ଆଜିର ଖବର
*ଖବର ଆଜିର*
ତାରିଖ ୧୩/୦୩/୨୦୨୩ ସୋମବାର ।
୧-ସମଲିଙ୍ଗୀ ବିବାହକୁ ସ୍ବୀକୃତି ସମ୍ପର୍କିତ ଆବେଦନକୁ କେନ୍ଦ୍ରର ବିରୋଧ, ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ ।
୨-ବିବିସିରେ ବିଦ୍ରୋହ, ସରକାରଙ୍କ ସମାଲୋଚନା ପରେ ଷ୍ଟାର ଆଙ୍କର ନିଲମ୍ୱିତ, କାମ କରିବାକୁ ମନା କଲେ ସାଥୀ କର୍ମଚାରୀ ।
୩-ବିରାଟଙ୍କ ଅପରାଜିତ ୧୮୬ ରନ୍: ପ୍ରଥମ ଇଂନିସରେ ୫୭୧ ରନର ବିଶାଳ ସ୍କୋର କଲା ଭାରତ ।
୪-ଭୁବନେଶ୍ବରରେ ସିରିଜ ଦୁର୍ଘଟଣା ଘଟାଇଲା କାର୍; ୩ ଗୁରୁତର ଡାକ୍ତରଖାନାରେ ଭର୍ତ୍ତି, ୩ ଅଭିଯୁକ୍ତଙ୍କୁ ଧରିଲେ ଲୋକେ ।
୫-ସାମ୍ନାକୁ ଆସିଲା ସତୀଶ କୌଶିକଙ୍କ ଶେଷକଥା । ଅନ୍ତିମ ମୁହୂର୍ତ୍ତରେ ମ୍ୟାନେଜରଙ୍କୁ କହିଥିଲେ, ମୁଁ ମରିବାକୁ ଚାହୁଁନି, ଝିଅ ପାଇଁ ବଞ୍ଚିବାକୁ ଚାହେଁ ।
୬-ରଙ୍ଗେଇଲୁଣ୍ଡା – ଭୁବନେଶ୍ଵର ବିମାନ ଉଡାଣ ସମୟ ସାରଣୀ ନିର୍ଦ୍ଧାରଣ ।
୭-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକାର୍ପିତ କଲେ ବେଙ୍ଗାଲୁରୁ-ମହୀଶୂର ଏକ୍ସପ୍ରେସ ୱେ ।
୮-ଅପରେସନ ତ୍ରିଶୂଳ,୩୩ ପଳାତକଙ୍କୁ ଗିରଫ କରି ଭାରତ ଆଣିଛି ସିବିଆଇ, ରାଡାରରେ ଆହୁରି ୨୭୬ ।
୯-Market Cap: ଶୀର୍ଷ ୧୦ ମଧ୍ୟରୁ ଆଠ କମ୍ପାନିର ବଜାର ପୁଞ୍ଜିରେ ୧.୦୩ ଲକ୍ଷ କୋଟି ଟଙ୍କାର ହ୍ରାସ ।
୧୦-ତେରେଛା ବାଣ ମାରିଲେ ଭର୍ତ୍ତୃହରି ମହତାବ । ଭୁବନେଶ୍ୱରରେ ବିଜେପିର ଆନ୍ଦୋଳନ ବେଳେ ପୋଲିସର କାର୍ଯ୍ୟାନୁଷ୍ଠାନକୁ କଲେ କଟାକ୍ଷ । ସମର୍ଥନ କଲେ ବିଜେପି ନେତା ।
୧୧-ମାର୍ଚ୍ଚ ୨୦ରେ ଭାରତ ଆସିବେ ଜାପାନ ପିଏମ୍, ଚୀନ ଛାଡୁଥିବା ଜାପାନ କମ୍ପାନିଙ୍କୁ ଭାରତ ଆଣିବା ଉପରେ ମୋଦୀ-କିଶିଦା କରିବେ ଆଲୋଚନା ।
୧୨-ED ଚଢ଼ଉକୁ ନେଇ ବିଜେପିକୁ ଟାର୍ଗେଟ୍ କଲେ ତେଜସ୍ୱୀ, tweet କରି ମାଗିଲେ ପୁରୁଣା ହିସାବ ।
୧୩-ପାରାକୁ ନେଇ ବଢ଼ୁଛି ରହସ୍ୟ, ଆଇଆଇଟିରେ ପରୀକ୍ଷା ହେବ ଯନ୍ତ୍ରାଂଶ।
୧୪-କଂଗ୍ରେସର ବରିଷ୍ଠ ନେତା ତଥା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ କିରନ କୁମାର ରେଡ୍ଡି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ରେଡ୍ଡି ତାଙ୍କର ଇସ୍ତଫା ପତ୍ର ଦଳର ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ନିକଟକୁ ପଠାଇଛନ୍ତି।
୧୫-ଗଣମାଧ୍ୟମକୁ ରାଷ୍ଟ୍ରପତିଙ୍କ ନିବେଦନ ; ମହିଳାଙ୍କ ସମ୍ମାନ, ସୁରକ୍ଷା ପ୍ରତି ସମ୍ବେଦନଶୀଳ ହୁଅ ।
୧୬-ପ୍ରୋ-ଲିଗ୍ ହକି: ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଅଷ୍ଟ୍ରେଲିଆକୁ ପରାସ୍ତ କଲା ଟିମ୍ ଇଣ୍ଡିଆ।
୧୭-ଓଡ଼ିଆ ବୈଜ୍ଞାନିକ ଡ. ଜ୍ୟୋତିର୍ମୟୀ ପାଇବେ IUPAC ପୁରସ୍କାର, ସମ୍ମାନ ପାଇବାରେ ପ୍ରଥମ ମହିଳା ।
୧୮-ରାଜ୍ୟରେ ବଢୁଛି ଥଣ୍ଡା,କାଶ, ଜ୍ୱର । ସ୍ଥିତି ଉପରେ ନଜର ରଖିବାକୁ ପରାମର୍ଶ । ଚିଠି ଲେଖି ସତର୍କ କରାଇଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।
୧୯-ରାହୁଲଙ୍କୁ ମୋଦୀଙ୍କ ଟାର୍ଗେଟ । କହିଲେ ବିଦେଶରୁ ଭାରତର ଗଣତନ୍ତ୍ର ଉପରେ ପ୍ରଶ୍ନ କରୁଥିବା ଲୋକ ଦେଶର ମୂଲ୍ୟବୋଧ ପ୍ରତି କରୁଛନ୍ତି ଅସମ୍ମାନ।
ସୁପ୍ରଭାତ ,ଶୁଭ ସକାଳ ।