କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନଙ୍କ ପକ୍ଷରୁ ସୂଚନା-ଜିଲ୍ଲାରେ ସ୍ଥିତି ସ୍ୱାଭାବିକ, ଜିଲ୍ଲାରେ ରନ୍ଧନ ଗ୍ୟାସ (LPG) ର ପର୍ଯ୍ୟାପ୍ତ ମହଜୁଦ ଅଛି
କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନଙ୍କ ପକ୍ଷରୁ ସୂଚନା-ଜିଲ୍ଲାରେ ସ୍ଥିତି ସ୍ୱାଭାବିକ, ଜିଲ୍ଲାରେ ରନ୍ଧନ ଗ୍ୟାସ (LPG) ର ପର୍ଯ୍ୟାପ୍ତ ମହଜୁଦ ଅଛି। ତେଣୁ ସାଧାରଣ ଖାଉଟିମାନେ ଅଯଥା ଆତଙ୍କିତ କିମ୍ବା ଚିନ୍ତିତ ହେବାର ଆବଶ୍ୟକତା ନାହିଁ I ଖାଉଟିମାନେ ଅଯଥା ପାନିକ ବୁକିଂ (Panic booking) ନକରିବାକୁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ I କାରଣ କୋରାପୁଟ ଜିଲ୍ଲାରେ LPG ରନ୍ଧନ ଗ୍ୟାସ ୧୪. ୨ କେଜି ବିଶିଷ୍ଟ ୭୦୬୮ ଟି ସିଲିଣ୍ଡର ଓ ୧୯ କେଜି ବିଶିଷ୍ଟ ୬୯୭ଟି ସିଲିଣ୍ଡର ଷ୍ଟୋକରେ ରହିଛି I ସେହିପରି ଜିଲ୍ଲାରେ ପେଟ୍ରୋଲ ୫୬୨. ୫୫ କିଲୋ ଲିଟର ଏବଂ ଡିଜେଲ ୮୬୬. ୫୫ କିଲୋ ଲିଟର ମହଜୁଦ ଥିବା ଜିଲ୍ଲା ଯୋଗାଣ ବିଭାଗ ତରଫରୁ ସୂଚନା ଦେଇଛନ୍ତି I ତେଣୁ ଖାଉଟି ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ I ଏଥି ସହ LPG କଳାବଜାରୀ ରୋକିବାକୁ କଡ଼ା ପଦକ୍ଷେପ ନିଆଯିବ I ଏଥି ନିମନ୍ତେ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାପାଳଙ୍କ ଅଧକ୍ଷତାରେ ଜିଲ୍ଲା ସ୍ତରୀୟ ମନିଟରିଙ୍ଗ କମିଟି ଗଠନ କରାଯାଇଛି I ଏହି କମିଟିରେ କୋରାପୁଟର ଆରକ୍ଷୀ ଅଧିକ୍ଷକ , ଅତିରିକ୍ତ ଜିଲ୍ଲାପାଳ , ଜିଲ୍ଲା ମଙ୍ଗଳ ଅଧିକାରୀ , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ , ଉପ ଜିଲ୍ଲାପାଳ କୋରାପୁଟ ଏବଂ ଜୟପୁର, ମୁଖ୍ୟ ଜିଲ୍ଲା ଯୋଗାଣ ଅଧିକାରୀ, ଲିଗାଲ ମେଟ୍ରୋଲୋଜି ନିୟନ୍ତ୍ରକ ଅଧିକାରୀ ଓ ଜିଲ୍ଲାର ସମସ୍ତ ତୈଳ ଯୋଗାଣ କମ୍ପାନୀର ଅଧିକାରୀ ରହିଛନ୍ତି I ଏହା ସହ ଆପତ୍ତି ଅଭିଯୋଗ ଶୁଣିବା ନିମନ୍ତେ ଜିଲ୍ଲା ଜରୁରୀ ବିଭାଗ ତରଫରୁ ଏକ ହେଲପ ଲାଇନ ନମ୍ବର ୦୬୮୫୨-୨୫୧୧୦୧ ଜାରି କରାଯାଇଛି I
