February 22, 2025

କର୍ମକ୍ଷେତ୍ରରେ ମହିଳା ଯୌନ ଉତ୍ପୀଡ଼ନ ଆଇନ (ପୋଷ-୨୦୧୩) କୁ ନେଇ ସଚେତନତା କାର୍ଯ୍ୟକ୍ରମ।

Share

 

ବ୍ରହ୍ମପୁର -୧୩/୨/୨୦୨୫-ଯେତେ ଯେତେ ମହିଳାମାନେ ସମାଜରେ ଆଗକୁ ଆସିବା ପାଇଁ ଘରୁ ଗୋଡ଼ କାଢୁଛନ୍ତି, ସେତେ ସେତେ ସେମାନେ ସମାଜରେ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି। ଖାସ କରି କର୍ମକ୍ଷେତ୍ରରେ ସେମାନେ ବିଭିନ୍ନ ଉତ୍ପୀଡ଼ନର ଶିକାର ହେଉଛନ୍ତି। ଏହି ଉତ୍ପୀଡ଼ନରୁ ସେମାନେ କିପରି ରକ୍ଷା ପାଇବେ ତଥା ସେ ନେଇ କ’ଣ ଆଇନ ରହିଛି, ତାକୁ ନେଇ ଏକ କର୍ମଶାଳା ବ୍ରହ୍ମପୁରସ୍ଥିତ ବିଜୁ ପଟ୍ଟନାୟକ ହୋମିଓପ୍ୟାଥିକ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଆୟୋଜିତ ହୋଇଯାଇଛି।

 

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଗଞ୍ଜାମ ଜିଲ୍ଲା ଦୌରାଜଜଙ୍କ ନ୍ୟାୟାଳୟରେ ପଦସ୍ଥ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ତ୍ରିଲୋଚନ ପରିଡା ପୋଷ-୨୦୧୩ ଆଇନ ଉପରେ ସବିଶେଷ ବିବରଣୀ ପ୍ରାଞ୍ଜଳ ଭାବେ ଆଲୋଚନା କରିଥିଲେ। ପରେ ଅନ୍ୟ ବକ୍ତା ଛତ୍ରପୁର ଏସଡ଼ିଜେଏମ୍ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର ଆଭ୍ୟନ୍ତରୀଣ ଅଭିଯୋଗ ସମିତିର ଗଠନ, ସଦସ୍ୟ ଓ ଏହାର କାର୍ଯ୍ୟକଳାପ ଉପରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ, ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ମହାବିଦ୍ୟାଳୟର ଅଧକ୍ଷ୍ୟା ଶ୍ରୀମତୀ ଗୀତାଞ୍ଜଳି ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚାଲୁଥିବା ଏହି କାର୍ଯ୍ୟକ୍ରମଟି ସୁଚାରୁରୂପେ ସମ୍ପାଦିତ ହୋଇଥିବାରୁ ଏହି କାର୍ଯ୍ୟକ୍ରମର ଶେଷରେ ଶ୍ରୀମତୀ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।