April 25, 2026

ଆମ ଓଡ଼ିଶା-ନବୀନ ଓଡ଼ିଶା ସଚେତନ କାର୍ଯ୍ୟକ୍ରମ …

0o0oppp
Share

ବୁଗୁଡା : ବୁଗୁଡା ବ୍ଳକ ଅନ୍ତର୍ଗତ ଗୌଡିଆବୋରଦା ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଗୌଡିଆବୋରଦା ସରପଞ୍ଚ ସୁନ୍ଦରୀ ମହାରଥାଙ୍କ ପୌରହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ , ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ ଓ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ , ବିଡିଓ ସନ୍ତୋଷ କୁମାର ଜେନା ,ଜିଲ୍ଲା ପରିଷଦ ସଭ୍ଯ ଗଙ୍ଗାପାଣି ଜେନା , ସିଡିପିଓ ବବିତା ପଣ୍ଡା ପ୍ରମୁଖ ଅତିଥି ରୂପେ ଯୋଗଦେଇ ରାଜ୍ଯ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାର ସଫଳତା ବିଷୟରେ ଲୋକମାନଙ୍କୁ ସଚେତନ କରାଇ ଥିଲେ। ଏଥି ସହ ବ୍ଳକର ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହି ସେମାନଙ୍କ ବିଭାଗର ବିଭିନ୍ନ ଲୋକାଭିମୁଖୀ ଯୋଜନା ବିଷୟରେ ଲୋକମାନଙ୍କ ପାଖରେ ପହଞ୍ଚାଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅନେକ ଜନପ୍ରତିନିଧି , ଅଙ୍ଗନୱାଡି କର୍ମୀ, ଆଶା କର୍ମୀ , ସିଆରପି,ଏମବିକେ, ଏସଏଚଜି ମହିଳାଗଣ ଓ ପଞ୍ଚାୟତବାସୀ ଉପସ୍ଥିତ ରହିଥିଲେ।