May 10, 2026

ଦ୍ଵାଦଶ ଶ୍ରେଣୀ ଛାତ୍ର ଛାତ୍ରୀ ଙ୍କୁ ବିଦାୟ ସମ୍ବର୍ଦ୍ଧନା

IMG-20250213-WA0037
Share

 

 

କୋଲନରା:( ସଞ୍ଜୀବ କଣ୍ଡାଗରୀ ) ଜଗଦମ୍ବା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଆଜି ଦ୍ଵାଦଶ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କୁ ଏକାଦଶ ଶ୍ରେଣୀର ଛାତ୍ର ଛାତ୍ରୀ ମାନେ ବିଦାୟ ସମ୍ବର୍ଦ୍ଧନା ଜଣାଇଛନ୍ତି। ଏହି ଅବସରରେ ଆଜି ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ବିଦ୍ୟାଳୟର ଅଧ୍ୟକ୍ଷ ରାଜେନ୍ଦ୍ର ନାଥ ମିଶ୍ର ଯୋଗଦେଇ ସମସ୍ତ ଛାତ୍ର ଛାତ୍ରୀ ଙ୍କର ଉଜ୍ବଳ ଭବିଷ୍ୟତ କାମନା କରିଥିଲେ। ବିଦ୍ୟା ଅଧ୍ୟୟନ ସହିତ ଜଣେ ଛାତ୍ର ହୁଅନ୍ତୁ କିମ୍ବା ଛାତ୍ରୀ ନମ୍ରତା ଓ ସଂସ୍କାର ଜଣେ ଉତ୍ତମ ବିଦ୍ୟାର୍ଥିର ପରିଚୟ ହେବା ଆବଶ୍ୟକ ବୋଲି ବୁଝାଇଥିଲେ। ଏହି ସଭାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଯୋଗଦେଇ ଛାତ୍ର ଛାତ୍ରୀ ଙ୍କୁ ଏଠାରେ ବିତାଇଥିବା ଦିନ ମାନେ ପକେଇବା ସହିତ ସମସ୍ତ ଙ୍କ ମଙ୍ଗଳ କାମନା କରିଥିଲେ। ଦ୍ଵାଦଶ ଶ୍ରେଣୀରେ ୧୧୦ ଜଣ ଛାତ୍ରଛାତ୍ରୀ ପାଠ ପଢୁ ଥିଲେ। ବର୍ତ୍ତମାନ ଏକାଦଶ ରେ ୧୨୮ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି।