March 12, 2026

ମାତୃକୂଳ ଓ ପିତୃକୂଳ ମଧ୍ୟରେ ସୁସମ୍ପର୍କ ରଖିଥାଏ ପ୍ରଥମାଷ୍ଟମୀ।।

IMG-20251112-WA0013
Share

 

ବୋଲଗଡ଼,୧୨/୧୧(ଉପାନ୍ତ ଖବର): ଓଡ଼ିଶା ର ପରମ୍ପରା ଅନୁସାରେ ପବିତ୍ର ମାର୍ଗଶିର ମାସ ର ଅଷ୍ଟମୀ ତିଥି ରେ ପଡିଥାଏ ପ୍ରଥମାଷ୍ଟମୀ । ଓଡ଼ିଶା ର ଘରେ ଘରେ ଏହା ପ୍ରଥମାଷ୍ଟମୀ ବା ପୋଢୁଆଁଷ୍ଟମୀ ଭାବେ ପରିଚିତ।

ସାଧାରଣତଃ ପ୍ରଥମାଷ୍ଟମୀ ରେ ଘରର ବଡସନ୍ତାନଙ୍କୁ ପୋଢୁହାଁ କରିବା ପାଇଁ ନୂଆ ବସ୍ତ୍ର ଦେବା ଦାୟିତ୍ୱ ମାମୁଁଙ୍କର ଥାଏ। ଏହି ପ୍ରଥମାଷ୍ଟମୀ ଦିନ ମାମୁଁ ମାନେ ଭଣଜା ଭାଣିଜିଙ୍କ ପାଇଁ ନୂଆ ପୋଷାକ, ପିଠା,ମିଠା ଆଦି ନେଇ ଆସିଥାନ୍ତି। ଘରର ଜ୍ୟଷ୍ଠ ସନ୍ତାନ ପ୍ରାତଃ ସ୍ନାନ କରି ମାମୁଁଘର ଆସିଥିବା ନବ ବସ୍ତ୍ର ପରିଧାନ କରି ପରିବାର ବୟଷ୍କ ମାନଙ୍କୁ ଆଶ୍ରିବାଦ ନେଇ ଥାନ୍ତି। ଘରେ ଘରେ ପ୍ରସ୍ତୁତ ହୋଇ ଥିବା ଏଣ୍ଡୁରି ପିଠା, ହଳଦୀ ପତ୍ରରେ ପ୍ରସ୍ତୁତପିଠାର ବାସ୍ନା ମହକି ଉଠିଥାଏ ପ୍ରତେକଙ୍କ ଘର। ପିତୃକୂଳ ଓ ମାତୃକୂଳ ର ପରିବାର ମଧ୍ୟରେ ସୁସମ୍ପର୍କ ରଖିବାକୁ ଏହି ପର୍ବ ଆମ ଓଡ଼ିଆ ସଂସ୍କୃତି ଓ ପରମ୍ପରା ରେ ଜଡ଼ିତ ହୋଇ ରହିଛି।କିଛି ଗବେଷକଙ୍କ ମତରେ ପରିବାରର ଜ୍ୟେଷ୍ଠ ସନ୍ତାନ ଆଗାମୀ ଦିନରେ ଘର ର ମୂରବୀ ହେବାକୁ ଥିବାରୁ ତାଙ୍କୁ ସମ୍ମାନ ଜଣାଇବାକୁ ଏହି ପର୍ବ ପାଳନ କରାଯାଇଥାଏ। ପ୍ରଥମାଷ୍ଟମୀ ପାଇଁ ବୋଲଗଡ଼ ଅଞ୍ଚଳରେ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଇଛି।

 

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ ।