February 22, 2025

ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

Share

 

କୋଲନରା:( ସଞ୍ଜୀବ କଣ୍ଡାଗରୀ ) କୋଲନରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସର ରେ ଆଜି ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ବ୍ଲକର ବିଭିନ୍ନ ଗ୍ରାମର ୧୯୬ ଜଣ ଭିନ୍ନକ୍ଷମ ନାମ ପଞ୍ଜିକରଣ କରିଥିଲେ। ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଅସ୍ଥି ଶଲ୍ୟ ବିଶେଷଜ୍ଞ ଡାକ୍ତର ଏଲ କେ ସ୍ୱାମୀ, ମେଡିସିନର ଡାକ୍ତର ସୁରେଶ ଚନ୍ଦ୍ର ଦେ, ଚକ୍ଷୁ ବିଶେଷଜ୍ଞ ଏମ ସୁରେଶ କୁମାର, ଇ ଏନ ଟି ର ଡାକ୍ତର ସଂଘମିତ୍ରା ପାତ୍ର, ପେଡ଼ିଆଟ୍ରିକ ମମତା ଶତପଥୀ, ଆଉଡ଼ିଓ ଲୋଜିଷ୍ଟ ସୁପ୍ରଭା ପଣ୍ଡା, ଫର୍ମାସି ଜଗନ୍ନାଥ ନାୟକ ଯୋଗଦେଇ ଭିନ୍ନକ୍ଷମ ମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ଶିବିରରେ ୨୨ ଜଣ ଦୃଷ୍ଟିଶକ୍ତି ବାଧିତ, ୫୧ ଜଣ କର୍ଣ୍ଣ ,ନାସା ଓ ଗଳା ଶକ୍ତି ବାଧିତ, ୭୭ ଜଣ ଶାରୀରିକ ବାଧିତ, ୧୯ ଜଣ ମାନସିକ ଭିନ୍ନକ୍ଷମ, ୧୮ ଜଣ ସିପି, ଓ ୯ ଜଣ ରକ୍ତ ହୀନତା ଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରା ଯାଇଥିଲା। ଏହି ଅବସର ରେ ୪ ଜଣଙ୍କୁ ଚକ ଲଗା ଚଉକି, ୧ ଜଣଙ୍କୁ ଆଶା ବାଡି ଓ ୨ ଜଣଙ୍କୁ ଚାଲିବା ବାଡି ପ୍ରଦାନ କରାଗଲା। ବିଡିଓ ରିନା ପ୍ରଧାନଙ୍କ ତତ୍ତ୍ଵାବଧାନରେ ଶିବିର ଅନୁଷ୍ଠିତ ହୋଇଥିବା ବେଳେ ରାୟଗଡା ରୁ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀକାନ୍ତ କୁମାର ପାଣିଗ୍ରାହି, ଭାରପ୍ରାପ୍ତ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାତ କୁମାର ଶବର, ରାଜ ଶେଖର ପେଦିନା, ସେକ୍ସନ ଅଫିସର ଅରୁଣ କୁମାର ପାଢ଼ୀ, ବିଏଫଓ ଗଣେଶ୍ୱର ଭଟ୍ଟ, ଜିପିଡ଼ିଓ ପ୍ରଶାନ୍ତ କୁମାର ପାଢୀ , ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଦେବାଶିଷ ମୁଣ୍ଡ , ଯୋଗାଣ ଅଧିକାରୀ ଅନୀଲ କୁମାର ଗମାଙ୍ଗ, ରାୟଗଡା ଭିନ୍ନକ୍ଷମ ମହାସଂଘ ସମ୍ପାଦକ ଅମରେନ୍ଦ୍ର ନାଥ, ସନ୍ତୋଷ ମହାପାତ୍ର , ବ୍ଲକ କର୍ମଚାରୀ ଓ ଗ୍ରାମ ପଞ୍ଚାୟତ କର୍ମଚାରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ।