ଆଜିର ଖବର..
୧-ନୂଆପଡ଼ା ଉପନିର୍ବାଚନ ସଂପନ୍ନ, EVMରେ ସିଲ୍ ହେଲା ପ୍ରାର୍ଥିୀଙ୍କ ଭାଗ୍ୟ; ସନ୍ଧ୍ୟା ୫ଟା ସୁଦ୍ଧା ୭୫.୩୭% ମତଦାନ।
୨-ପାଟଣା:ବିହାରର ୩ ଏକଜିଟ୍ ପୋଲରେ ପୁଣି ଏନଡିଏ ସରକାର।୬୭.୧୪% ମତଦାନ, ୨୭ ବର୍ଷର ରେକର୍ଡ ଭାଙ୍ଗିଲା।
୩-ଡିସେମ୍ବର ୧୭ ରେ ଓଟିଇଟି, ନଭେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ହେବ ଫର୍ମ ପୂରଣ।ବୋର୍ଡ ୱେବସାଇଟରେ ସବିଶେଷ ତଥ୍ୟ ଉପଲବ୍ଧ।
୪-ଭୁବନେଶ୍ୱର: ପ୍ରଥମାଷ୍ଟମୀ ପାଇଁ ବଜାର ଚଳଚଞ୍ଚଳ, ହଳଦୀ ପତ୍ର ବିଡା ୩୦ ଟଙ୍କା।
୫-ଗୋପ:ପୋଢୁଆଁ ହେବେ ମହାପ୍ରଭୁ, ମାଧବାନନ୍ଦଙ୍କ ମନ୍ଦିରରୁ ବଡ଼ ଠାକୁରଙ୍କ ପାଇଁ ଗଲା ପୋଢୁଆଁ ଭାର।
୬-ଭୁବନେଶ୍ୱର:୨୦୨୬ରେ ଅଛି ୨୯ଟି ସାଧାରଣ ଛୁଟି ଦିବସ।
୭-ପାତ୍ରପୁର ବ୍ଲକ ତୁରିବୁଡି ପଂଚାୟତ:ଘାଟିରେ ଅଟୋ ଓଲଟି ୧୩ ଜଣ ଆହତହୋଇଥିବାବେଳେ ୪ ଜଣ ଗୁରୁତର।
୮-ରାଉରକେଲା ସହରକୁ ପଶିଲା ହାତୀ, ବୃଦ୍ଧାକୁ ଶୁଣ୍ଢରେ ଟେକି କଚାଡିଲା।
୯-ଦିଲ୍ଲୀ ବିସ୍ଫୋରଣ ପରେ ଓଡିଶାରେ ହାଇଆଲର୍ଟ: ବିଭିନ୍ନ ସ୍ଥାନରେ ବ୍ଲକିଂ, ଟେକିଂକୁ ଜୋରଦାର କରିଛି ପୋଲିସ।
୧୦-ଭୁବନେଶ୍ବର: ନୂଆପଡା ଉପନିର୍ବାଚନରେ ଏଭଳି ଟଙ୍କାବଣ୍ଟା ଜୀବନରେ କେବେ ଦେଖି ନ ଥିଲି: ଶ୍ରୀକାନ୍ତ ଜେନା
୧୧-ସରକାରୀ ଅର୍ଥ ତୋଷରପାତ କରି ଗିରଫ ହେଲେ ବଲାଙ୍ଗୀର ବଙ୍ଗମୁଣ୍ଡା କନିଷ୍ଠ ଯନ୍ତ୍ରୀ ଜୟନାରାୟଣ ବାଗ।
୧୨-ସହଦେବ ନାୟକଙ୍କୁ ହତ୍ୟା ଘଟଣା, ମୁଖ୍ୟ ଅଭିଯୁକ୍ତର ସହଯୋଗୀ ସୁଲେଇ ନାୟକ ଗିରଫ।
୧୩-ପୀତବାସ ହତ୍ୟା ମାମଲାରେ ବିବାଦୀୟ ବୟାନ ଦେଇ ହାଇକୋର୍ଟରେ କ୍ଷମା ମାଗିଛନ୍ତି ବ୍ରହ୍ମପୁର ଏସପି ଶ୍ରବଣା ବିବେକ ଏମ୍ ।
୧୪-ପୋଲିସ ଏସଆଇ ପରୀକ୍ଷା ଦୁର୍ନୀତିର ତଦନ୍ତ କରିବ ସିବିଆଇ, ତଦନ୍ତ ଭାର ଦେଲେ କେନ୍ଦ୍ର ସରକାର।
୧୫-ଇସ୍ରୋକୁ ବଡ଼ ସଫଳତା, ମୁଖ୍ୟ ପାରାଚୁଟ୍ର ଇଣ୍ଟିଗ୍ରେଟେଡ୍ ଏୟାରଡ୍ରପ୍ ଟେଷ୍ଟ ସଫଳ।ଗଗନଯାନ ମିଶନ ପାଇଁ ଏହି ପରୀକ୍ଷଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
୧୬-ଦିଲ୍ଲୀ ବିସ୍ଫୋରଣ ମାମଲାର ତଦନ୍ତ କରିବ NIA, ଉଚ୍ଚସ୍ତରୀୟ ବୈଠକ ପରେ ନିଷ୍ପତ୍ତି ନେଲେ ଅମିତ ଶାହ।
୧୭-ବଲିଉଡରୁ ପୁଣି ଚିନ୍ତା ଜନକ ଖବର ଆସିଲା, ହସ୍ପିଟାଲରେ ଭର୍ତ୍ତି ହେଲେ ପ୍ରେମ୍ ଚୋପ୍ରା।
୧୮-ଇସଲାମାବାଦରେ କୋର୍ଟ ପରିସରରେ କାର୍ ବିସ୍ଫୋରଣରେ ୧୨ ମୃତ,ଅନେକ ଆହତ।
