November 23, 2024

ବୁଗୁଡ଼ାରେ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ଯକ୍ରମ

Share

 

ବୁଗୁଡ଼ାରେ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ଯକ୍ରମ
ବୁଗୁଡ଼ା : ତା ୧୩/୦୨/୨୩ : ସ୍ଥାନୀୟ ପଞ୍ଚାୟତ ସମିତି ସେବା କେନ୍ଦ୍ର ପରିସରରେ ସୋମବାର ଦିନ ଗଞ୍ଜାମ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ଯକ୍ରମ ରହିଥିଲା ବେଳେ ଏଥିରେ ପିଡି ଭି.କିର୍ତ୍ତୀ ଭାସନ୍ , ଏଡିଏମ୍ ଲୀନା କୁମାରୀ ଖେସ୍ , ଆଡିସନାଲ୍ ଏସପି ବିଜୟ କୁମାର ମଲ୍ଲିକ , ସବକଲେକ୍ଟର ଜ୍ଯୋତି ଶଙ୍କର ରାୟ, ତହସିଲଦାର ସଂଗ୍ରାମ କେଶରୀ ଜେନା , ବିଡିଓ ବାସୁଦେବ ନାୟକ ପ୍ରମୁଖ ଯୋଗ ଦେଇ ଲୋକଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ଅବସରରେ ଆବାସ ଯୋଜନା, ଭତ୍ତା, ରାସନ କାର୍ଡ, ଭୂମି ପଟ୍ଟା ଆଦି ସମ୍ପର୍କିତ ୨୩୦ଟି ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ସେଥି ମଧ୍ୟରୁ ୧୬୦ଟି ଅଭିଯୋଗର ଶୁଣାଣି କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ବ୍ଲକ୍ ଆକାଉଣ୍ଟାଣ୍ଟ୍ ପରାସର ଦାସଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀମାନେ ସକ୍ରିୟ ସହଯୋଗ କରିଥିବା ବେଳେ ସ୍ଥାନୀୟ ଆଇଆଇସି ଚିତ୍ତ ରଞ୍ଜନ ବେହେରା, ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମି ରଞ୍ଜନ ଦାସ ଓ କୃଷି ଅଧିକାରୀ ନିହାର ରଞ୍ଜନ ପୃଷ୍ଟିଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ଏବଂ ବ୍ଲକ୍ ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।