November 23, 2024

ବାଲିପଦର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟରେ ମହିଳା ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦ୍ ଘାଟିତ

Share

ବୁଗୁଡା:-୧୨-୦୧-୨୦୨୩ ସରକାରଙ୍କ ଛାତ୍ରୀ ଆତ୍ମ ସୁରକ୍ଷା ଯୋଜନା ଆନୁକୂଲ୍ୟରେ ବାଲିପଦର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ପକ୍ଷରୁ ପ୍ରଥମ ବର୍ଷ ଛାତ୍ରୀ ମାନଙ୍କୁ ନେଇ ସେଲଫ୍ ଡିଫେନସ୍ କାର୍ଯ୍ୟକ୍ରମ ଆଜି ଉଦ୍ ଘାଟିତ ହୋଇ ଯାଇଛି। ୧୯୦ ଛାତ୍ରୀ ଙ୍କୁ ନେଇ ଅନୁଷ୍ଠିତ ସଭାରେ ମହାବିଦ୍ୟାଳୟର ଅଧ୍ଯକ୍ଷ ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ର ପୌରହିତ୍ଯ କରି ଛାତ୍ରୀ ମାନେ ଦ୍ରୂ୍ଢ ମନୋବଳ ନେଇ ନିଜ କାର୍ଯ୍ୟ ସମ୍ପାଦନ କଲେ ସବୁ କ୍ଷେତ୍ରରେ ସଫଳତା ହାସଲ କରିବେ ବୋଲି ମତବ୍ୟକ୍ତ କରିଥିଲେ।ଏହି କାର୍ଯ୍ୟ କ୍ରମରେ ମୁଖ୍ଯ ଅତିଥି ଭାବେ ବୁଗୁଡା ରେଞ୍ଜ ର ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ର,ମୁଖ୍ଯ ବକ୍ତା ଭାବେ ବାଲିପଦର ଫାଣ୍ଡି ଅଧିକାରୀ ସମିର କୁମାର ବେହରା, ଅନ୍ୟ ତମ ଅତିଥି ଭାବେ ଅଧ୍ୟାପକ କୈଳାଶ ଚନ୍ଦ୍ର ସେନାପତି, ଭାବଗ୍ରାହୀ ପଣ୍ଡା, ଅଧ୍ୟାପିକା ସୁଜାତା କୁମାରୀ ପଟ୍ଟନାୟକ, ସ୍ମିତା ରାଣୀ ସାହୁ ପ୍ରମୁଖ ଯୋଗଦେଇ ଛାତ୍ରୀ ମାନଙ୍କୁ ସଚେତନ କରାଇ ଥିଲେ। ପ୍ରଶିକ୍ଷିକା ସଙ୍ଗୀତା ସ୍ବାଇଁ ଓ ପ୍ରିୟଙ୍କା ସ୍ବାଇଁ ତାଲିମ ଦେଉଥିବା ବେଳେ ଆଠ ଦିନ ଧରି ଚାଲିବାକୁ ଥିବା ଏହି ଶିବିରକୁ ସଂଯୋଜିକା ସୁଜାତା କୁମାରୀ ପଟ୍ଟନାୟକ ପରିଚାଳନା କରିଥିଲେ।