March 14, 2025

ଡାକ୍ତର ଅଭୟ ମିଶ୍ର ଦଶମ ସ୍ମାରକୀ ବାର୍ଷିକ ଉର୍ତ୍ସବରେ ପୁରୀ ମହାବିନାୟକ ସେବା ଟେମ୍ପୁଲ ଟ୍ରଷ୍ଟର ସଦସ୍ୟମାନଙ୍କ ଯୋଗଦାନ

Share

ଆଜି ସନ୍ଧ୍ୟାରେ ଗ୍ୟାଲେଣ୍ଟ ସର୍ଚ୍ଚ ଅର୍ଗାନାଇଜେସନ ପକ୍ଷରୁ ସତ୍ୟବାଦୀ ର ପୁରୁଣା ବୁଡ଼ାକେରା ଠାରେ ଅଭୟ ମିଶ୍ର ସ୍ମାରକୀ ଦଶମ ବାର୍ଷିକ ଉର୍ତ୍ସବ ପାଳନ କରାଯାଇଛି l ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନ ର ସଭାପତି ସୁବାଷ ଚନ୍ଦ୍ର ଜେନାଙ୍କ ସଭାପତିତ୍ୱ ରେ ମୁଖ୍ୟଅତିଥିଭାବେ ସତ୍ୟବାଦୀର ଅତିରିକ୍ତ ତହସିଲଦାର ଓମପ୍ରକାଶ ପରିଡା, ସମ୍ମାନିତ ଅତିଥିଭାବେ ମହାବିନାୟକ ସେବା ଟେମ୍ପୁଲ ଟ୍ରଷ୍ଟର ଅଧକ୍ଷା ସବିତା ମିଶ୍ର, ପୂର୍ବତନ ଜିଲ୍ଲାପରିଷଦ ଧ୍ରୁବ ଚରଣ ଦାସ, ବଳପୁରର ପୂର୍ବତନ ସରପଞ୍ଚ ବସନ୍ତ କୁମାର ସ୍ୱାଇଁଙ୍କ ସହିତ ବିଶିଷ୍ଟ ବ୍ୟକ୍ତିତ୍ୱମାନେ ମଞ୍ଚାସିନ ହୋଇ ଡାକ୍ତର ଅଭୟ ମିଶ୍ରଙ୍କ ସ୍ମୁତି ଚାରଣ କରିବା ସହିତ ଗୋପବନ୍ଧୁଙ୍କ ଜନ୍ମମାଟିରେ ସାଧାରଣ ଜନତାଙ୍କ ପାଇଁ ଅଭୟ ମିଶ୍ରଙ୍କ ଅବଦାନକୁ ସମସ୍ତ ମଞ୍ଚାସିନ ଅତିଥି ଭୁୟସୀ ପ୍ରଶଂସା କରିଥିଲେ l ପୁରୁଣା ବୁଡ଼ାକେରା ଗ୍ରାମକୁ ସାରା ଭାରତ ବର୍ଷରେ ଏକନମ୍ବର କରିବା ପାଇଁ ମୁଖ୍ୟବକ୍ତା ତାଙ୍କ ବକ୍ତବ୍ୟରେ ନିଜର ମତ ରଖିଥିଲେ l ପରେ ଦଶମ ବାର୍ଷିକ ଉର୍ତ୍ସବ ନିମନ୍ତେ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା l କୃତି ଛାତ୍ରଛାତ୍ରୀ ମାନଙ୍କୁ ମହାବିନାୟକ ସେବା ଟେମ୍ପୁଲ ଟ୍ରଷ୍ଟ ପକ୍ଷରୁ ପୁରସ୍କାର ବିତରଣ କରାଯିବା ସହିତ ପୁସ୍ତକ ବଣ୍ଟନ କରାଯିବା ସହିତ ଅତିଥିମାନଙ୍କୁ ସମ୍ମାନିତ କରାଯାଇଥିଲା l ଅନୁଷ୍ଠାନ ପକ୍ଷରୁ ମହାବିନାୟକ ସେବା ଟେମ୍ପୁଲ ଟ୍ରଷ୍ଟ କୁ ମାନପତ୍ର ପ୍ରଦାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ମହାବିନାୟକ ସେବା ଟେମ୍ପୁଲ ଟ୍ରଷ୍ଟର ସମ୍ପାଦକ କୁନା ମିଶ୍ର, କୋଷାଧକ୍ଷ ନିରଞ୍ଜନ ମିଶ୍ର, ସାଂସ୍କୃତିକ ସମ୍ପାଦକ ଝାନ୍ସୀରାଣୀ ମିଶ୍ର, ଲକ୍ଷ୍ମୀପ୍ରିୟା ଦେ, ଦିବ୍ୟସିଂହ ପ୍ରଧାନ, ଗୀତା ଦାସ, ସାମ୍ବାଦିକ ରମେଶ ଚନ୍ଦ୍ର ସାହୁ, ଗୀତା ଦାସ, ସସ୍ମିତା ଶତପଥୀ, ଜୟନ୍ତୀ ପୃଷ୍ଟି, ମନୋରଞ୍ଜନ ଜେନା, ନମିତା ଶତପଥୀ, ବୁଦ୍ଧିମତୀ, ମାନସୀଙ୍କ ସହିତ ଅନୁଷ୍ଠାନର ବସନ୍ତ କୁମାର ମହାପାତ୍ର, ପବିତ୍ର ପରିଡା, ପ୍ରଫୁଲ୍ଲ ପରିଡା, ମିନତୀ ପ୍ରଧାନ, କାଳୁ ଚରଣ ନାୟକ, ଦୂର୍ଯ୍ୟଧନ ପ୍ରଧାନ, ସୀତାକାନ୍ତ ଓଝା, ଦେବାଶିଷ ମାଝୀ, କାହ୍ନୁ ଲେଙ୍କା, ଚିତ୍ତରଞ୍ଜନ ଦାସ, ସାରଙ୍ଗ ଓଝା, ଆଶିଷ ମାଝୀ, ସତ୍ୟରଞ୍ଜନ ଶାସମଲ, ଦେବୀପ୍ରସାଦ ସାହୁ ଓ ରଞ୍ଜିତ ରାଉତରାୟଙ୍କ ସହିତ ପୁରୁଣା ବୁଢାକେରା ଗ୍ରାମବାସୀ ଯୋଗଦାନ କରି ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed