November 15, 2024

ପଦ୍ମପୁର ରେ ଯୋଗାଣ ବିଭାଗ ପକ୍ଷରୁ ୩୬ ଟଙ୍କାରେ ଆଳୁ ଖାଉଟି ଙ୍କୁ ଦିଆଯାଉଛି 

Share

ରାୟଗଡା — ସମଗ୍ର ରାଜ୍ୟରେ ଆଳୁ ଦର ର ଅଚାନକ ବୃଦ୍ଧିକୁ ଦୃଷ୍ଟିରେ ରଖି ଆଳୁ ଦରରେ ଲଗାମ ଲଗାଇବା ପାଇଁ ପଦ୍ମପୁର ପଞ୍ଚାୟତ ଓ ମାଳିକେଶ୍ୱର ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଆଳୁ ବିକ୍ରି ଆରମ୍ଭ କରିଛି।ପଦ୍ମପୁର ଯୋଗାଣ ବିଭାଗ ପକ୍ଷରୁ ବ୍ଲକ ଯୋଗାଣ ନିରୀକ୍ଷକ ପ୍ରଭାକର ମଲିକ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଖୁଚୁରା ଦରରେ ୩୬ ଟଙ୍କାରେ ଖାଉଟି ମାନଙ୍କୁ ପରିବାର ପିଛା ୨ କିଗ୍ରା ଯୋଗାଇ ଦିଆଯିବା କାର୍ଯ୍ୟକ୍ରମ ଗତ ଦୁଇଦିନ ହେଲା ଆରମ୍ଭ ହୋଇଛି l ବଜାରରେ ଆଳୁ ନିୟନ୍ତ୍ରଣ କୁ ଆସିବା ପର୍ଯ୍ୟନ୍ତ ଏହା ଚାଲୁ ରହିବ। ଏହା ସହିତ ମୁନଫାଖୋର ଅସାଧୁ ବ୍ୟବସାୟୀ ମାନଙ୍କ ବିରୁଦ୍ଧରେ କଡା ଆଭିମୁଖ୍ୟ ଗ୍ରହଣ କରାଯିବ ବୋଲି ଯୋଗାଣ ନିରୀକ୍ଷକ ଚେତାବନୀ ଦେଇଛନ୍ତି। ଯେଉଁ ବ୍ୟବସାୟୀ ମାନେ ଆଳୁ ର କଳାବଜାର କରିବେ ତାଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ମଲିକ କହିଛନ୍ତି।ବ୍ଲକ ଯୋଗାଣ ନିରୀକ୍ଷକ ପ୍ରଭାକର ମଲିକ ଙ୍କ ଏହି କାମ ପାଇଁ ପଦ୍ମପୁର ଅଞ୍ଚଳ ବାସି ବେଶ ପ୍ରସଂଶା କରିବାର ଦେଖିବାକୁ ମିଳୁଛି l

ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ