September 24, 2026
ajiro khabar
Share

ଆସନ୍ତା ରବିବାର ପରେ ତାତି କମି ସ୍ଵାଭାବିକ ହେବ। କାଲିର ତାପମାତ୍ରା ଝାରସୁଗୁଡା ୩୭ ଡିଗ୍ରୀ, ଭୁବନେଶ୍ବର ୩୪.୮, ଅନୁଗୁଳ ଏବଂ ବଲାଙ୍ଗୀର ୩୫.୭ ଡିଗ୍ରୀ

 

ଆଜିଠାରୁ ବଜେଟ ଅଧିବେଶନ, ରାଜଧାନୀରେ ଜାରି ହେଲା ଟ୍ରାଫିକ କଟକଣା

 

କଡ଼ା ସୁରକ୍ଷା ମଧ୍ୟରେ ନୋଡାଲ ସେଣ୍ଟରରେ ପହଞ୍ଚିଲା ମାଟ୍ରିକ ପ୍ରଶ୍ନପତ୍ର। ପରୀକ୍ଷା ଦେବେ ୫ ଲକ୍ଷ ୨୨ ହଜାର ୩୩୬ ପରୀକ୍ଷାର୍ଥୀ

 

ଆସନ୍ତା ୧୮ରୁ ମାର୍ଚ୍ଚ ୨୭ ଯୁକ୍ତ ଦୁଇ ଥିଓରୀ ପରୀକ୍ଷା, ୨୦୫ଟି ହବ୍‌କୁ ପଠାଗଲା ପ୍ରଶ୍ନପତ୍ର

 

ରାଜ୍ୟରେ ନୂତନ ୨୦ ଟି ସ୍ଥାନକୁ ପର୍ଯ୍ୟଟନସ୍ଥଳୀ ଘୋଷଣା। କେନ୍ଦୁଝର ଜିଲ୍ଲାର ସର୍ବାଧିକ ୭ଟି ସ୍ଥାନକୁ ମାନ୍ୟତା

 

ପେପରଲେସ୍ ହେବ ବିଧାନସଭା। ଆଉ ପେପର୍ ନୁହେଁ ଟ୍ୟାବ୍‌ରେ ପଢିବେ ବିଧାୟକ

 

ରାଜ୍ୟର କନିଷ୍ଠ ଶିକ୍ଷକ (ସ୍କେମାଟିକ)ଙ୍କ ଦରମା ବଢି ୧୧ ହଜାରରୁ ୧୬ ହଜାର ହେଲା

 

ଆପାର୍ଟମେଣ୍ଟ ପଞ୍ଜିକରଣ ସମ୍ପର୍କିତ ଗୃହ ଓ ନଗର ନିର୍ମାଣ ବିଭାଗ ବିଜ୍ଞପ୍ତି ଉପରେ ହାଇକୋର୍ଟଙ୍କ ରହିତାଦେଶ

 

ସିଭିଲ୍ ସର୍ଭିସ୍ ପ୍ରିଲିମିନାରୀ ପାଇଁ ଅନଲାଇନ୍ ଆବେଦନ ଶେଷ ତାରିଖ ୧୮ ଫେବୃଆରୀକୁ ଘୁଂଚିଲା

 

ସେଲିବ୍ରିଟି କ୍ରିକେଟ୍‌‌ ଲିଗ୍‌‌ ଆସନ୍ତା ୧୬ରେ ବାରବାଟି ଷ୍ଟାଡିୟମରେ ହେବ। ଅର୍ଜୁନ କପୁର, ସୋହେଲ ଖାନ, ସୋନୁ ସୁଦ, ମିକା ସିଂହ, ଆୟୁଷ୍ମାନ ଖୁରାନା, ରିତେଶ ଦେଶମୁଖ, ଜାନଭି କପୁର ଆସିବେ

 

ଚାକିରି କ୍ଷମତା ଥିବା ପତ୍ନୀ ଭରଣପୋଷଣ ଦାବି କରିପାରିବେ ନାହିଁ: ହାଇକୋର୍ଟ

 

କାଲିଠାରୁ ଭୁବନେଶ୍ୱର ବରମୁଣ୍ଡାରେ ହେବ ମତ୍ସ୍ୟ ଓ ପ୍ରାଣୀସମ୍ପଦ ସମାବେଶ, ଆସିବେ ୮୧୬୪ ମତ୍ସ୍ୟ ଚାଷୀ ଓ ୨୩୨ ପ୍ରାଣୀପାଳକ

 

ବ୍ୟକ୍ତିଗତ ସଚିବଙ୍କ ବିରୋଧରେ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ

 

ସୋନପୁର ଇଣ୍ଟରସିଟି ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ, ୩୦ ମିନିଟ ପରେ ଛାଡିଲା ଟ୍ରେନ

 

ଝାରସୁଗୁଡ଼ା ଜମେରା ଗାଁରେ ସ୍ତ୍ରୀକୁ ଲୁହା ରଡ ମାରିବା ସମୟରେ ଅନ୍ୟ ମହିଳାଙ୍କ ଦେହରେ ବାଜି ତାଙ୍କର ମୃତ୍ୟୁ

 

ବ୍ରହ୍ମପୁର ଡୁରା ଗ୍ରାମର ଚିଲିକା ମା’ ଚାଉଳ ମିଲ୍‌ ଡ୍ରାଇଭର ନଟବର ସାହୁ( ୪୫)ଙ୍କ ସନ୍ଦେହଜନକ ମୃତ୍ୟୁ

 

ଓଡ଼ିଆ ରାପର୍ ଅଭିନବ ସିଂହଙ୍କ ଆତ୍ମହତ୍ୟା, ସ୍ତ୍ରୀ ମାନସିକ ନିର୍ଯ୍ୟାତନା ଦେଉଥିବା ପରିବାର ଲୋକଙ୍କ ଅଭିଯୋଗ।

 

ନୟାଗଡ଼ ଇଟାମାଟି ରେ ଦୋକାନ ଘର ଉପରେ ମାଡିଗଲା କାର୍, ଦୁଇ ମୃତ

 

ଅନୁଗୁଳ ବଅଁରପାଳ ଭାଗବତପୁର ଗାଁରେ ମହିଳା ଓ ଶିଶୁଙ୍କ ହାତ ଗୋଡ଼ ବାନ୍ଧି ଘରୁ ଲୁଟ୍

 

ଅଯୋଧ୍ୟା ଶ୍ରୀରାମ ଜନ୍ମଭୂମି ମନ୍ଦିରର ମୁଖ୍ୟ ପୂଜକ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କ ପରଲୋକ

 

୧୯୮୪ ଶିଖ୍ ଦଙ୍ଗା ମାମଲାରେ ପୂର୍ବତନ ସାଂସଦ ସଜ୍ଜନ କୁମାର ଦୋଷୀ ସାବ୍ୟସ୍ତ, ଫେବୃୟାରୀ ୧୮ରେ ଦଣ୍ଡ ଉପରେ ବିତର୍କ

 

ମାଗଣା ଯୋଜନା ଓ ମାସିକ ଟଙ୍କା ବଣ୍ଟା ନେଇ ବର୍ଷିଲେ ସୁପ୍ରିମକୋର୍ଟ । କହିଲେ ମାଗଣା ସୁବିଧା ପାଇଁ କାମ କରିବାକୁ ଚାହୁଁ ନାହାନ୍ତି ଲୋକେ

 

ତୃତୀୟ ଦିନିକିଆ କ୍ରିକେଟରେ ଇଂଲଣ୍ଡକୁ ୧୪୨ ରନରେ ହରାଇଲା ଭାରତ, ୩-୦ରେ ସିରିଜ୍ ବିଜୟ

 

ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୮୬, ୬୭୦ ଟଙ୍କା, ୨୨ କ୍ୟାରେଟ୍ ସୁନା ୭୯, ୪୦୦ ଟଙ୍କା

 

ଶୀଘ୍ର ପୃଥିବୀକୁ ଫେରିବେ ସୁନିତା ୱିଲିୟମ୍ସ, ୮ ମାସ ଧରି ସ୍ପେସ୍ ଷ୍ଟେସନରେ ଫସିଛନ୍ତି

=======================

ଆଜି ବିଶ୍ୱ ରେଡ଼ିଓ ଦିବସ

ଜାତୀୟ ମହିଳା ଦିବସ

 

ଆଜି ଜନ୍ମଦିନ: ସରୋଜିନୀ ନାଇଡୁ, ଶରଦ କପୁର, ରଶ୍ମି ଦେଶାଇ

 

ଇତିହାସରେ ଆଜି: (୧୫୪୨) ଇଂଲଣ୍ଡ ରାଣୀ କ୍ୟାଥେରିନ ହାୱାଇ ଙ୍କୁ ହତ୍ୟା/ (୧୬୩୩) ରୋମରେ ଗାଲିଲିଓ ଗିରଫ ହେଲେ/ (୧୯୩୧) ଦିଲ୍ଲୀକୁ ଭାରତର ରାଜଧାନୀ ଘୋଷଣା/ (୨୦୦୩) ୟଶ ଚୋପ୍ରା ପାଇଲେ ଦାଦାସାହେବ ଫାଲକେ ପୁରସ୍କାର/ (୨୦୧୦) ପୁନେ ବୋମା ବିସ୍ଫୋରଣରେ ୧୭ ମୃତ

=======================

*ବନ୍ଦେ ଉତ୍କଳ ଜନନୀ*