March 10, 2026

ବୁଗୁଡ଼ାରେ ସୁଭଦ୍ରା ରଥ ପରିକ୍ରମା 

IMG-20240912-WA0045
Share

 

ବୁଗୁଡା : ତା ୧୨/୦୯/୨୪ : ସାରା ରାଜ୍ୟରେ ସୁଭଦ୍ରା ଯୋଜନା ନେଇ ଚହଳ ପଡିଥିବା ବେଳେ ଆଜି ବୁଗୁଡାରେ ସୁଭଦ୍ରା ସଚେତନତା ରଥର ପରିକ୍ରମା ଦେଖିବାକୁ ମିଳିଛି। ସେହି ସଚେତନତା ରଥ ବୁଗୁଡା ଏନ୍ଏସିରେ ପହଞ୍ଚିବା କ୍ଷଣି ଅଧ୍ଯକ୍ଷ ଚିତ୍ରସେନ ପ୍ରଧାନ, ଅତିରିକ୍ତ ତହସିଲଦାର ସୁନନ୍ଦ ଶେଖର ସାହାଣିଙ୍କ ସମେତ ଏନ୍ଏସି କର୍ମଚାରୀବୃନ୍ଦ ଓ ଅଙ୍ଗନଓ୍ବାଡି କର୍ମୀଗଣ ତାହାକୁ ସ୍ବାଗତ କରିଥିଲେ। ଏହା ପରେ ସୁଭଦ୍ରା ରଥ ନଗର ପରିକ୍ରମା କରି ସଚେତନତା ସୃଷ୍ଟି କରିଥିଲା । ଏଥି ସହ ସୁଭଦ୍ରା ରଥ ବୁଗୁଡା ବ୍ଲକର ଭାମଶ୍ଯାଳି ପଞ୍ଚାୟତ ସମେତ ବିଭିନ୍ନ ପଞ୍ଚାୟତରେ ପରିକ୍ରମା କରି ସୁଭଦ୍ରା ଯୋଜନା ସମ୍ପର୍କରେ ସଚେତନ କରିଥିବା ଜଣାଯାଇଛି ।