February 22, 2025

ପୁରୀଜିଲ୍ଲା ବିଶ୍ୱକର୍ମା ମହାସଭା ର କମିଟି ବୈଠକ ଅନୁଷ୍ଠିତ ..

Share

ପୁରୀଜିଲ୍ଲା ବିଶ୍ୱକର୍ମା ମହାସଭା ର କମିଟି ବୈଠକ ମଣ୍ଡଳ ସଭାପତି ଲିଙ୍ଗରାଜ ମହାପାତ୍ରଙ୍କ ଅନୁପସ୍ଥିତ ରେ ସମ୍ପାଦକ ସୁନମ ମହାରଣାଙ୍କ ଅଧକ୍ଷତାରେ ବଳଗଣ୍ଡି ଛକ ନିକଟସ୍ଥ ହାତୀ ଆଖଡ଼ା ମଠ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠାନ ର ସମସ୍ତ ସଦସ୍ୟଙ୍କ ବିଭିନ୍ନ ଅସୁବିଧା କୁ କିଭଳି ସମାଧାନ କରାଯିବ ଆଲୋଚନା କରିବା ସହିତ ସଂଗଠନର ୧୩ଦଫା ଦାବି ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟ ରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିବା ପାଇଁ ନିଷ୍ପତି ନିଆ ଯାଇଛି l ଏହି କାର୍ଯ୍ୟକ୍ରମକୁ ଅଜୟ କୁମାର ମହାରଣା, ଗୁରୁପ୍ରସାଦ ମହାରଣାଙ୍କ ସହିତ ଅନୁଷ୍ଠାନ ର ସମସ୍ତ ସଦସ୍ୟ ପରିଚାଳନା କରିବାରେ ସହଯୋଗ କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ