ଆଜିର ଖବର..
୧-ସାରା ଦେଶରେ ପାର୍ବଣର ଧୁମ୍ । ପୀଠ ଓ ପେଣ୍ଡାଲରେ ଲାଗିଛି ଭକ୍ତଙ୍କ ଭିଡ଼।ଦେଶର ବିଭିନ୍ନ ମନ୍ଦିରରେ ତନ୍ତ୍ର ପୂଜାର୍ଚ୍ଚନା ଚାଲିଛି।
୨-ଭୁବନେଶ୍ବର ପୂଜା ମଣ୍ଡପ ବୁଲିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମା’ଙ୍କ ନିକଟରେ କଲେ ଆଶିଷ ଭିକ୍ଷା।
୩-+୨ରେ ଖାଲି ପଡିଛି ୧ଲକ୍ଷ ୩୩ ହଜାର ଆସନ,ଛୁଟି ପରେ ହେବ ତୃତୀୟ ପର୍ଯ୍ୟାୟ ନାମଲେଖା।
୪-ଜାପାନୀ ସଂଗଠନ ‘ନିହୋନ୍ ହିଡାନ୍କ୍ୟୋ’କୁ ନୋବେଲ୍ ଶାନ୍ତି ପୁରସ୍କାର।
୫-ଭୁବନେଶ୍ୱରର ବିଭିନ୍ନ ପୂଜା ମଣ୍ଡପ ବୁଲିଲେ ମୁଖ୍ୟମନ୍ତ୍ରୀ; ରାଜ୍ୟବାସୀଙ୍କ ସୁଖ, ଶାନ୍ତି, ସମୃଦ୍ଧି ପାଇଁ ପ୍ରାର୍ଥନା କଲେ।
୬-ପୂଜା ବଜେଟକୁ ଲଗାମ ନାହିଁ, କଟକରେ ଆୟୋଜନ ଖର୍ଚ୍ଚ ୧୫୦ କୋଟି, ଭୁବନେଶ୍ୱରରେ ବଢ଼ିଛି ୨୫%।
୭-ଭୁବନେଶ୍ୱର: ମେଲୋଡ଼ିରେ କମ୍ପୁଛି ମଣ୍ଡପ, ଭିଡ଼ ସମ୍ଭାଳିବାକୁ ପୁଲିସ୍ ନାକେଦମ୍।
୮-ସମ୍ବଲପୁର:ମହାନଦୀରେ ବୁଡି ଦୁଇ ନାବାଳକ ନିଖୋଜ, ଅଗ୍ନିଶମ କର୍ମଚାରୀଙ୍କ ସର୍ଚ୍ଚ ଅପରେସନ ଜାରି।
୯-ପୁରୀ:ବଡଦାଣ୍ଡ ସିରିଜ ଦୁର୍ଘଟଣାରେ ୫ ଆହତ, କାର ଚାଳକଙ୍କୁ ନିସ୍ତୁକ ଛେଚିଲେ ଲୋକେ।
୧୦-ଭୁବନେଶ୍ୱର:ମୋହନ ମାଝୀଙ୍କ ପୂଜା ଭେଟି, ମଣ୍ଡପ ଭଡ଼ା ଛାଡ଼ କଲେ ସରକାର।
୧୧-ବଲାଙ୍ଗୀର:ପାଳିତ ହେଉଛି ପଶ୍ଚିମ ଓଡ଼ିଶାର ପ୍ରମୁଖ ଭାଇ ଜିଉନ୍ତିଆ ପର୍ବ।
୧୨-ଜଗତସିଂହପୁର:ଦୁର୍ଘଟଣାରେ ମହିଳା କନଷ୍ଟେବଳ ମୃତ, ଡ୍ୟୁଟି କରୁଥିବା ବେଳେ ମାଡ଼ିଗଲା ବସ।
୧୩-କଳାହାଣ୍ଡି:ରକ୍ତ ରଞ୍ଜିତ ହେଲା ମାଣିକେଶ୍ୱରୀଙ୍କ ପୀଠ, ପଡ଼ିଲା ୧୦ ହଜାର ପଶୁବଳି।
୧୪-ଦ୍ୱନ୍ଦ୍ୱ ବଢ଼ାଉଛି ପଞ୍ଜିକା: ସୋମନାଥ ବ୍ରତ ଓ କାର୍ତ୍ତିକ ବ୍ରତକୁ ନେଇ ବିଭିନ୍ନ ପାଞ୍ଜିରେ ଭିନ୍ନ ମତ।
୧୫-ସୁନ୍ଦରଗଡ:ଆକ୍ସନ ମୁଡରେ ଅବକାରୀ ବିଭାଗ, ୧୦ କୁଇଣ୍ଟାଲ ପୋଚ ନଷ୍ଟ ଜବତ।
୧୬-କୋଲକାତା:ଦିଦିଙ୍କୁ ଇଣ୍ଡିଆନ ମେଡିକାଲ ଆସୋସିଏସନର ଚିଠି ; ଡାକ୍ତର ଦାବିକୁ ତୁରନ୍ତ ବିଚାର କରିବାକୁ ଅପିଲ।
୧୭-ନୋଏଲ ଟାଟା ହେଲେ ଟାଟା ଟ୍ରଷ୍ଟର ଅଧ୍ୟକ୍ଷ, ରତନ ଟାଟାଙ୍କ ସାନ ଭାଇ ହେଉଛନ୍ତି ନୋଏଲ।
୧୮-ଭାରତ -ବାଂଲାଦେଶ ୩ୟ T20 ଆଜି, ସଂଧ୍ୟା ୭ରୁ ଜିଓ ସିନେମାରେ ହେବ ପ୍ରସାରଣ।
୧୯-କେନ୍ଦ୍ର ସଚିବମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦେଶ, ଅଳସୁଆ ଏବଂ ଦୁର୍ନୀତିଖୋର କର୍ମଚାରୀଙ୍କୁ ଦିଅ ବାଧ୍ୟତାମୂଳକ ଅବସର।
୨୦-ଚେନ୍ନାଇ:ମାଲବାହୀ ଗାଡିକୁ ଧକ୍କା ଦେଲା ଦରଭଙ୍ଗା ଏକ୍ସପ୍ରେସ, ଦୁର୍ଘଟଣା ପରେ ଟ୍ରେନରେ ଲାଗିଗଲା ନିଆଁ।
୨୧-ତାମିଲନାଡୁ:ମଝି ଆକାଶରେ ଫସିଥିଲା ଏୟାର ଇଣ୍ଡିଆ ବିମାନ: ହାଇଡ୍ରୋଲିକ ଫେଲ ଯୋଗୁଁ ଦୁଇ ଘଣ୍ଟା ଧରି କାଟିଲା ଚକ୍କର, ପରେ ସୁରକ୍ଷିତ ଅବତରଣ।
୨୨-ବଢ଼ୁଛି ଡିଜିଟାଲ ନେଣଦେଣ, ୟୁପିଆଇ କାରବାର ୫୨% ବୃଦ୍ଧି – ରିପୋର୍ଟ।
୨୩-ଜମ୍ମୁ-କଶ୍ମୀରରେ ସରକାର ଗଠନ – ଉପରାଜ୍ୟପାଳଙ୍କୁ ସମର୍ଥନ ପତ୍ର ପ୍ରଦାନ କଲେ ଓମାର ଅବଦୁଲ୍ଲା।
୨୪-ଏଲନ ମସ୍କଙ୍କ ଚମତ୍କାର: ଲଞ୍ଚ୍ ହେଲା ଟେସ୍ଲାର ନୂଆ ରୋବୋଟ୍।
୨୫-ଗୁଗଲ୍ର ଚମତ୍କାରୀ ଫିଚର, ଏଣିକି ଫୋନ୍ ଚୋରି କରି କାନ୍ଦିବ ଚୋର।ଏହି ଫିଚର ବର୍ତ୍ତମାନ ଆମେରିକାରେ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ।
*🙏 ସୁପ୍ରଭାତ, ଗୁଡମର୍ଣିଂ 🙏*