September 27, 2026

ସହରର ଏଡିଏମ ଛକରୁ ପଢ଼ୁଆଁପଦା ରଜା ବଗିଚା ରାସ୍ତାର ଜବର ଦଖଲ ଉଚ୍ଛେଦ

IMG-20260812-WA0051
Share

 

 

ବାଲେଶ୍ବର ( ଦେବାଶିଷ ଦାଶ )

 

ବାଲେଶ୍ୱର ପୌରପାଳିକାର ଏଡିଏମ ଛକରୁ ରଜାବଗିଚା ରାସ୍ତାର ପଢ଼ୁଆପଦା ଛକ ପର୍ୟ୍ୟନ୍ତ ପୌର ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି। ଆଜି ଉଚ୍ଛେଦ ନେଇ ପୂର୍ବରୁ ଡାକବାଜି ଯନ୍ତ୍ର ଦ୍ୱାରା ଘୋଷଣା କରାଯାଇ ଥିଲା। ପୁର୍ବାହ୍ନ ସାଢ଼େ ଦଶଟା ସମୟରେ ଏନଫୋର୍ସମେଣ୍ଟ ଟିମ୍ ପୋଲିସ୍ ସହାୟତାରେ ଜେସିବି ନେଇ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଥିଲେ। ରାସ୍ତା ପାର୍ଶ୍ୱ ନାଳ ଉପରେ ବସିଥିବା ପ୍ରାୟ ୬୦/୭୦ଟି ଉଠାଦୋକାନ କରାଯାଇଛି। ଏନଫୋର୍ସମେଣ୍ଟ ଟିମ୍ ର ଅଧିକାରିଣୀ ଇତିଶ୍ରୀ ମହାନ୍ତିଙ୍କ ନେତୃତ୍ୱରେ ଏହି ଉଚ୍ଛେଦ ହୋଇଥିଲା