May 11, 2026

ଉମରକୋଟ ଚଢ଼େଇଗୁଡ଼ା ଉଚ୍ଚ ବିଦ୍ୟାଳୟରେ ନିପୁଣ ଓଡ଼ିଶା ମେଳା ଅନୁଷ୍ଠିତ……….

IMG-20250213-WA0018
Share

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଏବଂ ଭାଲୁଗୁଡ଼ା କ୍ଲଷ୍ଟରର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଚଢ଼େଇଗୁଡ଼ା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ କାର୍ଯକ୍ରମର “ନିପୁଣ ଓଡ଼ିଶା ମେଳା” ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଅବସରରେ ଉମରକୋଟ ବ୍ଲକ୍ ର ୨୦ଟି କ୍ଲଷ୍ଟରର ବିଭିନ୍ନ ବିଦ୍ୟାଳୟର ଶିକ୍ଷକ- ଶିକ୍ଷୟିତ୍ରୀ, ଶିକ୍ଷାର୍ଥୀ ଏବଂ ଅଭିଭାବକ ମାନେ ଆସି ଏହି ମେଳାରେ ଯୋଗ ଦେଇଥିଲେ। ପ୍ରଥମ, ଦ୍ଵିତୀୟ ଓ ତୃତୀୟ ଶ୍ରେଣୀ ପିଲାମାନଙ୍କୁ ସହଜରେ କିପରି ମାତୃଭାଷା ଓ ଗଣିତ ବିଭିନ୍ନ ଉପକରଣ ବ୍ୟବହାର କରି ଶିକ୍ଷା ଦିଆଯାଇ ପାରିବ, ସେହି ହସ୍ତ ପ୍ରସ୍ତୁତ ଶତାଧିକ ଉପକରଣ ଗୁଡ଼ିକର ଏକ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା।

 

ଆୟୋଜିତ ପୁରସ୍କାର ବିତରଣ ସଭାରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିନିଧି ଅଶୋକ କୁମାର ପାଢ଼ୀ, ମୁଖ୍ୟ ବକ୍ତା ଭାବେ ଉମରକୋଟ ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଆଲୋକ କୁମାର ଅନୁଗୁଳିଆ, ବିଶିଷ୍ଟ ଅତିଥି ଭାବେ ପୌରପରିଷଦ ଅଧ୍ୟକ୍ଷା ରାଧା ଭତ୍ରା ଓ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଶୀଳା ମାଝୀ, ସମ୍ମାନିତ ଅତିଥି ଭାବେ ଅଞ୍ଚଳାର ସରପଞ୍ଚ ଅର୍ଜୁନ ଭତ୍ରା, ଜାମୁରୁଣ୍ଡା ସରପଞ୍ଚ ଜଗଦୀଶ ଗଣ୍ଡ, ପ୍ରଧାନଶିକ୍ଷକ ପ୍ରଫୁଲ୍ଲ କୁମାର ରାଉତ ଓ ଭାଲୁଗୁଡ଼ା ସିଆରସିସି ଅଜୟ ଛୋଟରାୟ ଯୋଗ ଦେଇଥିଲେ। ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପୁରୁଷୋତ୍ତମ ମାଝୀ ସଭାପତିତ୍ବ କରିଥିବାବେଳେ, ସିଆରସିସି ମୋତିରାମ ଗଣ୍ଡ ମଞ୍ଚ ପରିଚାଳନା କରିଥିଲେ। ସମସ୍ତ କାର୍ଯ୍ୟକ୍ରମର ଆୟୋଜନ ଉମରକୋଟର ୨୦ଟି କ୍ଲଷ୍ଟରର ସିଆରସିସିଙ୍କ ସହ ଚଢ଼େଇଗୁଡ଼ା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନେ ପ୍ରଧାନଶିକ୍ଷକ ପ୍ରଫୁଲ୍ଲ କୁମାର ରାଉତଙ୍କ ନେତୃତ୍ବରେ କରିଥିଲେ।