August 12, 2026

ଗଞ୍ଜାମ ବ୍ଲକ ପଣିବନ୍ଧରେ ‘ଆମ ଗଞ୍ଜାମ ସ୍ୱଚ୍ଛ ଗଞ୍ଜାମ’ ଓ ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନ 

IMG-20260812-WA0004
Share

 

ଛତ୍ରପୁର, ତା ୧୧/୦୮/୨୬(ଅରୁଣ କୁମାର ପଣ୍ଡା )ସ୍ୱଚ୍ଛତା, ପରିବେଶ ସୁରକ୍ଷା ଓ ଦେଶପ୍ରେମର ବାର୍ତ୍ତା ନେଇ ଗଞ୍ଜାମ ବ୍ଲକର ପଣିବନ୍ଧ ଗ୍ରାମରେ ଆଜି ‘ଆମ ଗଞ୍ଜାମ ସ୍ୱଚ୍ଛ ଗଞ୍ଜାମ’ ଅଭିଯାନ ଅନୁଷ୍ଠିତ ହୋଇଛି। ଗ୍ରାମବାସୀଙ୍କ ଅଂଶଗ୍ରହଣରେ ଆୟୋଜିତ ଏହି ଅଭିଯାନ ମାଧ୍ୟମରେ ସ୍ୱଚ୍ଛତା ପ୍ରତି ସଚେତନତା ସୃଷ୍ଟି ସହ ପରିବେଶ ସୁରକ୍ଷା ପାଇଁ ସାମୂହିକ ସଂକଳ୍ପ ନିଆଯାଇଥିଲା।

 

ଏହି ଅବସରରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା ଯୋଗଦେଇ ଗ୍ରାମବାସୀଙ୍କୁ ସ୍ୱଚ୍ଛ, ସବୁଜ ଓ ପ୍ଲାଷ୍ଟିକ୍‌ମୁକ୍ତ ପରିବେଶ ଗଠନ ପାଇଁ ପ୍ରେରଣା ଦେଇଥିଲେ। ନିଜ ଘର ଓ ଆଖପାଖ ପରିବେଶକୁ ପରିଷ୍କାର ରଖିବା ସହ ପ୍ଲାଷ୍ଟିକ୍‌ ବ୍ୟବହାରକୁ ହ୍ରାସ କରିବା ଏବଂ ସ୍ୱଚ୍ଛତାକୁ ଦୈନନ୍ଦିନ ଜୀବନର ଅଭ୍ୟାସରେ ପରିଣତ କରିବା ପାଇଁ ସେ ଗ୍ରାମବାସୀଙ୍କୁ ଆହ୍ୱାନ କରିଥିଲେ।

 

ଏହି ଅବସରରେ ଶ୍ରୀ ଜେନା ଅଞ୍ଚଳବାସୀଙ୍କୁ ଜାତୀୟ ପତାକା ବଣ୍ଟନ କରିବା ସହ ପ୍ରତ୍ୟେକ ଘରେ ତ୍ରିରଙ୍ଗା ଉତ୍ତୋଳନ କରି ଦେଶପ୍ରେମ ଓ ଜାତୀୟ ଏକତାର ବାର୍ତ୍ତାକୁ ଅଧିକ ବ୍ୟାପକ କରିବା ପାଇଁ ଅନୁରୋଧ କରିଥିଲେ।