November 17, 2024

କୋଟପାଡ଼ ଠାରେ ମୁସଲମାନ ମାନଙ୍କ ୭୩ତମ ଉରୁଷ ପର୍ବ ପାଳିତ

Share

 

କୋଟପାଡ଼ (ରୂପାନ୍ତ ଓଡିଶା )

କୋଟପାଡ଼ ଠାରେ ମୁସଲମାନ ସାମ୍ପ୍ରଦାୟ ମାନଙ୍କ ଦ୍ୱାରା ୭୩ତମ ଉରୁଷ ପର୍ବ ବହୁତ ଆଡମ୍ବରରେ ପାଳିତ ହୋଇଯାଇଛି l କୋଟପାଡ଼ ସହରର ଜାତି ବର୍ଣ୍ଣ ନିର୍ବିଶେଷରେ ସମସ୍ତ ମୁସଲିମ ମାନଙ୍କ ସହିତ ଅନ୍ୟ ସାମ୍ପ୍ରଦାୟ ଲୋକ ମାନେ ମିଳିମିଶି ଏହି ୭୩ତମ ଉରୁଷ ପର୍ବ ରେ ଅଂଶ ଗ୍ରହଣ କରିଥାନ୍ତି l ଏହି ଉରୁଷ ପର୍ବରେ ପଡୋଶୀ ରାଜ୍ୟ ଛତିଶଗଡ,ଆନ୍ଧ୍ରପ୍ରଦେଶ ଓ ଅଭିଭକ୍ତ କୋରାପୁଟ ଜିଲ୍ଲା ଏବଂ ନବରଙ୍ଗପୁର ଜିଲ୍ଲାର ମୁସଲମାନ ମାନେ ଏକତ୍ରିତ ସହ ସାମଗମ ହେବାର ଦେଖାଯାଇଥlଏ ଓ ଏହି ଉରୁଷ ପର୍ବ ପ୍ରେତେକ ବର୍ଷ ଆୟୋଜନ କରାଯାଇଥାଏ l ମୁଖ୍ୟତଃ ଏହିବର୍ଷ ୭୩ତମ ଉରୁଷ ପର୍ବ ପାଇଁ ମସଜିଦ ଠାରୁ ବାହାରି କୋଟପାଡ଼ ମୁଖ୍ୟ ରାସ୍ତାଦେଇ ଦରଗା ପର୍ଯ୍ୟନ୍ତ ଯାଇ ଚାଦର ସହିତ ପୁଷ୍ପ ମାଲ୍ୟ ଦେଇ ପୂଜାର୍ଚନା ସହିତ ବାବାଙ୍କ ଦରବାରରେ ନିଜ ନିଜର ମନସ୍କାମନା କରିଥାନ୍ତି l ଏହି ଉରୁଷ ପର୍ବରେ ଜାତି ବର୍ଣ୍ଣ ନିର୍ବିଶେଷରେ ସମସ୍ତ ଜାତିର ଲୋକମାନେ ଦରଗା ଯାଇ ଚାଦର ଦେଇ ବାବାଙ୍କ ଦରବାର ଠାରେ ମନସ୍କାମନା କରି ଆଶୀର୍ବାଦ ଲାଭ କରିଥାନ୍ତି l ମୁଖ୍ୟତଃ ଏହି ଉରୁଷ ପର୍ବରେ ଦରଗl ପାଶ୍ୱରେ ବିଭିନ୍ନ ପ୍ରକାରର ଦୋକାନ ଭାଡ଼ି ଗୁଡିକ ଲାଗିଥିବା ସହିତ ବହୁ ଜଣସାଧlରଣ ସାମଗମ ହୋବାର ଦେଖାଯାଇଥିଲା l କୋଟପାଡ଼ ମୁସଲିମ କମିଟି ସଦସ୍ୟ ମାନଙ୍କ ପୂର୍ଣ୍ଣ ସହଯୋଗରେ ଆସିଥିବା ଅତିଥି ମୁସଲମାନ ଲୋକ ମାନଙ୍କ ପାଇଁ ରହିବା ଓ ଖାଇବା ବ୍ୟବସ୍ଥା ସୁନ୍ଦର ଭାବରେ ଆୟୋଜନ କରାଯlଇଥିଲା l କୋଟପାଡ଼ ବିଧାୟିକା ଶ୍ରୀମତୀ ପଦ୍ମିନୀ ଦିଆନ ଓ ପୂର୍ବତନ ବିଧାୟକ ଶ୍ରୀ ଚନ୍ଦ୍ର ଶେଖର ମାଝୀ ମୁସଲମାନ ଭାଇ ଓ ଭଉଣୀ ମାନଙ୍କୁ ଏହି ଉରୁଷ ପର୍ବରେ ଅଭିନନ୍ଦନ ଜଣେଇଥିଲେ l ଏହି ଉରୁଷ ପର୍ବରେ କୋଟପାଡ଼ ସ୍ଥାନୀୟ ପୋଲିସ ପ୍ରଶାସନ ପୂର୍ଣ୍ଣ ସହଯୋଗ କରାଯାଇଥିବାର ଦେଖାଯାଇଥିଲା ଓ ବହୁ ଜନଗହଳିକୁ ଦେଖି ସମସ୍ତ ଛକ ଗୁଡିକରେ ପୋଲିସ କର୍ମଚାରୀ ମାନଙ୍କୁ ମୁତୟନ କରାଯାଇଥିଲା l ବିଗତ ଦିନରେ କରନା ମହାମାରୀ ଯୋଗୁଁ ଏହି ଉରୁଷ ପର୍ବ ପ୍ରାୟତଃ ହୋଇ ନଥିଲା କିନ୍ତୁ ଏହି ବର୍ଷ ବହୁ ଆନନ୍ଦ ଉଲ୍ଲାସରେ ପାଳନ କରାଯାଇଥିବାର ଦେଖାଯାଇଥିଲା l

 

କୋରାପୁଟ ରୁ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ