November 17, 2024

ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟ ପୁରାତନ ଛାତ୍ର ସଂସଦର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

Share

 

ପାରଳାଖେମୁଣ୍ଡି:୧୩/୩(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଥିବା ଶତାୟୁ ଶିକ୍ଷାନୁଷ୍ଠାନ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟ ପୁରାତନ ଛାତ୍ର ସଂସଦର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅଧ୍ୟକ୍ଷ ଡ.ଅଜୟ କୁମାର ତ୍ରିପାଠୀଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ ମହାବିଦ୍ୟାଳୟର ପୁରାତନ ଛାତ୍ର ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଡ.ଗିରିଧାରୀ ଗମାଙ୍ଗ,ସମ୍ମାନିତ ଅତିଥିଭାବେ ଗଜପତି ଜିଲ୍ଲାପରିଷଦ ଅଧ୍ୟକ୍ଷ ଜି.ତିରୁପତି ରାଓ , ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଯୋଗଦେଇଥିଲେ, ମୁଖ୍ୟବକ୍ତା ଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଅବସର ପ୍ରାପ୍ତ କୁଳପତି ପ୍ରଫେସର ଡ. ଜୟନ୍ତ କୁମାର ମହାପାତ୍ର ମଞ୍ଚାସୀନ ଥିଲେ । ଆଜିର ଏହି ବୈଠକରେ ମୁଖ୍ୟତଃ ମହାବିଦ୍ୟାଳୟରେ ରହିଥିବା ବିଭିନ୍ନ ସମସ୍ୟା ଗୁଡିକ ଉପରେ ଆଲୋଚନା କରିବା ସହ ମହାବିଦ୍ୟାଳୟର ଶିକ୍ଷା କ୍ଷେତ୍ରରେ ଓଡିଶା ପାଇଁ ଅବଦାନ ଆଦି ସମ୍ପର୍କରେ ଅତିଥିଗଣ ବକ୍ତବ୍ୟ ରଖିଥିଲେ । ଏହି ପରିପ୍ରେକ୍ଷୀରେ ଏହି ମହାବିଦ୍ୟାଳୟର ବହୁ ପୁରାତନ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିବା ବେଳେ ଉକ୍ତ ମହାବିଦ୍ୟାଳୟକୁ କିପରି ବିଶ୍ୱବିଦ୍ୟାଳୟର ମାନ୍ୟତା ମିଳିବ ସେନେଇ ବିଶେଷ ଆଲୋଚନା କରିଥିଲେ । ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମରେ ପୁରାତନ ଛାତ୍ର ଅମୂଲ୍ୟ କୁମାର ପାଣିଗ୍ରାହୀ ଅତିଥିଗଣଙ୍କୁ ମଞ୍ଚାସୀନ ନିମନ୍ତେ ନିମନ୍ତ୍ରଣ କରିଥିବା ବେଳେ ସ୍ୱାଗତ ସମ୍ଭାଷଣ ପୁରାତନ ଛାତ୍ର ସଂସଦର କାର୍ଯ୍ୟକାରୀ ସଭାପତି ଏମ୍‌ଡି. ନାସିର ବେଗ ପ୍ରଦାନ କରିଥିଲେ । ସମ୍ପାଦକୀୟ ବିବରଣୀ ଡ. ଶଙ୍କର ପ୍ରସାଦ ବକ୍ସି ପଠନ କରିଥିବା ବେଳେ ଆଶାଲତା ପାଣିଗ୍ରାହୀ ବୈଠକ କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ। ସେହିପରି ଦ୍ବିତୀୟ ପର୍ଯ୍ୟାୟରେ ସଂସଦର ସମ୍ବିଧାନ ସଂଶୋଧନ ସହ ଆଗମୀ ବର୍ଷ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା, ସଭାପତି ଭାବେ କଲେଜ ଅଧ୍ୟକ୍ଷ ତଥା ପୁରାତନ ଛାତ୍ର ଅଜୟ କୁମାର ତ୍ରିପାଠୀ, କାର୍ଯ୍ୟକାରୀ ସଭାପତି ଭାବେ ଏମ.ଡି ନାସିର ବେଗ, ଉପ ସଭାପତି ଭାବେ ଦୁଇ ଜଣ ଆଶଲତା ପାଣିଗ୍ରାହୀ ଓ ଆଦର୍ଶ ଦାସ, ସଂପାଦକ ଭାବେ ଶଙ୍କର ପ୍ରସାଦ ବକ୍ସି, ଯୁଗ୍ମ ସମ୍ପାଦକ ଭାବରେ ତିନି ଜଣ ସୁବାଷ ଜମାଦାର ଓ ବସନ୍ତ ପଣ୍ଡା ଓ ସନ୍ତୋଷିନି ପାଢୀ, କୋଷାଧ୍ୟକ୍ଷ ଭାବେ ଅଜିତ ପଟ୍ଟନାୟକ ଏବଂ କାର୍ଯ୍ୟକାରୀ କମିଟିର ସଦସ୍ୟ ଭାବରେ ୧୫ ଜଣ ନିର୍ବାଚିତ ହୋଇଥିଲେ। ଆୟୋଜିତ କାର୍ଯ୍ୟକ୍ରମ ରେ ବହୁ ସଂଖ୍ୟାରେ ପୁରାତନ ଛାତ୍ରଛାତ୍ରୀ ଯୋଗ ଦେଇ ନିଜ ସହପାଠୀ ମାନଙ୍କ ସହ କଲେଜ ବେଳ ର ସ୍ମୁତି ବିନିମୟ କରିଥିଲେ,