ଅତାବିରା ସରସ୍ବତୀ କଲ୍ୟାଣ ମଣ୍ଡପରେ ବ୍ଲକ ସରପଞ୍ଚ ସଂଘ ତରଫରୁ ନୂଆଁଖାଇ ଭେଟଘାଟ୍
ସୁରେନ୍ଦ୍ର କଠାରକଂ ରିପୋର୍ଟ
ଆଜି ଶୁକ୍ରବାର ମଧ୍ୟାହ୍ନ ୧୨ଟାରେ ଅତାବିରା ସରସ୍ବତୀ କଲ୍ୟାଣ ମଣ୍ଡପରେ ବ୍ଲକ ସରପଞ୍ଚ ସଂଘ ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ସରପଞ୍ଚ ସଂଘର ସଭାପତି ଭାଗବତିଆ ସିଂହ ଙ୍କ ସଭାପତିତ୍ବରେ |ଏଥିରେ ମୁଖ୍ୟ ଅତିଥି ଭାବେ ଅତାବିରା ବିଧାୟକ ନିହାରରଂଜନ ମହାନନ୍ଦ,ସମ୍ମାନୀତ ଅତିଥି ଭାବେ ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ରିପୁନାଥ ସୁନା,ସାଂସଦ ପ୍ରତନିଧି ସୁରେନ୍ଦ୍ର ସ୍ବାଇଁ,ଅତିରିକ୍ତ ନିର୍ବାହି ଅଧିକାରୀ ମନାସୀବା ମହାପାତ୍ର ମଂଚାସୀନ ଥିଲେ | ନୂଆଁଖାଇ ଭେଟଘାଟ ର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ ସରପଂଚ ସଂଘର ସଭାପତି ଭାଗବତିଆ ସିଂହ,ମଂଚ ପରିଚାଳନା କରିଥିଲେ ସତ୍ୟବାନ ପ୍ରଧାନ |ଏହି କାର୍ଯ୍ୟକ୍ରମରେ ବ୍ଲକର ୨୪ ପଂଚାୟତର ସରପଂଚ ଯୋଗଦେଇଥିଲେ |କୁରେଫୁଲ ସାଂସ୍କୃତିକ ଅନୁଷ୍ଠାନର କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ |
