March 12, 2026

ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସର୍ଜରୀ ଓ୍ବାର୍ଡ ଡ୍ରେସିଂ ରୁମରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ମୃତ୍ୟୁର କାରଣ ଅସ୍ପଷ୍ଟ …

IMG-20250912-WA0137
Share

 

ବାଲେଶ୍ବର ( ଦେବାଶିଷ ଦାଶ )

 

ସୂଚନା ଅନୁଯାଇ ବାଲେଶ୍ବର ଜିଲ୍ଲା ମୁଖ୍ୟଚିକିତ୍ସାଳୟ ସର୍ଜରୀ ଓ୍ବାର୍ଡର ଡ୍ରେସିଂ ରୁମରେ ବିଳମ୍ବିତ ରାତିରେ ଯୁବକ ଙ୍କ ମୃତଦେହ ଉଦ୍ଧାର ଉଦ୍ଧାର ହୋଇଛି। ଯୁବକ ଜଣଙ୍କ ହେଲେ ରୋମିଓ ରଂଜନ ସାମଲ ପିତା ମୃତ୍ୟୁଞ୍ଜୟ ସାମଲ। ରୋମିଓ ରଂଜନ ଙ୍କ ବାପା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଟେଣ୍ଡାଟ୍ ଭାବେ କାର୍ଯ୍ୟ କରନ୍ତି। ଗତକାଲି ରାତିରେ ରୋମିଓ ରଂଜନ ବାପା ଙ୍କୁ ମେଡିକାଲରୁ ଆଣି ଘରେ ଛାଡିଥିଲେ। ପୁଣି ମେଡିକାଲକୁ ଯାଇ ସର୍ଜରି ଓ୍ବାଡର ଡ୍ରେସିଂ ରୁମରେ ଝୁଲନ୍ତା ଅବସ୍ତାରେ ତାଙ୍କ ମୃତ ଦେହକୁ ତାଙ୍କ ଉଦ୍ଧାର କରି ଚିକିତ୍ସା ପାଇଁ ଜରୁରୀକାଳୀନ ଓ୍ବାର୍ଡରେ ଭର୍ତ୍ତି କରିଥିଲେ ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ୍ୟୁଞ୍ଜୟ ବି.ଏସ୍.ଇ ନର୍ସିଂ ଦ୍ବିତୀୟ ବର୍ଷ ଛାତ୍ର ଭାବେ ପାଠ ପଢୁଥିଲେ। ତେବେ ମୃତ୍ୟୁ ପଛର ପ୍ରକୃତ କାରଣ ଜଣା ପଡି ନଥିବା ବେଳେ ଅନ ଲାଇନ ଗେଳ ଖେଳି ଟଙ୍କା ହାରିଥିବା ସଂନ୍ଦେହ କରାଯାଉଛି..