ମୋହନା ରେ ଆଡମ୍ବର ସହ ମୋହନା ମୋହତ୍ସବ ପାଳିତ
ଗଜପତି ଜିଲ୍ଲା ମୋହନା ବ୍ଲକରେ ଆଜି ସ୍ଥାନୀୟ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ଆଡମ୍ବର ସହ ମୋହନା ଉତ୍ସଵ ପାଳନ ହୋଇଛି।ଆଜି ପ୍ରଥମ ଦିନରେ ସ୍ଥାନୀୟ ଶିଶୁ ମନ୍ଦିର ଛାତ୍ରୀ ମାନେ ଉତ୍କଳ ଜନନୀ ବନ୍ଦନା ଗାନ କରି ଉତ୍ସଵ ଟିକୁ ଶୁଭାରମ୍ଭ କରିଥିଲେ।ବିଡ଼ିଓ ତପସ୍ୱିନୀ ହଂସଦା ଉପସ୍ଥିତ ଅତିଥି, ଦର୍ଶକ, ଜନ ପ୍ରତିନିଧି ମାନଙ୍କୁ ସ୍ୱାଗତ କରିବା ସହ ଶାନ୍ତି ଶୃଙ୍ଖଳା ବଜାୟ ରଖି ଉତ୍ସଵ ଟିକୁ ଉପଭୋଗ କରିବା ନିମନ୍ତେ ଅନୁରୋଧ କରିଥିଲେ।ମୋହନା ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର ଗଜପତି ଉତ୍ସଵ ଅବସରରେ ମୋହନା ଠାରେ ହେଉଥିବା ମୋହନା ଉତ୍ସଵ ସମ୍ପର୍କରେ ବିବରଣୀ ପଠନ କରିଥିଲେ।ଆଜି ମୋହନା ଉତ୍ସବରେ ସ୍ଥାନୀୟ ଅଞ୍ଚଳର କଳାକାର ମାନେ ନିଜ ନିଜ ପ୍ରତିଭା ଗୁଡିକ ପଦର୍ଶନ କରିଥିଲେ।ଉତ୍ସବରେ ରାଜ୍ୟ ମନ୍ତ୍ରୀ ଶ୍ରୀକାନ୍ତ ସାହୁ, ସାଂସଦ ଚନ୍ଦ୍ର ଶେଖର ସାହୁ, ଜିଲ୍ଲା ପରିଷଦ ଅଧକ୍ଷ, ଉପାଧକ୍ଷ ଙ୍କ ସମେତ ବଣିକ ସଙ୍ଘ ସଭାପତି ମନୋଜ କୁମାର ସାହୁ ଶତାଧିକ ଦର୍ଶକ ଉପସ୍ଥିତ ଥିଲେ।ଏହା ସହ ଗ୍ରାମ ପଞ୍ଚାୟତ ସ୍ତରରେ ହୋଇଥିବା ପ୍ରତିଯୋଗିତା ଗୁଡିକରେ ଉତ୍ତୀର୍ଣ୍ଣ ହୋଇଥିବା କଳାକାର ମାନଙ୍କୁ ବ୍ଲକ ଅଧ୍ୟକ୍ଷ, ବିଡ଼ିଓ, ମୁଖ୍ୟ ଅତିଥି ମାନେ ପୁରସ୍କୃତ କରିଥିଲେ।ଏହା ସଙ୍ଗେ ରାଜ୍ୟର ପ୍ରସିଦ୍ଧ ସଂଗୀତ କାର ମଣ୍ଟୁ ଛୁରିୟା ଏବଂ ତାଙ୍କ ଦଳ ଦର୍ଶକଙ୍କୁ ଉଲସିତ କରିଥିଲେ।
ବାଦୁ ବାଦୁଲା ରାଧା କୁଞ୍ଜବନତାନି ସାନା ଲୋକନୃତ୍ୟ ଗୀତ ରେ ଝୁମିଲେ ଦର୍ଶକ ବ୍ରାହ୍ମଣୀଗାଁ – କନ୍ଧମାଳ ଜ଼ିଲ୍ଲା ଦାରିଙ୍ଗବାଡି ରେ ଆୟୋଜିତ ଶୀତ ମହୋତ୍ସବ ର ଉଦଯାପନି ସଂଧ୍ୟା ର ସାଂସ୍କୃତିକ କାର୍ଯ୍ୟକ୍ରମ ରେ କନ୍ଧମାଳର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କଳାବିକାଶ କେନ୍ଦ୍ର ବାଲିଗୁଡାର ପ୍ରସିଦ୍ଧ ଲୋକ ନୃତ୍ୟ ସଂଗୀତ ଉପସ୍ଥିତ ଦର୍ଶକଙ୍କୁ ବିମୋହିତ କରିଥିଲା ଅନୁଷ୍ଠାନ ର ସମ୍ପାଦକ ତଥା ସାମ୍ବାଦିକ ପ୍ରମୋଦ କୁମାର ଦଣ୍ଡସେନା ଙ୍କ ନେତୃତ୍ୱ ରେ ପଚିଶ ଜଣିଆ ସାଂସ୍କୃତିକ ଦଳ ଅଂଶ ଗ୍ରହଣ କରିଥିଲେ lବରିଷ୍ଠ ଲୋକକଳାକାର ତଥା ବେତାର ସଂଗୀତକାର ମାଷ୍ଟର ଚରଣ ବିନ୍ଧାଣୀ ସ୍ଵରଚିତ ସଂଗୀତ ବାଦୁବାଦୁଲା ରାଧା କୁଞ୍ଜବନିତାନି ସାନା ଗୀତର ତାଳେ ତାଳେ ଅନୁଷ୍ଠାନ ର କଳାକାର ମାନେ ଉଚ୍ଚସ୍ତରୀୟ ନୃତ୍ୟ ଅଭିନୟ କରିଥିଲେ ଯାହାକୁ ନେଇ ଉପସ୍ଥିତ ଦର୍ଶକ ଝୁମିଥିଲେ l ବରିଷ୍ଠ କଳାକାର ପ୍ରସନ୍ନ ବିନ୍ଧାଣୀ ଜଗନ୍ନାଥ ବିଶୋଇ ଅଶ୍ୱିନୀ ପାତ୍ର ଖିରୋଦ କୁମାର ଦଣ୍ଡସେନା ସୁପ୍ରଭା ପ୍ରଧାନୀ ପ୍ରମୋଦ ଦଣ୍ଡସେନା ଙ୍କ ନିଖୁଣ ନୃତ୍ୟ ଏବଂ ଅଭିନୟ କୁ ଦର୍ଶକ ଉଚ୍ଚପ୍ରଶଂସା କରିଥିଲେ l ସୂଚନା ଯୋଗ୍ୟ ଯେ ଏହି ଅନୁଷ୍ଠାନ ରାଜ୍ୟର ବିଭିନ୍ନ ମଞ୍ଚରେ ନୃତ୍ୟ ପ୍ରଦର୍ଶନ କରି କନ୍ଧମାଳ ଜ଼ିଲ୍ଲା ପାଇଁ ଗର୍ବ ଗୌରବ ଆଣିଥିବାରୁ ଘୁ ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ବରିଷ୍ଠ ଶିକ୍ଷକ ତଥା କବି ବିଦେଶୀ ନାୟକ ବରିଷ୍ଠ ନାଟ୍ୟକାର ପତିତପାବନ ରାଉତ ସାମ୍ବାଦିକ ଅରୁଣ ସାହୁ ଅଜିତ ନାୟକ ସୁଶାନ୍ତ ସାହୁ ଅନୁଷ୍ଠାନର ଉତ୍ତୋରତ୍ତର ଉନ୍ନତି କାମନା କରିଛନ୍ତି l(କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ରୁ ମନୋରଞ୍ଜନ ରଣା ଙ୍କ ରିପୋର୍ଟ)