November 21, 2024

ରୁଷିମାଳ ମହାବିଦ୍ୟାଳୟ ରେ ଆତ୍ମ ସୁରକ୍ଷା ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି ।

Share

 

ବ୍ରାହ୍ମଣୀଗାଁ ତା ୧୨/୨୩ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବକ୍ଳ ବ୍ରାହ୍ମଣୀଗାଁ ରୁଷିମାଳ ମହାବିଦ୍ୟାଳୟ ଆତ୍ମ ସୁରକ୍ଷା ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଠାରେ ମୁଖ୍ୟ ଅତିଥି ଭାବେ ରୁଷିମାଳ ମହାବିଦ୍ୟାଳୟର ଅଧ୍ୟକ୍ଷ ଦେବରାଜ ବଳିଆର ସିଂ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ପିଟି ଶିକ୍ଷକ ରବିନ୍ଦ୍ର କୁମାର ପାଢୀ।
ଏହି ଆତ୍ମ ସୁରକ୍ଷା ତାଲିମ୍ ଶିବିର ୭ ଦିନ ଧରି ଚାଲୁ ରହିବ
ଏହି ତାଲିମ ଶିବିରରେ ରାଇକିଆ ଜୀବନ ଯୋତି କଲେଜରୁ ୨ ଜଣ ମାଷ୍ଟର ଟ୍ରେନର ବିନିତା ପ୍ରଧାନ, ତୃପ୍ତୀ ପ୍ରଧାନ ଆସି ଛାତ୍ରୀ ମାନଙ୍କୁ ଶିକ୍ଷା ଦେଉଛିନ୍ତି । ଏଠାରେ ୧୭୮ ଛାତ୍ରୀ ମାନେ ପ୍ରଶିକ୍ଷଣ ନେବେ ବୋଲି ଅଧ୍ୟକ୍ଷ ଦେବରାଜ ବଳିଆର ସିଂ କହିଥିଲେ । ବରିଷ୍ଠ ଅଧ୍ୟାପକ ସନ୍ତୋଷ କୁମାର ନାହକ କହିଥିଲେ ସମାଜରେ ଦୈନଦିନ ଘଟୁଥିବା ନାରି ପ୍ରତି ଅପମାନ ନିନ୍ଦା ଓ ରେପ ଭଳି ଘଟଣାରୁ କିପରି ବଞ୍ଚିତ ହେବେ ସେଥି ପ୍ରତି ଆତ୍ମ ସୁରକ୍ଷା ତାଲିମ୍ ନେଇ ନିଜ ସୁରକ୍ଷା ନିଜେ କେମିତି କରିବେ ବୋଲି କହିଥିଲେ । ଅଧ୍ୟକ୍ଷ ଦେବରାଜ ବଳିଆର ସିଂ ସମସ୍ତ ଛାତ୍ରୀ ମାନଙ୍କୁ ଏହି ତାଲିମ୍ ଶିବିରରେ ଯୋଗଦେଇ ନିଜର ସୁରକ୍ଷା ନିଜେ କରି କିପରି ନିର୍ଭୟରେ ସ୍କୁଲ କଲେଜ୍ ଯିବା ଆସିବା କରିପାରିବେ ବୋଲି କହିଥିଲେ । ଏହି ଆତ୍ମ ସୁରକ୍ଷା ତାଲିମ୍ ଶିବିରକୁ ପରିଚାଳନା କରୁଛନ୍ତି ମିଲନ ବେହେରା ପାତ୍ର ।
ବରିଷ୍ଠ ଅଧ୍ୟାପକ ସନ୍ତୋଷ କୁମାର ନାହକ, ରାଜକିଶୋର ବଳିଆର ସିଂ ,ବସନ୍ତ କୁମାର ନାୟକ, ରବିନ୍ଦ୍ର କୁମାର ପାଢୀ, ଦିବାକର ବେହେରା, ମିଲନ ବେହେରା ପାତ୍ର, ଅଜିତ ନାୟକ, ପ୍ରମୁଖ ଅଧ୍ୟାପକ ଉପସ୍ଥିତ ଥିଲେ । (କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ରୁ ମନୋରଞ୍ଜନ ରଣା ଙ୍କ ରିପୋର୍ଟ)
ବାଦୁ ବାଦୁଲା ରାଧା କୁଞ୍ଜବନତାନି ସାନା ଲୋକନୃତ୍ୟ ଗୀତ ରେ ଝୁମିଲେ ଦର୍ଶକ ବ୍ରାହ୍ମଣୀଗାଁ – କନ୍ଧମାଳ ଜ଼ିଲ୍ଲା ଦାରିଙ୍ଗବାଡି ରେ ଆୟୋଜିତ ଶୀତ ମହୋତ୍ସବ ର ଉଦଯାପନି ସଂଧ୍ୟା ର ସାଂସ୍କୃତିକ କାର୍ଯ୍ୟକ୍ରମ ରେ କନ୍ଧମାଳର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କଳାବିକାଶ କେନ୍ଦ୍ର ବାଲିଗୁଡାର ପ୍ରସିଦ୍ଧ ଲୋକ ନୃତ୍ୟ ସଂଗୀତ ଉପସ୍ଥିତ ଦର୍ଶକଙ୍କୁ ବିମୋହିତ କରିଥିଲା ଅନୁଷ୍ଠାନ ର ସମ୍ପାଦକ ତଥା ସାମ୍ବାଦିକ ପ୍ରମୋଦ କୁମାର ଦଣ୍ଡସେନା ଙ୍କ ନେତୃତ୍ୱ ରେ ପଚିଶ ଜଣିଆ ସାଂସ୍କୃତିକ ଦଳ ଅଂଶ ଗ୍ରହଣ କରିଥିଲେ lବରିଷ୍ଠ ଲୋକକଳାକାର ତଥା ବେତାର ସଂଗୀତକାର ମାଷ୍ଟର ଚରଣ ବିନ୍ଧାଣୀ ସ୍ଵରଚିତ ସଂଗୀତ ବାଦୁବାଦୁଲା ରାଧା କୁଞ୍ଜବନିତାନି ସାନା ଗୀତର ତାଳେ ତାଳେ ଅନୁଷ୍ଠାନ ର କଳାକାର ମାନେ ଉଚ୍ଚସ୍ତରୀୟ ନୃତ୍ୟ ଅଭିନୟ କରିଥିଲେ ଯାହାକୁ ନେଇ ଉପସ୍ଥିତ ଦର୍ଶକ ଝୁମିଥିଲେ l ବରିଷ୍ଠ କଳାକାର ପ୍ରସନ୍ନ ବିନ୍ଧାଣୀ ଜଗନ୍ନାଥ ବିଶୋଇ ଅଶ୍ୱିନୀ ପାତ୍ର ଖିରୋଦ କୁମାର ଦଣ୍ଡସେନା ସୁପ୍ରଭା ପ୍ରଧାନୀ ପ୍ରମୋଦ ଦଣ୍ଡସେନା ଙ୍କ ନିଖୁଣ ନୃତ୍ୟ ଏବଂ ଅଭିନୟ କୁ ଦର୍ଶକ ଉଚ୍ଚପ୍ରଶଂସା କରିଥିଲେ l ସୂଚନା ଯୋଗ୍ୟ ଯେ ଏହି ଅନୁଷ୍ଠାନ ରାଜ୍ୟର ବିଭିନ୍ନ ମଞ୍ଚରେ ନୃତ୍ୟ ପ୍ରଦର୍ଶନ କରି କନ୍ଧମାଳ ଜ଼ିଲ୍ଲା ପାଇଁ ଗର୍ବ ଗୌରବ ଆଣିଥିବାରୁ ଘୁ ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ବରିଷ୍ଠ ଶିକ୍ଷକ ତଥା କବି ବିଦେଶୀ ନାୟକ ବରିଷ୍ଠ ନାଟ୍ୟକାର ପତିତପାବନ ରାଉତ ସାମ୍ବାଦିକ ଅରୁଣ ସାହୁ ଅଜିତ ନାୟକ ସୁଶାନ୍ତ ସାହୁ ଅନୁଷ୍ଠାନର ଉତ୍ତୋରତ୍ତର ଉନ୍ନତି କାମନା କରିଛନ୍ତି l(କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ରୁ ମନୋରଞ୍ଜନ ରଣା ଙ୍କ ରିପୋର୍ଟ)