮-ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ କସ୍ତୁରବା ଗାନ୍ଧୀ ଉଚ୍ଚ ବିଦ୍ୟାଳୟ:ମଧ୍ୟାହ୍ନ ଭୋଜନର ଚାଉଳ ହେରଫେର କରି ପ୍ରଧାନଶିକ୍ଷୟିତ୍ରୀ ନିଳମ୍ବିତ।

 

୯-ଭୁବନେଶ୍ୱର:ରାଜ୍ୟରେ ବଢୁଛି ନିଶା କାରବାର, ମାଫିଆଙ୍କ ଟାର୍ଗେଟରେ କଲେଜ ଛାତ୍ରଛାତ୍ରୀ।

 

୧୦-କଣ୍ଟାମାଳ : ଚାକିରୀରୁ ବହିଷ୍କୃତ ହେଲେ ୩ IRB ଯବାନ। ବୌଦ୍ଧ ମନମୁଣ୍ଡା ଥାନା ପୋଲିସ ବାରାକରେ ଗଞ୍ଜେଇ ରଖିବା ଘଟଣାରେ ହୋଇଛି କାର୍ଯ୍ୟାନୁଷ୍ଠାନ।

 

୧୧-କାଳବୈଶାଖୀର କରାଳ ରୂପ: ବୈପାରୀଗୁଡାରେ ପବନ ଏବଂ ବର୍ଷାରେ ଉଡିଗଲା ଅନେକ ଘରର ଛପର

 

୧୨-ଅତାବିରା:ଦୁଇ ବାଇକ୍ ମୁହାଁମୁହିଁ ଧକ୍କା: ୨ ମୃତ, ୩ ଗୁରୁତର।

 

୧୩-କେନ୍ଦୁଝର,ତଲକଇଁସାରି ଗାଁ:ଅଭାବନୀୟ ଘଟଣା, ହତ୍ୟା ପରେ ଦାଦାର କଟା ମୁଣ୍ଡ ଧରି ଥାନାରେ ପୁତୁରା।

 

୧୪-ଚନ୍ଦନେଶ୍ଵର: ଚଡ଼କ ମେଳାରେ ୪ ଲକ୍ଷରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ, ନୀଳ ପର୍ବ ସମ୍ପନ୍ନ,ଆଜି ହେବ ପାଟ ପର୍ବ।

 

୧୫-ହନୁମାନ ଜୟନ୍ତୀ ପ୍ରସ୍ତୁତି, ସମ୍ବଲପୁରରେ ପୋଲିସ ପକ୍ଷରୁ ସହରରେ ଫ୍ଲାଗମାର୍ଚ୍ଚ।

 

୧୬-ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳପତିଙ୍କଠାରୁ ସାଇବର ଠକେଇ ମାମଲା: ଗୁଜୁରାଟରୁ ୨ ଗିରଫ।

 

୧୭-ଶନିବାର ଦୁଇ ଦୁଇ ଥର ଡାଉନ ହୋଇଛି ହ୍ୱାଟ୍ସଆପ୍ ।ଅନେକ ଉପଭୋକ୍ତା ସନ୍ଦେଶ ପ୍ରେରଣ କରିବାକୁ ହୋଇଥିଲେ ଅସମର୍ଥ।

 

୧୮-ଅଭିଷେକ ସୁନାମୀରେ ବହିଗଲା ପଞ୍ଜାବ କିଙ୍ଗ୍ସ, IPLରେ ଦ୍ଵିତୀୟ ବଡ଼ ଲକ୍ଷ୍ୟ ହାସଲ କଲା ହାଇଦ୍ରାବାଦ।

 

୧୯-ନ୍ୟାସନାଲ ହେରାଲ୍ଡ କେସରେ ଇଡିର ବଡ଼ ଆକ୍ସନ, କୁର୍କ ସଂପତ୍ତି ଉପରେ କବଜା ହଟାଇବାକୁ ନୋଟିସ୍।

 

୨୦-କାମ କରୁନି ୟୁପିଆଇ,ଫଳରେ ଫୋନ୍‌ ପେ, ଗୁଗଲ ପେ ଓ ପେଟିଏମ୍‌ ଭଳି ଲୋକପ୍ରିୟ ଆପ୍‌ରେ ଟଙ୍କା ନେଣଦେଣ ସମ୍ଭବ ହୋଇନାହିଁ, ବ୍ୟବହାରକାରୀ ହନ୍ତସନ୍ତ।

 

୨୧-ୱକଫକୁ ନେଇ ପଶ୍ଚିମବଙ୍ଗରେ ହିଂସା: ୧୧୦ରୁ ଉର୍ଦ୍ଧ୍ୱ ବିକ୍ଷୋଭକାରୀ ଗିରଫ।

 

୨୨-ଇତିହାସରେ ପ୍ରଥମ ଥର ଲାଗି ରାଷ୍ଟ୍ରପତିଙ୍କ ପାଇଁ ସମୟସୀମା ଧାର୍ଯ୍ୟ କଲେ ସର୍ବୋଚ୍ଚ ଅଦାଲତ। ବିଧେୟକ ଉପରେ ସର୍ବାଧିକ ୩ ମାସ ଭିତରେ ନିଷ୍ପତ୍ତି ନେବେ ରାଷ୍ଟ୍ରପତି।

 

*🙏 ସୁପ୍ରଭାତ 🙏*

You may have missed