ଯୌତୁକ ଜୁଇରେ ଝୁଲି ଲତା ସାପ କାମୁଡ଼ା ବାହାନା ଦେଖାଇ ନେଇଗଲେ ଝୁଲିଙ୍କ ଜୀବନ ସାପ କାମୁଡିବାରେ ମୃତ୍ୟୁ କୁ ଗ୍ରହଣ କରି ପାରୁ ନାହାଁନ୍ତି ପରିବାର ଲୋକ, ଝିଅ କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ମା
ଅନୁଗୋଳ:
ଝୁଲି ଲତା ପ୍ରଧାନଙ୍କର ସାପ କାମୁଡିବାରୁ ତାଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା କିନ୍ତୁ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହି ମୃତ୍ୟୁ କୁ ସହଜରେ ଗ୍ରହଣ କରି ପାରୁନାହାନ୍ତି ଝୁଲିଲତାଙ୍କ ପରିବାର ଲୋକେ । ତାଙ୍କ ଝିଅ କୁ ଶାଶୁ ଘର ଲୋକେ ଯୌତୁକ ପାଇଁ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି । ଏ ନେଇ ସେମାନେ ଠାକୁରଗଡ଼ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ଥାନା ତରଫରୁ କୌଣସି ମାମଲା ରୁଜୁ କରାଯାଇ ନଥିବାରୁ ଝୁଲି ଙ୍କ ପରିବାର ପକ୍ଷରୁ ଅନୁଗୋଳ ଆରକ୍ଷୀ ଅଧିକ୍ଷକ ଙ୍କୁ ଏକ ଲିଖିତ ଅଭିଯୋଗ କରିଛନ୍ତି। ଘଟଣାଟି ହେଲା – ଅନୁଗୋଳ ଜିଲ୍ଲା ଠାକୁରଗଡ଼ ଥାନା ଅନ୍ତର୍ଗତ ଟାପଢୋଲ ଗ୍ରାମର ପ୍ରଫୁଲ୍ଲ ପ୍ରଧାନ ଓ ଯଶୋବନ୍ତି ପ୍ରଧାନ ଙ୍କ ଦ୍ୱିତୀୟ ଝିଅ ଝୁଲିଲତା ପ୍ରଧାନ , ସିନ୍ଦୁରଖୋଲ ଗ୍ରାମର ଗଣେଶ୍ୱର ପ୍ରଧାନ ଙ୍କ ପୁଅ ପବିତ୍ର ପ୍ରଧାନଙ୍କ ସହିତ ପାଞ୍ଚ ବର୍ଷ ତଳେ ବିବାହ କରିଥିଲେ। ଚାରି ବର୍ଷ ପର୍ଯ୍ୟନ୍ତ ତାଙ୍କର କୌଣସି ସନ୍ତାନ ସନ୍ତତି ନହେବାରୁ ଶାଶୁ ଘର ପକ୍ଷରୁ ବାରମ୍ଵାର ତାଙ୍କୁ ଅପମାନିତ କରାଯିବା ସହିତ ବାହାଘର ସମୟରେ ଯୌତୁକରେ ଏସି ଓ ୱାଶିଂ ମେସିନ ଆଣି ନଥିବାରୁ ନିର୍ଯାତନା ଦେଇ ଆସୁଥିଲେ। ତେବେ ଏହାକୁ ସେ ନିଜ ମା ଙ୍କ ଛଡ଼ା ଆଉ କାହାକୁ କିଛି କେବେ କହି ନଥିଲେ । ତେବେ ଗତ ଅଗଷ୍ଟ ୨୮ ତାରିଖ ଦିନ ଝୁଲି ଲତା ଙ୍କ ଘରକୁ ଫୋନ୍ ଆସିଲା କି ତୁମ ଝିଅକୁ ସାପ କାମୁଡି ଦେଇଛି ଆମେ ତାକୁ ଧରି ଅନୁଗୋଳ ଡାକ୍ତରଖାନା କୁ ନେଉଛୁ ବୋଲି କହିଥିଲେ। ତେବେ ଆମେ ଆସି ଦେଖିଲା ବେଳକୁ ଆମ ଝିଅର ମୃତ୍ୟୁ ହୋଇସାରିଥିଲା । ଏ ସବୁ ବିଷୟରେ ଖବର ନେଲା ବେଳକୁ ଝୁଲିର ଶାଶୁ ଘର ଲୋକଙ୍କ କଥାରେ ତାଳମେଳ କିଛି ରହିନଥିଲା । ଯାହା ଫଳରେ ଆମର ସନ୍ଦେହ ହେବା ସହିତ ଶବ ବ୍ୟବଚ୍ଛେଦ ରିପୋର୍ଟ ରେ ସେମିତି କିଛି ସାପ କାମୁଡିବା ବିଷୟରେ ଉଲ୍ଲେଖ ନଥିବାରୁ ଆମେ ଆମ ଝିଅ କୁ ହତ୍ୟା ହୋଇଥିବା ନେଇ ଠାକୁରଗଡ଼ ଥାନା ରେ ଅଭିଯୋଗ କରିଥିଲୁ। କିନ୍ତୁ ସେଠାରୁ କିଛି ସୁଫଳ ନମିଳିବାରୁ ନ୍ୟାୟ ପାଇବା ଆଶାରେ ଅନୁଗୋଳ ଆରକ୍ଷୀ ଅଧିକ୍ଷକ ଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ପରିବାର ଲୋକେ ।
