ପକ୍ଷୀ ମାନବର ଜନ୍ମଦିନ ଆଡମ୍ବର ସହ ପାଳନ ——-

IMG-20231112-WA0043
Share

ପକ୍ଷୀ ମାନବର ଜନ୍ମଦିନ ଆଡମ୍ବର ସହ ପାଳନ ——-
ସୁବର୍ଣ୍ଣପୁର ଠାରେ ପକ୍ଷୀ ଜଗତର ପ୍ରବାଦ ପୁରୁଷ ପକ୍ଷୀମାନବ ଭାବେ ପରିଚିତ ଡଃ ସଲିମ୍ ଅଲ୍ଲିଙ୍କ ଜନ୍ମଦିନ ସୁବର୍ଣ୍ଣପୁରଠାରେ ପାଳିତ ହୋଇଯାଇଛି । ସୁବର୍ଣ୍ଣପୁରର ମହାନଦୀ ଓ ତେଲନଦୀ ସଂଗମଠାରେ ଜିଲ୍ଲା ପକ୍ଷୀ ସୁରକ୍ଷା ସଂଗଠନ ପକ୍ଷରୁ ବେଣୁଧର ପ୍ରଧାନଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଖରିଆର ବନଖଣ୍ଡ ଅଧିକାରୀ ସୁଶୀଲ ତ୍ରିପାଠୀ ଯୋଗଦେଇ ଦିବଂଗତ ପକ୍ଷୀମାନବ ଡଃ ସଲିମ୍ ଅଲ୍ଲିଙ୍କ ପକ୍ଷୀପ୍ରେମ ଓ ଜୀବନାଦର୍ଶ ଉପରେ ଆଲୋକପାତ କରିଥିବାବେଳେ ପକ୍ଷୀଙ୍କ ଜୀବନ ଚର୍ଯ୍ୟା ଓ ସୁରକ୍ଷାକୁ ନେଇ ଆଲୋଚନା କରିଥିଲେ । ବିଶେଷକରି , ଆଜିର ଦିନରେ ସୁବର୍ଣ୍ଣପୁର ଜିଲ୍ଲାର ସବୁଜ ଭୂଖଣ୍ଡ ସମେତ ମହାନଦୀ ଶଯ୍ୟା ବିଦେଶାଗତ ପକ୍ଷୀଙ୍କ ନାନ୍ଦନିକ ଆବାସସ୍ଥଳୀ ଭାବେ ପରିଚିତ ହେଉଥିବାବେଳେ ଶୀତ ଋତୁରେ ଅନେକ ନିଆରା ପ୍ରଜାତିର ପକ୍ଷୀଙ୍କ ସମାଗମ ହେଉଥିବା ସୂଚନା ଦେଇଥିଲେ । ୨୯୪ଟି ପକ୍ଷୀଙ୍କୁ ନେଇ ସୁବର୍ଣ୍ଣପୁର ରାଜ୍ୟର ୪ର୍ଥ ସ୍ଥାନରେ ରହିଥିବାବେଳେ ସ୍ଥାନରେ ରହିଛି । “ପକ୍ଷୀ ପାଇଁ ଦିନଟିଏ” ଭାବେ ପାଳିତ ଏହି ଜନ ସଚେତନତା କାର୍ଯ୍ୟକ୍ରମରେ ପକ୍ଷୀପ୍ରେମୀ ଦିନେଶ ରଂଜନ ମିଶ୍ର, ଜ୍ୟୋତିରାଦିତ୍ୟ ପିନାକି ପଣ୍ଡା, ସୁମିତ ଶତପଥୀ, ନରେନ୍ଦ୍ର ମଲ୍ଲିକ, ସିଦ୍ଧାର୍ଥ ସାହୁ, ଅର୍ପିତ ପଣ୍ଡା,ସୁଶାନ୍ତ ପଣ୍ଡା ପ୍ରମୁଖ ଯୋଗଦେଇ ପକ୍ଷୀଙ୍କ ସୁରକ୍ଷାକୁ ନେଇ ଏକ ପଦଯାତ୍ରାରେ ଜନ ସଚେତନତା ସୃଷ୍ଟି କରିଥିଲେ ।

You may have missed