ଟାଙ୍ଗଣାପଲ୍ଲୀ ହାଇସ୍କୁଲରେ ବିଜ୍ଞାନ ମେଳା ପ୍ରଦର୍ଶନୀ
ଛତ୍ରପୁର ତା.୧୧/୧୧/୨୫ (ଅରୁଣ କୁମାର ପଣ୍ଡା) ଛତ୍ରପୁର ବ୍ଲକ ଅନ୍ତର୍ଗତ ଟାଙ୍ଗଣାପଲ୍ଲୀ ଶ୍ରୀଶ୍ରୀ ନୀଳକଣ୍ଠେଶ୍ଵର ନୋଡାଲ ବିଦ୍ୟାପୀଠ ଆନୁକୁଲ୍ୟରେ ବିଦ୍ୟାଳୟସ୍ତରୀୟ ବାର୍ଷିକ ବିଜ୍ଞାନ ମେଳା ବିଦ୍ୟାଳୟ ପରିସରରେ ପ୍ରଦର୍ଶିତ ହୋଇଯାଇଛି l ପ୍ରଥମ ପର୍ଯ୍ୟାୟରେ ପ୍ରଧାନଶିକ୍ଷକ ଵିଷ୍ଣୁ ପ୍ରସାଦ ତ୍ରିପାଠୀ ମେଳାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ବିଚାରକ ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ କୀରଣ କୁମାର ମିଶ୍ର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପରିକଳ୍ପିତ ପ୍ରକଳ୍ପ ଗୁଡିକ ପରିଦର୍ଶନ କରି ତାହାକୁ ମୂଲ୍ୟାଙ୍କନ କରିଥିଲେ । ଆଗାମୀ ୧୫ ତାରିଖରେ ହେବାକୁ ଥିବା ଛତ୍ରପୁର ବ୍ଲକସ୍ତରୀୟ ବିଜ୍ଞାନ ମେଳା ନିମନ୍ତେ ଏଥିରୁ ୫ ଜଣଙ୍କୁ ୫ଟି ପକଳ୍ପ ମନୋନୀତ କରାଯାଇଛି । ଅପରାହ୍ନ ଅଧିବେଶନରେ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନଶିକ୍ଷକ କାମରାଜୂ ମହାରଣା ମୁଖ୍ୟଅତିଥି ରୂପେ ଯୋଗଦେଇ କୁନି ବୈଜ୍ଞାନିକ ଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ଦେଇ ଉତ୍ସାହିତ କରିଥିଲେ । କୁନି କୁନି ବୈଜ୍ଞାନିକ ଭବିଷ୍ୟତରେ ଜାତୀୟସ୍ତର ପର୍ଯ୍ୟନ୍ତ ଯାଇ ନିଜକୁ ପ୍ରତିଷ୍ଠିତ କରିବା ପାଇଁ ଉପଦେଶ ଓ ପରାମର୍ଶ ଦେଇଥିଲେ l ବିଜ୍ଞାନ ମେଳାକୁ ଦୁଇ ବିଜ୍ଞାନ ଶିକ୍ଷୟିତ୍ରୀ ବିଷ୍ଣୁ ପ୍ରିୟା ପାଢ଼ୀ ଓ ବିଜୟଲକ୍ଷ୍ମୀ ପାତ୍ର ସଂଯୋଜନା କରିଥିବା ବେଳେ ପୁରସ୍କାର ବିତରଣ ଉତ୍ସବକୁ ଅଭିରାମ ସାହୁ, ଯୁଧିଷ୍ଠିର ବେହେରା, ଜୟଶ୍ରୀ ଦୋରା, କୈଳାଶ ବେହେରା, ଭାଗିରଥି ମିଶ୍ର, ବିଜୟ କୁମାର ସାହୁ, ପର୍ଶୁରାମ ପାତ୍ର ପରିଚାଳନା କରିଥିଲେ l ଶେଷରେ ଏନ୍.ସି.ସି. ଫାଷ୍ଟ ଅଫିସର ସୁଧାକର ବଳି ଧନ୍ୟବାଦ ଅର୍ପଣ କରିଥିଲେ ।
