November 21, 2024

ସୁବର୍ଣ୍ଣପୁରଠାରେ ଧାନ ଭୁଷାରେ ନିର୍ମିତ ହେଲା ବୃହତ ହକି ବିଶ୍ବକପ

Share

 

ସୁବର୍ଣ୍ଣପୁର – ତା.୧3/୦୧

ପୁରୁଷ ହକି ବିଶ୍ବକପକୁ ନେଇ ସୁବର୍ଣ୍ଣପୁରର ରାମେଶ୍ବର ଷ୍ଟାଡିୟମର ଇନଡୋର ହଲରେ ଧାନ ଚୋପା(ଭୁଷା)କୁ ନେଇ ଏକ ବୃହତ ହକି କପ୍ ତିଆରି ବିଶ୍ବ ରେକର୍ଡ ସୃଷ୍ଟି କରିଛି । ପ୍ରଖ୍ୟାତ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ୧ଶହ ବସ୍ତା ଧାନ ଚୋପା (ଭୁଷି)କୁ ନେଇ ୪ହଜାର ୬୮୨ଫୁଟ ଆକାରର ଏକ ମୋଜାଇକ୍ ଆର୍ଟରେ ହକି ବିଶ୍ବ କପ୍ ର ଏକ ଆକୃତି କରି ସମସ୍ତଙ୍କୁ ହତ ଚକିତ କରିଦେଇଛନ୍ତି । ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ତିଆରି ହୋଇଥିବା ଏହି ଅନନ୍ୟ କଳାକୃତୀକୁ ସୁଦର୍ଶନ ସ୍ୟାଣ୍ଡ୍ ଆର୍ଟ ପ୍ରତିଷ୍ଠାନର ୧୦ ଜଣ ଶିଳ୍ପୀଙ୍କୁ ଧରି ସୁଦର୍ଶନ ପଟ୍ଟନାୟକ ଦୀର୍ଘ ୬ ଘଣ୍ଟାର ପରିଶ୍ରମରେ ଏହା ନିର୍ମିତ ହୋଇପାରିଛି । ଏହି ବିରଳ କଳାକୃତୀ ହକି ବିଶ୍ବ କପର ସମସ୍ତ ଖେଳାଳି ଓ କ୍ରୀଡାପ୍ରେମୀଙ୍କୁ ଉତ୍ସାହିତ କରିବ ବୋଲି ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ ଓ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ କହିଛନ୍ତି । ଆଜି ଏହି ବିଶ୍ୱକପ ର ବିରଳ ପ୍ରତି କୃତୀ କୁ ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମ ଠାରେ ବିଶେଷ କାର୍ଯ୍ୟକ୍ରମ ଅବସରରେ ଆନ୍ତର୍ଯ୍ୟାତିକ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଙ୍କ ଉପସ୍ଥିତିରେ ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଉଦଘାଟନ କରିଛନ୍ତି l ଏହି ଅବସରରେ, ସି ଡି ଓ ତଥା ଇ ଓ ଜିଲ୍ଲା ପରିଷଦ ନିହାର ରଞ୍ଜନ କଁହର,ଉପଜିଲ୍ଲାପାଳ ସୋନପୁର ଡ. ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର,ଉପ ଜିଲ୍ଲାପାଳ ବୀରମହାରାଜପୁର ଅଶୋକ ଭୋଇ,ଜିଲ୍ଲା କ୍ରୀଡା ଅଧିକାରୀ ଅଭିଳାଷ ପୁରୋହିତ ଜିଲ୍ଲାସ୍ତରୀୟ ଅଧିକାରୀ, ବିଭିନ୍ନ ସ୍କୁଲ ର ଛାତ୍ର ଛାତ୍ରୀ, ସାମ୍ବାଦିକ ପ୍ରମୁଖ ଉପସ୍ଥିତ ଥିଲେ l ଏହି କଳା କୃତୀ କୁ ଦେଖିବା ପାଇଁ ବିଧାୟକ ବୀରମହାରାଜପୁର ଶ୍ରୀଯୁକ୍ତ ପଦ୍ମନାଭ ବେହେରା ମଧ୍ୟ ଷ୍ଟାଡିଅମ କୁ ପହଂଚି କଳାକୃତୀ ର ପ୍ରଶଂସା କରିଥିଲେ l ଉପସ୍ଥିତ ଛାତ୍ର ଛାତ୍ରୀ ଖ୍ୟାତି ସମ୍ପନ୍ନ ବାଲୁକା ଶିଳ୍ପୀ ଶ୍ରୀଯୁକ୍ତ ପଟ୍ଟନାୟକ ଙ୍କୁ ନିକଟରୁ ପାଇ ଖୁସି ଅନୁଭବ କରିବା ସହ ବାଲୁକା ଶିଳ୍ପ କଳାର ବିଭିନ୍ନ କଳା କୌଶଳ ଉପରେ ନିଜ ନିଜର ଜିଜ୍ଞାସା ଓ ଶିଖିବାର କଳା ପଚାରି ବୁଝିଥିଲେ l

You may have missed