November 23, 2024
Share
  • ୩-ଜାନୁଆରୀ-୨୦୨୩,ଶୁକ୍ରବାର

➡️୧-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିଶ୍ୱର ଦୀର୍ଘତମ ନଦୀ କ୍ରୁଜ୍ – ଏମ୍.ଭି ଗଙ୍ଗା ଭିଲାସ୍ ସକାଳ ୧୦:୩୦ରେ ପତାକା ଦେଖାଇ ଶୁଭାରମ୍ଭ କରିବା ସହ ବାରାଣାସୀର ଟେଣ୍ଟ୍ ସହରର ଉଦଘାଟନ କରିବେ ।

 

➡️୨-ରାଜ୍ୟ ସରକାରଙ୍କ ଅଧୀନରେ ଥିବା ସ୍ବତନ୍ତ୍ର ଶିକ୍ଷାନୁଷ୍ଠାନଗୁଡ଼ିକରେ ପଢ଼ୁଥିବା ଭିନ୍ନକ୍ଷମ ଛାତ୍ରଛାତ୍ରୀ ଆସନ୍ତା ଉତ୍କଳ ଦିବସରୁ ପାଇବେ ବର୍ଦ୍ଧିତ ଅନୁଦାନ l

 

➡️୩-ଭୁବନେଶ୍ୱର ଆଦିବାସୀ ପଡ଼ିଆକୁ ଫେରିଲା ଆଦିବାସୀ ମେଳା l ଆସନ୍ତା ଫେବୃୟାରୀ ୧୫ରୁ ୨୪ତାରିଖ ପର୍ଯ୍ୟନ୍ତ ‘ଆଦିବାସୀ ମେଳା-୨୦୨୩’ ଅନୁଷ୍ଠିତ ହେବ l

 

➡️୪-ବିତ୍ତୀୟ ପରିଚାଳନା ବା ଫିସ୍‌କାଲ ମ୍ୟାନେଜ୍‌ମେଣ୍ଟରେ ଓଡ଼ିଶା ଦେଶରେ ହେଲା ନମ୍ବର ୱାନ୍ l ଅନ୍ୟରାଜ୍ୟକୁ ପଛରେ ପକାଇ ଓଡ଼ିଶା ସର୍ବାଧିକ ୬୬.୬% ସ୍କୋର କଲା ହାସଲ l

 

➡️୫-ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ଅଭୁତପୂର୍ବ ସଫଳତା, ଦେୟମୁକ୍ତ ଚିକିତ୍ସାରେ ୪୧୩ ପ୍ରତିଶତ ହେଲା ଅଭିବୃଦ୍ଧି l

 

➡️୬-ଏଣିକି ମୋଦି ବ୍ରାଣ୍ଡରେ ମିଳିବ ମାଗଣା ଚାଉଳ । ବଦଳିଗଲା ନାଁ । ଥିଲା ସମ୍ମନୀତ ଖାଦ୍ୟ ସୁରକ୍ଷା ଯୋଜନା, ହେଲା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା । ସାରା ଭାରତ ବର୍ଷ ପାଇଁ ଏଥିଲାଗି ଦୁଇଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ l

 

➡️୭-ଅନୁଗୋଳ ସାତକୋଶିଆରେ ପକ୍ଷୀ ଗଣନା କାର୍ଯ୍ୟ ହେଲା ଶେଷ l ଏ ବର୍ଷ ଆସିଛନ୍ତି ଅଧିକ ବିଦେଶୀ ଅତିଥି l

 

➡️୮-ଗତ ୭ରେ ଶୁଭାରମ୍ଭ ହୋଇଥିବା ଭୁବନେଶ୍ୱରରୁ ରାଉରକେଲା ବିମାନ ସେବା ଗତକାଲିଠାରୁ ହେଲା ନିୟମିତ l ବିମାନଟି ପ୍ରତିଦିନ ଅପରାହ୍ଣ୨ଟା ୫୫ରେ ଭୁବନେଶ୍ୱର ଛାଡ଼ି ୩ଟା ୫୦ରେ ରାଉରକେଲାରେ ପହଞ୍ଚିବ । ସେହିପରି ରାଉରକେଲାରୁ ଅପରାହ୍ଣ ୪ଟା ୧୫ରେ ବାହାରି ଭୁବନେଶ୍ୱରରେ ୫ଟା ୧୦ରେ ପହଞ୍ଚିବ ।

 

➡️୯-ଓଡିଶା ଉଠା ଜଳସେଚନ ନିଗମ ଉପଦେଷ୍ଟା ଭାବେ ଯୋଗଦେଲେ ପ୍ରମୋଦ କୁମାର ପାଢୀ l

 

➡️୧୦-ଅଭିନେତ୍ରୀ ଅନୁଷ୍କା ଶର୍ମା ଏକ ବର୍ଦ୍ଧିତ ଟିକସ ନୋଟିସ ବିରୋଧରେ ବମ୍ବେ କୋର୍ଟଙ୍କ ହେଲେ ଦ୍ୱାରସ୍ଥ l ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଫେବୃଆରି ୬ରେ ହେବ ।

 

➡️୧୧-ଆମେରିକୀୟ କମ୍ପାନୀ କଗ୍ନିଜେଣ୍ଟ ଟେକ୍ନୋଲୋଜୀ ସଲ୍ୟୁସନର ସିଇଓ ଓ ବୋର୍ଡର ସଦସ୍ୟ ହେଲେ ଭାରତୀୟ ରବି କୁମାର।

 

➡️୧୨-ଆର୍‌ଜେଡି ବରିଷ୍ଠ ନେତା ଶରଦ ଯାଦବଙ୍କ ହେଲା ପରଲୋକ । ୭୫ ବର୍ଷ ବୟସରେ ଶେଷ ନିସ୍ୱାସ ତ୍ୟାଗ କଲେ ଏହି ଭେଟେରାନ ନେତା।

 

➡️୧୩-ଆସନ୍ତା ମାର୍ଚ୍ଚ କିମ୍ବା ଏପ୍ରିଲ୍‌ରେ ଓଡ଼ିଶା ଆସିବେ ଆପ୍ ମୁଖ୍ୟ କେଜରିୱାଲ । ଏ ନେଇ ଆପ୍‌ର ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର ଦେଲେ ସୂଚନା ।

 

➡️୧୪-ସୁଲତାନ ଅଲ ଜାବିରଙ୍କୁ ଜଳବାୟୁ ସମ୍ମିଳନୀର ଅଧ୍ୟକ୍ଷ ନିଯୁକ୍ତ କଲା ୟୁଏଇ l ଏହି ସମ୍ମିଳନୀ ଚଳିତ ବର୍ଷ ନଭେମ୍ୱର ୩୦ରୁ ଡିସେମ୍ୱର ୧୨ ଯାଏଁ ଦୁବାଇରେ ହେବ ଆୟୋଜନ l

 

➡️୧୫-ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଆସନ୍ତା ୧୪ ଏବଂ ୧୫ ତାରିଖ ଦୁଇଦିନିଆ ବାଲେଶ୍ବର ଗସ୍ତରେ ଆସିବେ l ଏହି ଅବସରରେ ସେ ବାଲେଶ୍ବର ସହରର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେବେ l

 

➡️୧୬-ବାଲୁକା ଶୀଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ କଳାକୃତି: ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ଇନଡୋର ଷ୍ଟାଡିୟମରେ ୧୦୦ ବସ୍ତା ଧାନ କୁଣ୍ଡାରେ ତିଆରି କଲେ ହକି ବିଶ୍ୱକପ୍‌ l

 

➡️୧୭-ଆଜି ରିଲିଜ୍ ହେବ ଓଡ଼ିଆ ଛବି ‘ଦମନ’ର ହିନ୍ଦୀ ରୂପାନ୍ତରର ଟ୍ରେଲର। ନିଆରା କାହାଣୀକୁ ନେଇ ସାରା ଓଡ଼ିଶାରେ ଚହଳ ପକାଇଥିବା ଏହି ଓଡ଼ିଆ ଫିଲ୍ମକୁ ଏବେ ସାରା ଦେଶ ଦେଖିବ।

 

➡️୧୮-ଭାରତ-ଶ୍ରୀଲଙ୍କା ଦ୍ଵିତୀୟ ଦିନିକିଆ: ୪ ୱିକେଟ୍ ରେ ଜିତିଲା ଟିମ ଇଣ୍ଡିଆ, ସିରିଜ କବଜା କଲା ରୋହିତ ବାହିନୀ l

 

➡️୧୯-ଆଜିଠାରୁ ହକି ବିଶ୍ୱକପ୍ ମହାସମର । ଉଦଘାଟନୀ ଦିବସରେ ଖେଳାଯିବ ୪ଟି ମ୍ୟାଚ୍ । ବିର୍ସାମୁଣ୍ଡା ଷ୍ଟାଡିୟମ୍‌ରେ ଭାରତ-ସ୍ପେନ୍ ମଧ୍ୟରେ ହେବ ଲଢେଇ । ଓଡ଼ିଆ ତାରକା ଅମିତ୍ ରୋହିଦାସ ଓ ନିଲମ୍ ସଂଜୀପଙ୍କ ଉପରେ ରହିଛି ସମସ୍ତଙ୍କର ନଜର l

 

➡️୨୦-ସୁନୀଲ ସେଟ୍ଟୀଙ୍କ ଜ୍ୱାଇଁ ହେବାକୁ ଯାଉଛନ୍ତି କ୍ରିକେଟର କେଏଲ ରାହୁଲ l ଚଳିତମାସ ୨୩ ଜାନୁଆରୀରେ ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି ଜଣାଶୁଣା ଲଭବାର୍ଡ଼ କେଏଲ ରାହୁଲ ଓ ଆଥିୟା ସେଟ୍ଟୀ ।

 

*➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।*

 

*🔅ଆଜି କୋରିଆନ୍ ଆମେରିକୀୟ ଦିବସ ll*

*🔅ଆଜି ଜାତୀୟ ଷ୍ଟିକର୍ ଦିବସ ll*

 

*ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll*

*ll ଶୁଭ ସକାଳ,ସୁପ୍ରଭାତ ll*