ଖେମୁଣ୍ଡି କଲେଜ ପୂର୍ବତନ ଅଧ୍ୟକ୍ଷଙ୍କ ବିୟୋଗରେ ଶୋକର ଛାୟା: କଲେଜ ପରିସରରେ ଦିଆଗଲା ଶ୍ରଦ୍ଧାଞ୍ଜଳି

IMG-20250912-WA0139
Share

 

 

 

ଦିଗପହଣ୍ଡି.( ଦେବାଶିଷ ଦାଶ )

 

ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜରେ ଗତ୨୦୧୩ ସେପ୍ଟେମ୍ବର ୧ ରୁ ୨୦୧୯ ମାର୍ଚ୍ଚ ୩୧ ଯାଏ ଦୀର୍ଘ ୬ ବର୍ଷ ଧରି ଅଧ୍ୟକ୍ଷ ରହିଥିବା ସ୍ବର୍ଗତ ମୂରଲୀଧର ପଧାନଙ୍କୁ ଗୁରୁବାର କଲେଜ ପରିସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ବୁଧବାର ବ୍ରହ୍ମପୁର ସଦର ଥାନା ଡେଙ୍ଗାପଦର ସରକାରୀ ଦେଶୀ ମଦଭାଟି ନିକଟରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇ ସେ ପ୍ରାଣ ହରାଇଥିଲେ। ଗୁରୁବାର ପୋଲିସ ପକ୍ଷରୁ ମୃତଦେହ ବ୍ୟବଚ୍ଛେଦ କରାଯାଇ ସମ୍ପର୍କୀୟ ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ପରେ ତାଙ୍କ ମରଶରୀରକୁ ଆମ୍ବୁଲାନ୍ସ ଯୋଗେ ଖେମୁଣ୍ଡି କଲେଜକୁ ଅଣା ଯାଇଥିଲା। ସେଠାରେ କଲେଜ ଅଧ୍ୟକ୍ଷ ଡ. ଅସିତ କୁମାର ଷଡ଼ଙ୍ଗୀଙ୍କ ସମେତ ଅନ୍ୟ ଅଧ୍ୟାପିକା, ଅଧ୍ୟାପକ ଓ କର୍ମଚାରୀ ଶବାଧାରରେ ପୁଷ୍ପମାଲ୍ୟ ଦେଇ ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପରେ ମୃତଦେହକୁ ଦିଗପହଣ୍ଡି ବ୍ଲକ କରପଡ଼ା ପଞ୍ଚାୟତ ର ପୈତୃକ ଗାଁ ହାତୀଆଡି ନିଆଯାଇ ସେଠାରେ ଅନ୍ତିମ ସତ୍କାର କରାଯାଇଥିଲା। ଖେମୁଣ୍ଡି କଲେଜ ଅଧ୍ୟକ୍ଷ ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ. ଶୋକସଭାରେ ତାଙ୍କ ସ୍ମୃତି ଚାରଣ କରାଯିବା ସହ ଅମର ଆତ୍ମାର ସଦଗତି କାମନା କରାଯାଇଥିଲା।

You may have missed