ଦାବି ପୁରଣ ନ ହବା ଯାଏ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ଛୁଟିରେ ରହିବେ ରାଜସ୍ୱ ଅମଲା ସଂଘ
କୋରାପୁଟ ଜ଼ିଲ୍ଲା ର ବ୍ଲକ. ତହସିଲ ସମେତ ଶିଶୁ ବିକାଶ ପ୍ରକଳ୍ପ କାର୍ଯା ଳୟ ର ସମସ୍ତ ରାଜସ୍ୱ ଅମଲା ଛୁଟିରେ ଯାଇଥିବା ଜଣା ଯାଇଛି.ନ୍ୟାର୍ଯ୍ୟ ଦାବି ନିମନ୍ତେ ଦଶ ଦଫା ଦାବି ପୁରଣ ନିମନ୍ତେ ରାଜ୍ୟ ସରକାର ସହ ଆଲୋଚନା ବିଫଳ ହବା ରୁ ପୂର୍ବ ନିଷ୍ପତି ପ୍ରକାରେ ସଂଘ ଆନ୍ଦୋଳନକୁ ଓଲ୍ହାଇ ଥିବା ସଂଘ ପକ୍ଷ ରୁ ସୂଚନା ଦିଆ ଯାଇଛି.ଜ଼ିଲ୍ଲା ସଭାପତି ମନୋଜ କୁମାର ବାରିକ. ସମ୍ପାଦକ ନିତ୍ୟାନନ୍ଦ ଭତରା.ଉପସଭାପତି ଭବାନୀ ଶଙ୍କର ଆଚାର୍ଯ୍ୟ.ବରିଷ୍ଠ ସହାୟକ ବ୍ରଜରାଜ ନାଗ.ଚନ୍ଦ୍ର ଶେଖର ଚାଲାଣ ,ତାରିଣୀ ପଣ୍ଡା. ଶେଖର ଗାଦବା ପ୍ରମୁଖ ଉପସ୍ଥିତ ଥିଲେ. କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର
