ଚାଲିଥିଲା ବିବାହ ପ୍ରସେସନ,ଛୁରା ମାଡ଼ରେ ଯୁବକ ମୃତ, ଅଭିଯୁକ୍ତ ଗିରଫ , ରାସ୍ତା ଅବରୋଧ..
ମୋହନା , ଗଜପତି ଜିଲ୍ଲା ମୋହନା ଥାନା ଚନ୍ଦ୍ରଗିରି ରେ ଵିଵାହ ଶୋଭାଯାତ୍ରା ଚାଲିଥିବା ବେଳେ ଛୁରାମାଡ଼ରେ ଗାଁର ପ୍ରଶାନ୍ତ ପ୍ରଧାନ (32)ଙ୍କ ମୃତ୍ୟୁ ଘଟିଛି l ଛୁରାମlଡ଼ କରିଥିବା ଅଭିଯୁକ୍ତ ଶ୍ରୀହରି ପ୍ରଧାନ(୪୪) କୁ ପୋଲିସ ଗିରଫ କରିଥିବା ବେଳେ ଉତ୍ୟକ୍ତ ଲୋକେ ଅଭିଯୁକ୍ତର ଘର ପୋଡ଼ିଦେଇଛନ୍ତି l ଖବର ପାଇ ଆର.ଉଦୟଗିରି ଏସଡିପିଓ ଅଶ୍ୱିନୀ ନାୟକ, ମୋହନା ତହସିଲଦାର ସତ୍ୟବାନ ନାୟକ, ମୋହନା ଥାନା ଅଧିକାରୀ ବସନ୍ତ ସେଠୀ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ l ତେବେ ଦାବି ପୁରଣ ଜିଦ୍ ରେ ଅଟଳ ଥିଲେ ଗ୍ରାମବାସୀ l ଏହାପରେ ଅତିରିକ୍ତ ଜିଲ୍ଲାପାଳ ବିରେନ୍ଦ୍ର ଦାସ ଘଟଣା ସ୍ଥଳରେ ପହଞ୍ଚି ପ୍ରତିଶ୍ରୁତି ଦେବା ପରେ ବୁଧବାର ଅପରାହ୍ନ ୫ ଟାରେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଥିଲା l ପୋଲିସ୍ ସୂଚନା ପ୍ରକାରେ ମଙ୍ଗଳବlର ରାତିରେ ଚନ୍ଦ୍ରଗିରି ରେ ଜଣେ ଯୁବକଙ୍କ ବିବାହ ଶୋଭାଯାତ୍ରା ଚାଲିଥିଲା l ଏହି ସମୟରେ ଚନ୍ଦ୍ରଗିରିର ପ୍ରଶାନ୍ତ ପ୍ରଧାନଙ୍କୁ ଅତର୍କିତ ଭାବେ ଛୁରାମାଡ କରିଥିଲା ଶ୍ରୀହରି ପ୍ରଧାନ l ଗୁରୁତର ଅବସ୍ଥାରେ ପ୍ରସାନ୍ତ ଙ୍କୁ ଚନ୍ଦ୍ରଗିରି ମେଡିକାଲ ରେ ଭର୍ତି କରିଥିଲେ ଗାଁ ଲୋକେ l ତେବେ ମେଡିକାଲ ରେ ପ୍ରଶାନ୍ତ ଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର l ଏହି ଘଟଣା ପରେ ଉତ୍ୟକ୍ତ ଲୋକେ ଅଭିଯୁକ୍ତ ଙ୍କ ଘର ଜାଳିଦେଇଛନ୍ତି l ଏଥିସହ ତାଙ୍କ ଅନ୍ୟ ଭାଇ ଓ ସମ୍ପର୍କୀୟଙ୍କ ଗାଡି, ଦୋକାନ ମଧ୍ଯ ପୋଡ଼ିଦେଇଛନ୍ତି ଉତ୍ୟକ୍ତ ଲୋକେ l ହତ୍ୟାକାରୀଙ୍କୁ ଓ ତାଙ୍କ ଭାଇଙ୍କୁ ହସ୍ତାନ୍ତର ଦାବି ସହ ୫ ଦଫା ଦାବିରେ ମଙ୍ଗଳବlର ରାତି ୧୦ ଠାରୁ ଚନ୍ଦ୍ରଗିରିରେ ରାସ୍ତା ଅବରୋଧ କରିଥିଲେ ସ୍ଥାନୀୟ ଲୋକେ l ଫଳରେ ମୋହନା – ପାରଳାଖେମୁଣ୍ଡି ୩୨୬ ନମ୍ବର ଜାତୀୟ ରାଜପଥ ରେ ଗାଡି ଚଳାଚଳ ଠପ ହୋଇଯାଇଥିଲା l ସ୍ଥିତି ନିୟନ୍ତ୍ରଣ ପାଇଁ ଗଜପତି ଜିଲ୍ଲାର ସମସ୍ତ ଥାନା ଅଧିକାରୀ, ଗଞ୍ଜାମ ଜିଲ୍ଲା ପାଟପୁର, ଚିକିଟି ପୋଲିସ୍ ସମେତ ୪ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିଲେ l ଦାବି ଅନୁଯାୟୀ ମୃତକଙ୍କ ପତ୍ନୀ ଓ ଦୁଇ ଭାଇଙ୍କୁ ଚାକିରି, ଜମି ମାମଲାର ତଦନ୍ତ କରି ପଦକ୍ଷେପ ଓ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଥିଲା l ମୃତ ପ୍ରଶାନ୍ତଙ୍କ ଭାଈ ଶୁଶାନ୍ତ ପ୍ରଧାନଙ୍କ ଏତଲା ପ୍ରକାରେ ମୋହନା ଥାନାରେ ୫୭/୨୪ ରେ ଏକ ମାମଲା ରୁଜୁ କରାଯାଇଛି l ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି l ଅଭିଯୁକ୍ତ ଶ୍ରିହରୀ ପ୍ରଧାନକୁ ଗିରଫ କରାଯାଇଛି l ଏହି ଘଟଣାରେ ଅଭିଯୁକ୍ତଙ୍କ ଭାଇ କୃଷ୍ଣ ପ୍ରଧାନଙ୍କ ନା ମଧ୍ଯ ଏତଲା ହୋଇଛି l ତଦନ୍ତ ପରେ ଗିରଫ କରାଯିବ ବୋଲି ଏସଡିପିଓ କହିଛନ୍ତି l