November 26, 2024
Share

 

 

୧-ନିର୍ମାଣ ଶ୍ରମିକଙ୍କୁ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ, ରାଜ୍ୟରେ ୪୩ ଲକ୍ଷ ନିର୍ମାଣ ଶ୍ରମିକ ପଞ୍ଜୀକୃତ ହୋଇଛନ୍ତି।

 

୨-ବିଜେଡି ଯୁବ ସମାବେଶରେ ବିଜେପିକୁ ନବୀନଙ୍କ କଟାକ୍ଷ: ଆଈ ମା ଗପ ଛାଡ, ସରକାରକୁ ତିନି ମାସ ହେଲାଣି, ଏବେ କାମ କରି ଦେଖାଅ।

 

୩-ଗୋମାତାଙ୍କ ସୁରକ୍ଷା ପାଇଁ ରାଜ୍ୟରେ ୨ ଶହ ଗୋଶାଳା କରିବେ ରାଜ୍ୟ ସରକାର।

 

୪-ଓଡ଼ିଆ ନର୍ସିଂ ଅଧିକାରୀ ସଂଯୁକ୍ତା ସେଠୀଙ୍କୁ ଜାତୀୟ ଫ୍ଲୋରେନ୍ସ ନାଇଟାଙ୍ଗଲ ଆଓ୍ବାର୍ଡ।

 

୫-ଭୁବନେଶ୍ୱର: ଜନସେବା କେନ୍ଦ୍ରରେ ଚଢାଉ, ସୁଭଦ୍ରା ଫର୍ମ ପାଇଁ ଟଙ୍କା ମାଗି ୨ ଗିରଫ।

 

୬-୬ ମାସର ବକେୟା ଦରମା ଦାବି, ରାଜରାସ୍ତାରେ ଜୀବିକା ମିଶନ ଓ ମିଶନ ଶକ୍ତି ସଦସ୍ୟା।

 

୭-ସରକାରୀ ଅଧିକାରୀମାନଙ୍କୁ ଶେଷ ସୁଯୋଗ: ନଭେମ୍ବର ସୁଦ୍ଧା ସମ୍ପତ୍ତି ତାଲିକା ଦିଅ।

 

୮-ସରିଲା ବିଧାନସଭାର ବଜେଟ ଅଧିବେଶନ, ୨୬ଟି କାର୍ଯ୍ୟ ଦିବସରେ ପାରିତ ହୋଇଛି ଦୁଇଟି ବିଲ୍‌।

 

୯-ପୁରୀ:ଶ୍ରୀମନ୍ଦିର ଦଧିନଉତି ଉପରକୁ ଚଢ଼ିଗଲେ ଅଜଣା ବ୍ୟକ୍ତି, ସିଂହଦ୍ୱାର ଥାନାରେ ଅଟକ।

 

୧୦-ସରକାରଙ୍କ ଲେନ୍ସରେ ଯୋଗାଣ ଅଧିକାରୀ: ୧୩୩ ଅଫିସରଙ୍କ ଉପରେ ମୋହନ ସରକାରଙ୍କ ନଜର।

 

୧୧-ଚଣ୍ଡିଖୋଲ:ବିରୂପାରେ ବୁଡି ଜଣେ ମୃତ, ଜଣେ ନିଖୋଜ, ଅଗ୍ନିଶମ ବାହିନୀର ସର୍ଚ୍ଚ ଅପରେସନ ଜାରି।

 

୧୨-ସାବଧାନ ! ଠକୁଛନ୍ତି ସୁନା ଦୋକାନୀ, ୫ ମାସରେ ଧରା ପଡିଛନ୍ତି ୧୧୬ ଅସାଧୁ ବ୍ୟବସାୟୀ।ମାମଲା ସହ ଆଦାୟ ହୋଇଛି ୩ ଲକ୍ଷ ୧୩ ହଜାର ଟଙ୍କାର ଫାଇନ୍

 

୧୩-ଜୟପୁର:ନୁତନ ଉପଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କଲେ IAS ସୁଶ୍ରୀ ଆକ୍କାଭରମ ଶାଶ୍ୟା ରେଡ୍ଡୀ।

 

୧୪-କାଠୁଆରେ ଯବାନ-ଆତଙ୍କବାଦୀ ଗୁଳିବିନିମୟ, ୨ ଆତଙ୍କବାତୀ ନିହତ, ଜଣେ ଆତଙ୍କୀ ଆହତ।

 

୧୫-ଆସିଲା ସିଏଜି ରିପୋର୍ଟ, ଫିଟିଲା ଗୁମର: ୭୮୨ କୋଟି ନେଇଗଲେ ‘କାଳିଆ’ ଅଯୋଗ୍ୟ ହିତାଧିକାରୀ।

 

୧୬-ଭିଜିଲାନ୍ସ ଜାଲରେ ଭଞ୍ଜନଗର ଜଳସମ୍ପଦ ବିଭାଗର ଜେଇ, ଆୟ ବହିର୍ଭୂତ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ଜାରି।

 

୧୭-ଭୁବନେଶ୍ୱର ଓ କଟକ ସମେତ ରାଜ୍ୟର କିଛି ପ୍ରମୁଖ ସହରରେ କୁକୁରଙ୍କ ପାଇଁ ଶ୍ମଶାନ କରାଯିବ ।

 

୧୮-ମିଠା ପ୍ୟାକେଟରେ ବରଗଡ଼ ଜିଲ୍ଲାପାଳଙ୍କୁ ୨ ଲକ୍ଷଟଙ୍କା ଲାଞ୍ଚ ଦେବା ବେଳେ ଜଣେ ଗିରଫ।

 

୧୯-ମଙ୍ଗଳବାର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ଜନ୍ମ ଦିନରେ ସୁଭଦ୍ରା ଯୋଜନାର ଉଦ୍ଘାଟନ କରିବେ।

 

୨୦-ପିଏମ୍ ଇ-ଡ୍ରାଇଭ ଯୋଜନାକୁ କ୍ୟାବିନେଟ ମଞ୍ଜୁରୀ: ଖର୍ଚ୍ଚ ହେବ ୧୦,୯୦୦ କୋଟି, ଇଯାନ କିଣିଲେ ସବସିଡି ଦେବେ ସରକାର।

 

୨୧-କେନ୍ଦ୍ର କ୍ୟାବିନେଟର ବଡ ନିଷ୍ପତ୍ତି: ୭୦ ବର୍ଷରୁ ଅଧିକ ଲୋକଙ୍କୁ ମିଳିବ ଆୟୁଷ୍ମାନ ଯୋଜନାର ସୁବିଧା।

 

୨୨-‘ସବୁ ଟ୍ରେନରେ ଲାଗିବ କ୍ୟାମେରା’, ଟ୍ରେନ ଚାଇନଚ୍ୟୁତ କରିବା ଷଡ଼ଯନ୍ତ୍ର ଭିତରେ ଅଶ୍ୱିନୀ ବୈଷ୍ଣବଙ୍କ ଘୋଷଣା।

 

୨୩-ଚୀନ ଓ ଭିଏତନାମକୁ ଭାରତ ଝଟ୍‌କା: ଆମଦାନୀ ହେଉଥିବା କିଛି ଷ୍ଟୀଲ ସାମଗ୍ରୀ ଉପରେ ୩୦% ଶୁଳ୍କ ଲଗାଇଲେ କେନ୍ଦ୍ର ସରକାର।

 

*🙏 ସୁପ୍ରଭାତ 🙏*

You may have missed

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.