November 21, 2024

୯ ଦିନ ରେ ପହଁଚିଲା ମହିଳା ଓ ଦୁଇ ଶିଶୁ ଙ୍କ ଧାରଣା)।

Share

୧- ଜିଲ୍ଲାପାଳ ଓ ଏସ.ପି ଙ୍କୁ ଗୁହାରି କଲେ ଲିଗାଲ ସେଲ ମେମ୍ବର ଙ୍କ ସମେତ ପୀଡ଼ିତା ଙ୍କ ମାଆ, ୨-

ନ୍ୟାୟ ଦେବା ପରିବର୍ତ୍ତେ ଧାରଣା ରତ ମହିଳା ଙ୍କୁ ଧମକ ଦେଉଛନ୍ତି ପୋଲିସ ଅଧିକାରୀ,୩-

ପ୍ରଶାସନ କୁ ମାନିଲେ ନାହିଁ, ପୋଲିସ ଉପସ୍ଥିତ ରେ ମହିଳା ଙ୍କୁ ପିଟିଲେ,

ଖବର ଅନୁସାରେ ଜଗତସିଂହପୁର ଜିଲ୍ଲା ତିର୍ତୋଲ ଥାନା କନକପୁର ଫାଣ୍ଡି ଅଧୀନ ତରାପୁର (ଛତ୍ରମଠ)ଗ୍ରାମ ର ବସନ୍ତ ଦାସ ନିଜ ନାମରେ ରେକର୍ଡ ଥିବା ଜମି ଉପରେ ଦୁଇ ବଖରା କୋଠା କରି ନିଜ ସ୍ତ୍ରୀ ଓ ଦୁଇ ପିଲା ଙ୍କ ସହ ରହୁଥିଲେ,ଉକ୍ତ ଗ୍ରାମ ର ଚିନ୍ମୟ ଦାସ, ସୂର୍ଯ୍ୟକାନ୍ତ ଦାସ,ଜିତେନ୍ଦ୍ର ଦାସ, ସୁରେନ୍ଦ୍ର ଦାସ ଗତ ଏକ ବର୍ଷ ପୂର୍ବେ ବସନ୍ତ ଙ୍କ ଅନୁପସ୍ଥିତ ରେ ତାଙ୍କ ପତ୍ନୀ ଙ୍କୁ ମାଡ଼ ମାରି ଘରୁ ବିଦା କରିଦେଇଥିଲେ.. ପତ୍ନୀ ମୋନାଲିସା କନକପୁର ଫାଣ୍ଡି ରେ ଏତଲା ଅଭିଯୋଗ କଲା ପରେ, ଅଭିଯୋଗ କୁ ଭିତ୍ତି କରି ତିର୍ତୋଲ ପୋଲିସ ଡିମାର୍କେସନ ପାଇଁ ତିର୍ତୋଲ ତହସିଲଦାର ଙ୍କୁ ଜଣାଇଥିଲେ, ତହସିଲଦାର ଙ୍କ ଅନୁମୋଦନ ପରେ ଗତକାଲି ସରକାରୀ ଅମିନ,ପୋଲିସ ଓ ସ୍ଥାନୀୟ ଭଦ୍ରବ୍ୟକ୍ତି ଙ୍କ ଉପସ୍ଥିତ ରେ ମାପଚୁପ ହୋଇଥିବା ବେଳେ, ଉଭୟ ପକ୍ଷ ଙ୍କ କଛ ସ୍ଥିର ହୋଇଥିଲା.. ପରେ ନିଜ ଘରେ ରହିବା ପାଇଁ ମୋନାଲିସା ଘର ଭିତର କୁ ଯିବା ସମୟ ରେ ସୂର୍ଯ୍ୟକାନ୍ତ,ଜିତେନ୍ଦ୍ର, ସୁରେନ୍ଦ୍ର ମିଶି ବସନ୍ତ ଓ ତାଙ୍କ ପତ୍ନୀ ଙ୍କୁ ନିସ୍ତୁକ ମାଡ଼ ମାରିବା ସହ, ମୋନାଲିସା ଙ୍କୁ ଧର୍ଷଣ ଉଦ୍ୟମ କରିଥିବା କନକପୁର ଫାଣ୍ଡି ରେ ଅଭିଯୋଗ ହୋଇଛି.. ସେପଟେ ମୋନାଲିସା ନିଜ ର ଦୁଇ ଟି ଛୋଟ ଛୋଟ ଛୁଆ ଙ୍କୁ ଧରି ଘର ବାରଣ୍ଡା ରେ ବସି ରହିଥିବା ବେଳେ, ଅଭିଯୁକ୍ତ ମାନେ ସମସ୍ତ ଘର ର ତାଲା ପକାଇ ରଖିଛନ୍ତି..

ଧାରଣା ଆଠ ଦିନରେ ପହଁଚିବା ପରେ ମଧ୍ୟ ପୋଲିସ କେଶ ରୁଜୁ କରି ଚୁପ ବସିବା ଓ ଓଲଟା ଧାରଣା ରତ ମହିଳା ଙ୍କୁ ଧମକ ଦେବାକୁ ନେଇ ଆଜି ରାଜ୍ୟ ପି.ଏଲ.ବି ସଦସ୍ୟ ଓ ଜିଲ୍ଲା ପି.ଏଲ.ବି କର୍ମୀ ମିଶି ଜିଲ୍ଲାପାଳ ଓ ଏସ.ପି ଙ୍କୁ ଅଭିଯୋଗ ଦେବା ସହ, ପୀଡ଼ିତା ଙ୍କ ପାଖରେ ପହଂଚି କିଛି ଖାଦ୍ୟ ପାନୀୟ ଦେଇ ସାନ୍ତ୍ୱନା ଦେଇଛନ୍ତି. ଦରକାର ପଡ଼ିଲେ ସେମାନେ ମଧ୍ୟ ମୋନାଲିସା ଙ୍କୁ ନ୍ୟାୟ ଦେବା ପାଇଁ ଧାରଣା ଦେବେ ବୋଲି ପ୍ରକାଶ କରିଛନ୍ତି.. ତେବେ ଜଗତସିଂହପୁର ଏସ.ପି, ତୁରନ୍ତ ପୀଡ଼ିତା ଙ୍କୁ ନ୍ୟାୟ ମିଳିବ ବୋଲି ପ୍ରତିଶୃତି ଦେଇଛନ୍ତି..ତେବେ ନିଜ ଘର କୁ ପଶିବା ପାଇଁ ଘର ଆଗରେ ଧାରଣା ଦେବା, ପୋଲିସ ପ୍ରଶାସନ ଥାଇ ମଧ୍ୟ ଜଣେ ମହିଳା ଙ୍କ ଉପରେ ଏପରି ଅକଥନୀୟ ଅତ୍ୟାଚାର କରାଯିବା ଘଟଣା କୁ ସାଧାରଣ ରେ ନିନ୍ଦା କରାଯାଉଛି.. ଦେଖିବାକୁ ବାକି ରହିଲା ଯେ, ମୋନାଲିସା ଙ୍କୁ ପ୍ରଶାସନ କେବେ ଆଉ କି ପ୍ରକାର ନ୍ୟାୟ ଦେଉଛି

(ଜଗତସିଂହପୁର ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର )

You may have missed